-
ଶିଳାନ୍ୟାସ କଲେ ବିଧାୟକ, ଉତ୍ସବରୁ ଦୁରେଇ ରହିଲେ ପୌର ଅଧ୍ୟକ୍ଷା ନିବେଦିତା
-
ପୌରହିତ୍ୟ କରିବାକୁ ମୁଖ୍ୟ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଅନୁପସ୍ଥିତ।
-
ଫଳକରେ ସାଂସଦ ଙ୍କ ନାମ ନ ଥିବା ନେଇ ସାଧାରଣ ରେ ଚର୍ଚ୍ଚା ଜୋର ଦାର୍
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ରେ ପ୍ରସ୍ତାବିତ 5 T ରେ ରୂପାନ୍ତରିତ ହେବାକୁ ଥିବା ବାସୁଦେବପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ର ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବ ଆଜି ଦେଖିବାକୁ ମିଳିଛି। ବହୁ ଆଡମ୍ବର ରେ ଆରମ୍ଭ ହେବାକୁ ଥିବା ଏହି ଶିଳାନ୍ୟାସ ପାଇଁ ବିଭାଗୀୟ କର୍ତୁ ପକ୍ଷ ଙ୍କ ପକ୍ଷରୁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ପରିସର ରେ ଶିଳାନ୍ୟାସ ଫଳକ ଲେଖା ଯାଇ ଥିଲା। ଏଥିରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଙ୍କ ନାମ ନ ଥିବା ନେଇ ସାଧାରଣ ରେ ଚର୍ଚ୍ଚା ଜୋର ଦର ହେଉଛି । କୌଣସି କାରଣ ବଶତ ଆଜିର ଶିଳାନ୍ୟାସ ଉତ୍ସବ ରେ ପୌର ହିତ୍ୟ କରିବାକୁ ଥିବା ଅଧିକାରୀ ଡ ସୁଶାନ୍ତ ସାମନ୍ତ ଖୋଦ ନିଜେ ଉତ୍ସବ ରେ ଅନୁପସ୍ଥିତ ଥିଲେ। ଏ ନେଇ ଗଣ ମାଧ୍ୟମ ପ୍ରତିନିଧି ଯୋଗାଯୋଗ କରିବାକୁ ଚେଷ୍ଟା ଜାରି ରଖିଥିଲେ ମଧ୍ୟ ତାଙ୍କ ଫୋନ ଲାଗି ନ ଥିଲା। ଅନ୍ୟ ପଟେ ସମ୍ମାନିତ ଅତିଥି ଭାବେ ଯୋଗ ଦେବାକୁ ଥିବା ପୌର ଅଧ୍ୟକ୍ଷା ନିବେଦିତା ବେହେରା ମଧ୍ୟ ଅନୁପସ୍ଥିତ ଦେଖା ଦେଇଛି । ସରକାରୀ କାର୍ଯ୍ୟ କର୍ମ ରେ ଜଣେ ସାଂସଦ ଙ୍କ ନାମ କାହା ନିର୍ଦ୍ଦେଶ ରେ ଫଳକ ରୁ ବାଦ୍ ଦିଆଗଲା ତାକୁ ନେଇ ମଧ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି। ମୂଳ ରୁ ମୁଣ୍ଡ ରେ ଚାଳ ବାଜିବା ପରି ବିଧାୟକ ଙ୍କ ଏହି ଶିଳାନ୍ୟାସ କୁ ନେଇ ସାଧାରଣ ରେ ଟୁପୂର୍ ତାପୂର୍ ଆଲୋଚନା ଚାଲି ଥିବା ବେଳେ ଖୋଦ ବିଧାୟକ ମଧ୍ୟ ଏହି ଶିଳାନ୍ୟାସ ଉତ୍ସବର ଅବ୍ୟବସ୍ଥା ନେଇ ଗଣ ମାଧ୍ୟମ ରେ ପ୍ରଶ୍ନ କୁ ଆଡେଇ ଯାଇଛନ୍ତି।