ମାଓବାଦୀଙ୍କ ବର୍ବର କାଣ୍ଡ: ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କନ୍ଧମାଳ (ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲାର ମାଓ ଅଧିସୁତ ଅଞ୍ଚଳ କୁହାଯାଉଥିବା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ସୁମେରବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁବଳ କହଁରଙ୍କୁ ଅତି ନିର୍ମମ ଭାବରେ ମାଓ ବାଦିମାନେ ହତ୍ୟା କରିଥିବା ନିଜର ସ୍ଥିତି ଜାହିର କରିଛନ୍ତି I ମୃତ ସୁବଳ କହଁର ଏହି ସୁମେର ବନ୍ଧ ପଞ୍ଚାୟତ ଗଠନ ହେବା ପରେ ପଞ୍ଚାୟତର ପ୍ରଥମ ସରପଞ୍ଚ ଭାବରେ ଦାୟିତ୍ୱ ନେଇଥିଲେ I ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ମଧ୍ୟ୍ୟ ବହୁ ପ୍ରଚେଷ୍ଟା କରିଥିଲେ I ଯାହା ପାଇଁ ମାଓ ବାଦିଙ୍କ ଟାର୍ଗେଟରେ ଥିଲେ ସୁବଳ I ଅନେକ ଥର ସୁବଳଙ୍କୁ ମାଓବାଦିମାନେ ହତ୍ୟା ଧମକ ମଧ୍ୟ୍ୟ ଦେଇ ଆସୁଥିଲେ I ତେବେ ବୁଧବାର ରାତ୍ର ପ୍ରାୟ ୯ଟା ସମୟରେ ସୁବଳ ତାଙ୍କ ପରିବାର ସହ ତାଙ୍କ ପୈତୃକ ଗାଁ ସାଉଲି ପଡା ସ୍ଥିତ ନିଜ ଘରେ ସୋଇଥିବା ବେଳେ ୧୦ରୁ ୧୫ ଜଣ ଶଶସ୍ତ୍ର ମାଓବାଦୀ ତାଙ୍କୁ ଘରୁ ଡ଼ାକିନେଇ ତାଙ୍କ ଘର ଅଗଣାରେ ହିଁ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି I ଅନ୍ୟପଟେ ଘଟଣା ସ୍ଥଳରୁ ସୁମେରବନ୍ଧ ସିଆରପିଏଫ କ୍ୟାମ୍ପର ଦୂରତା ମାତ୍ର ଗୋଟିଏ କିଲୋ ମିଟର ହୋଇଥିବା ବେଳେ କଡା ସୁରକ୍ଷା ବ୍ୟବସ୍ଥା ଥାଇ ମଧ୍ୟ୍ୟ ଏଭଳି ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସ୍ଥାନୀୟ ଜନ ସାଧାରଣ I ତେବେ ଘଟଣାଟି ଗତ କାଲି ରାତିରୁ ହୋଇଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ କୌଣସି ପୁଲିସ ଅଧିକାରୀ କିମ୍ବା ସୁରାକ୍ଷା କର୍ମୀ ଘଟଣା ସ୍ଥଳରେ ପହଂଚି ନଥିବା ଜଣା ପଡିଛି I ଅନ୍ୟପଟେ ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଭୟରେ ବାତାବରଣ ସୃଷ୍ଟି ହୋଇଥିବା ବେଳେ ସାଉଲ ପଡା ଗାଁ ଭୟରେ ଶୂନ୍ୟ ହୋଇଯାଇଥିବା ଜଣାପଡିଛି I ହେଲେ ମାଓବାଦୀ କାହିଁକି ଏହି ହତ୍ୟାକାଣ୍ଡ ଘଟାଇଲେ ତାହା ସ୍ପଷ୍ଟ ଜଣାପଡି ନାହିଁ I ପୁଲିସ ଘଟଣା ସ୍ଥଳରେ ପହଞ୍ଚିଲେ ପ୍ରକୁର୍ତ୍ତ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଜନସାଧାରଣଙ୍କ ମଧ୍ୟରେ ମତପ୍ରକାଶ ପାଇଛି I

0
0
0
s2sdefault