ବୃଦ୍ଧାବୃଦ୍ଧଙ୍କୁ ଡିଜିଟାଲ ଯନ୍ତ୍ରଣା

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ଜିଲା କାଶୀପୁର ବ୍ଲକ ର ପୋଡ଼ାପାଡ଼ି ପଞ୍ଚାୟତ ର ଭତ୍ତାଧାରୀ ମାନେ ବ୍ୟାଙ୍କ ଓ ପଞ୍ଚାୟତ କୁ ଦୌଡ଼ି ଦୌଡ଼ି ନିରାଶ ହେଇ ଫେରୁଛନ୍ତି ,ଏହି ସବୁ ସରକାରୀ ଅଧିକାରୀ ମାନେ ଜାଣି ମଧ୍ୟ ଓଜଣା ହେଉଛନ୍ତି ପରିଣତ ବୟସରେ ଏଭଳି ଅବସ୍ଥା ଭୋଗିବାକୁ ପଡୁଛି। ଔଷଧ ଖାଇବା ମଧ୍ୟ ଜଟିଳ ହୋଇଗଲାଣି।, ବ୍ୟାଙ୍କ, ପଞ୍ଚାୟତ, ବ୍ଳକ କାର୍ଯ୍ୟାଳୟକୁ ଗଲେ ଅଫିସରମାନେ କିଛି ସ୍ପଷ୍ଟ ଉତ୍ତର ଦେଉନାହାନ୍ତି। ବ୍ୟାଙ୍କରେ ଜମା ହୋଇଛି, ସେଠାକୁ ଯାଅ କହି ସେମାନେ ଫେରାଇ ଦେଉଛନ୍ତି। ପୂର୍ବ ଭଳି ପଞ୍ଚାୟତ ମାଧ୍ୟମରେ ଭତ୍ତା ଦେଲେ ଆମେ ଏତେ ଅସୁବିଧାର ସମ୍ମୁଖୀନ ହୁଅନ୍ତୁ ନାହିଁ। ବ୍ୟାଙ୍କ ଜମା ଖାତାରେ ଟଙ୍କା ଆସିଲା ଦିନରୁ ବହୁତ ହଇରାଣ ହେବାକୁ ପଡୁଛି ବୋଲି ଅଞ୍ଚଳ ବାସୀ କହିଛନ୍ତି । କାରଣ ବ୍ୟାଙ୍କରେ କେତେବେଳେ ଲିଙ୍କ୍ ନାହିଁ ତ ପୁଣି କେବେ ଟିପ ଚିହ୍ନ ମେଶିନ କାମରେ ଲାଗୁ ନାହିଁ। ଘଣ୍ଟା ଘଣ୍ଟା ଧରି ଏହି ବୟସରେ ଛିଡ଼ା ହେବାକୁ ପଡୁଛି। ପୂର୍ବଭଳି ପଞ୍ଚାୟତରେ ଭତ୍ତା ଦେଲେ ସହଜରେ ଉପକୃତ ହୋଇପାରନ୍ତେ ବୋଲି ସେ କହିଛନ୍ତି।
ଗ୍ରାମାଞ୍ଚଳରେ ବୃଦ୍ଧାବୃଦ୍ଧଙ୍କୁ ଭତ୍ତା ପାଇବା ପାଇଁ ୪ରୁ ୫ କିମି ଚାଲିବାକୁ ପଡୁଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଭତ୍ତା ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରିବା ବ୍ୟବସ୍ଥା କରାଯାଉଛି। ସହଜରେ ଟଙ୍କା ମିଳିଲେ ଏହା ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କୁହାଯାଉଛି। କିନ୍ତୁ ଅଧିକାଂଶ ହିତାଧିକାରୀ ବହୁ ମାସ ହେଲା ଭତ୍ତା ଟଙ୍କା ପାଇ ପାରି ନ ଥିବା ଅଭିଯୋଗରୁ ଜଣାପଡ଼ିଛି। ବ୍ୟାଙ୍କ, ପଞ୍ଚାୟତ ଓ କାର୍ଯ୍ୟାଳୟକୁ ସେମାନେ ବାରମ୍ବାର ଯାଇ ଆଧାର କାର୍ଡ, ଭତ୍ତା ବହି, ବ୍ୟାଙ୍କ ପାସ୍ବୁକ୍ ଜେରକ୍ସ ଦେଉଛନ୍ତି। ହେଲେ ଭତ୍ତା ଟଙ୍କା ପାଇପାରୁନାହାନ୍ତି। ଏହା ସରକାରୀ ବ୍ୟବସ୍ଥା ପ୍ରତି ବିତୃଷ୍ଣାଭାବ ସୃଷ୍ଟି କରିବା ସହ ଭତ୍ତା ଅର୍ଥ ବାଟମାରଣା ହେଉଥିବା ସନ୍ଦେହକୁ ଦଢ଼ୀଭୂତ କରୁଛି। ଯାହାକି ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡୁଛି। କିଏ ଆଶା ବାଡ଼ି ତ କିଏ ଅଟୋରେ ଯାଇ ୫୦୦ ଟଙ୍କା ଭତ୍ତା ପାଇଁ ୨୦୦ ଟଙ୍କା ଭଡ଼ା ଦେଉଛନ୍ତି। ଏହି ସମସ୍ୟାର ତ୍ୱରିତ ସମାଧାନ ପାଇଁ ସେମାନେ ନିବେଦନ କରିଛନ୍ତି।

0
0
0
s2sdefault