କାମାକ୍ଷାନଗରରେ ଆରମ୍ଭ ହେବ ଡାଏଲିସିସ୍ ସେଣ୍ଟର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାମାକ୍ଷାନଗର:  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଡାଏଲିସିସ୍ ସେଣ୍ଟର । ଏ ନେଇ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ୍ରମେ କାମାକ୍ଷାନଗର ଗ୍ରସ୍ତରେ ଆସି ସୂଚନା ଦେଇଛନ୍ତି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅଶୋକ ଦାସ । ଏହି ଅବସରରେ ତାଙ୍କ ସହିତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟର ପୁରୁଣା ବିଲଡିଙ୍ଗ୍ କୁ ବୁଲି ଦେଖିଛନ୍ତି । ଯାହା ଦ୍ୱାରା କାମାକ୍ଷାନଗର, ପରଜଙ୍ଗ,କଙ୍କଡାହାଡ଼ ଓ ଭୁବନ ଅଞ୍ଚଳର କିଡନୀ ରୋଗୀ ମାନେ ଡାଏଲିସିସ୍ କରିବା ପାଇଁ ସୁବିଧା ପାଇବେ । ମେଡ଼ିକାଲର ପୁରୁଣା ବିଲଡିଙ୍ଗ କ୍ୱାଟର୍ସ ଗୁଡିକ ବୁଲି ଦେଖିବା ସହ ଶୀଘ୍ର ଡାଏଲିସିସ ସେଣ୍ଟର କରାଯିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଅନ୍ୟ ମାନଙ୍କ ମଧ୍ୟରେ କାମାକ୍ଷାନଗର ଏସଡିଏମଓ (SDMO) ସୁବାସ ଚନ୍ଦ୍ର ମଣ୍ଡଳ ,ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault