ଓଡିଶା ପରିବହନ ବିଭାଗ ର ଅଜବ ନିତି, ନବରଙ୍ଗପୁର ମଟର ଚାଳକଙ୍କ ଚାଲାଣ କଟିଲା ବଲାଙ୍ଗୀର ରେ |
ନବରଙ୍ଗପୁର/ ଅଶୋକ ସାହୁ: -ନବରଙ୍ଗପୁର ଜିଲ୍ଲାରେ ରହୁଥିବା ଜଣେ ମଟର ଚାଳକ, ସେ ପୁଣି ପେଶାରେ ଜଣେ ସରକାରୀ ଶିକ୍ଷକ ତାଙ୍କର ଚାଲାଣ କଟିଛି ବଲାଙ୍ଗୀର ରେ |ଯାହାକୁ ନେଇ ଶିକ୍ଷକ ଜଣକ ଚିନ୍ତାଗ୍ରସ୍ତ ହୋଇପଡିଛନ୍ତି |ଘଟଣା ଟି ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ର କୋଡୀଙ୍ଗା ଗ୍ରାମ ନିବାସୀ ନିରଞ୍ଜନ ଧଳ ସହିତ |ନିରଞ୍ଜନ ଧଳ ଡ଼ଙ୍ଗରା ସ୍କୁଲରେ ଦୀର୍ଘ ବର୍ଷ ହେବ ଶିକ୍ଷକତା କରିଆସୁଛନ୍ତି |ସେ ବୁଲାବୁଲି କରିବା ପାଇଁ 2015ମସିହାରେ ନବରଙ୍ଗପୁର ସ୍ଥିତ ହିରୋ ସୋରୁମ କୁ ଯାଇ ନୀଳ ରଙ୍ଗ ର ଏକ ସ୍କୁଟି କିଣି ଆଣିଥିଲେ |ଯାହାର ଗାଡି ନମ୍ବର ହେଉଛି OD 24 A 8407 |ନିରଞ୍ଜନ ଙ୍କ କହିବା ପ୍ରକାରେ ସେ ନବରଙ୍ଗପୁର ଜିଲ୍ଲା ବାହାରେ ସ୍କୁଟି ନେଇ କେବେ ହେଲେ ଯାଇନାହାନ୍ତି |ପୁଣି ସାତ/ଆଠ ମାସ ହେବ ଏକ ଦୁର୍ଘଟଣାରେ ତାଙ୍କର ଗୋଡ଼ ଟିଏ ମଧ୍ୟ ଭାଙ୍ଗିଯାଇଛି |ଆଉ ଦୁର୍ଘଟଣା ପରଠୁ ସେ ସ୍କୁଟି କୁ ଘରୁ ପଦାକୁ ମଧ୍ୟ କାଢ଼ିନାହାନ୍ତି |ହେଲେ ଚଳିତ ମାସ ର 1ତାରିଖରେ ନିରଞ୍ଜନ ଙ୍କ ମୋବାଇଲ କୁ ଏକ ମେସେଜ ଆସିଛି କି ତୁମ ସ୍କୁଟି ର (OD 24 A 8407)6000ଟଙ୍କା ଚାଲାଣ କଟିଛି |ଭେଲିଡ଼ DL ନଥିବା ଯୋଗୁଁ 5000ଟଙ୍କା ଓ ହେଲମେଟ ନ ପିନ୍ଧିଥିବା ଯୋଗୁଁ 1000ଟଙ୍କା |ସ୍କୁଟି ଘରେ ପଡିଛି, ସ୍କୁଟି ଚାଳକ ଘରେ ଅଛନ୍ତି, ତେବେ ବଲାଙ୍ଗୀର ଆର ଟି ଓ ଚାଲାଣ କାଟିଲା କେମିତି? ଗାଡିର ସମସ୍ତ ଦସ୍ତାବିଜ ମଧ୍ୟ ନିରଞ୍ଜନ ସାଇତି କି ରଖିଛନ୍ତି |ତେଣୁ ଓଡ଼ିଶା ପରିବହନ ବିଭାଗ ଏହାର ଉଚିତ ତଦନ୍ତ କରନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି |











