ସହୃଦୟତାର ସହିତ ସମାଜର ଅସହାୟ ମାନବଙ୍କ ସେବା କରିବା ଦରକାର l
ସୁବର୍ଣ୍ଣପୁର, (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ବିଶ୍ଵ ରେଡକ୍ରସ ଦିବସ ଜିଲ୍ଲାପାଳଙ୍କ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ତଥା ଜିଲ୍ଲା ରେଡକ୍ରସ ସଂସ୍ଥାର ସଭାପତି ସୂର୍ଯ୍ୟନାରାୟଣ ଦାଶ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସଭାରେ ସମ୍ମାନିତ ଅତିଥିଭାବେ ସଂସ୍ଥାର ଉପସଭାପତି ତଥା ବିଶିଷ୍ଟ ସମାଜସେବୀ ଓ ବରିଷ୍ଠ ଆଇନଜିବୀ ଗୌରୀଶ୍ୟାମ ପଣ୍ଡା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ନିହାର ରଞ୍ଜନ କଁହର ଏବଂ ବକ୍ତା ଭାବରେ ଅଧ୍ୟାପକ ଉମାକାନ୍ତ ନାଗ, ଜିଲ୍ଲା ସଂଯୋଜକ ଯୁବ ରେଡକ୍ରସ ଯୋଗଦେଇଥିଲେ l ପ୍ରାରମ୍ଭରେ ରେଡକ୍ରସ ପ୍ରତିଷ୍ଠାତା ଜେନ ହେନେରୀ ଡ଼ୁନାଣ୍ଟ ଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ଵଳନ ଏବଂ ପୁଷ୍ପମାଲ୍ଯ ଅର୍ପଣ ପୂର୍ବକ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା l ଅତିଥି ଏବଂ ବକ୍ତାମାନେ ବିଶ୍ବପ୍ରତି ହେନେରୀ ଡୁନଣ୍ଟ ଙ୍କ ଅଭୂତପୂର୍ବ ଅବଦାନ ଏବଂ ରେଡକ୍ରସ ସଂସ୍ଥାର କଲ୍ୟାଣକାରୀ ଯୋଗଦାନ ର ଭୂୟସୀ ପ୍ରଶଂସା କରିଥିଲେ l ଜିଲ୍ଲା ରେଡକ୍ରସ ଶାଖା ର ସଦସ୍ୟ ମାନଙ୍କ ସହିତ ଅଧିକ୍ଷଣ ଯନ୍ତ୍ରୀ ଆର ଡବ୍ଲୁ ଏସ ଏସ ଇଂ ବିଭୂପ୍ରସାଦ ପଣ୍ଡା, ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ,ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ବିଶ୍ୱ ରଞ୍ଜନ ପତି , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ,ସିଡିଭିଓ ଅନନ୍ତ ପ୍ରସାଦ ପଣ୍ଡା,ତହସିଲଦାର ସୋନପୁର ନବୀନ କିଶୋର ପାଢି, ସମେତ ଅନ୍ୟାନ୍ୟ ଜିଲ୍ଳା ସ୍ତରୀୟ ଅଧିକାରୀ, କର୍ମଚାରୀ, ସାମ୍ବାଦିକ ବୃନ୍ଦ ପ୍ରମୁଖ ଯୋଗଦାନ କରିଥିଲେ l ବିଦ୍ୟାପତି ପଣ୍ଡା ସଭା ସଂଯୋଜନା କରିଥିବା ବେଳେ ଜରୁରୀକାଳୀନ ଶାଖାର ବିଶ୍ୱନାଥ ନାଏକ୍ ବାବୁ ଧନ୍ୟବାଦ ଅର୍ପଣ କରିଥିଲେ l ଦିବସ ଉପଲକ୍ଷେ ପ୍ରାତଃ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ଉକ୍ତ ରକ୍ତଦାନ ଶିବିର କୁ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀ ଦାଶ ଶୁଭାରମ୍ଭ କରିଥିବା ବେଳେ କାର୍ଯ୍ୟାଳୟ ୭୯ ଜଣ କର୍ମଚାରୀ ଉତ୍ସାହ ର ସହ ରକ୍ତଦାନ କରିଥିଲେ l ପରେ ପରେ ପୂର୍ବାହ୍ନ ସମୟରେ ସ୍ଥାନୀୟ ସାନଝିଙ୍କି ସ୍ଥିତ ମହିମା ବରିଷ୍ଠ ନାଗରିକ ଗୃହର ୨୦ଜଣ ଅନ୍ତେବାସିନୀ ଓ ୧୦ଜଣ ଅନ୍ତେବାସୀଙ୍କୁ ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶି ପୁନମ ମିଞ୍ଜ, ପୌର ପରିଷଦ ସୁବର୍ଣ୍ଣପୁର ଅଧ୍ୟକ୍ଷା ଶ୍ରୀମତୀ ତାମସୀ ତମସ୍ମିତା ନାୟକ, ଜିଲ୍ଲା ସଂଯୋଜକ ଯୁବ ରେଡକ୍ରସ ଶ୍ରୀ ଉମାକାନ୍ତ ନାଗ, ଆଜୀବନ ସଦସ୍ୟା ଇନ୍ଦୁମତୀ ପୁରୋହିତ,ସମ୍ପାଦକ ତଥା କୋଷାଧକ୍ଷ ଜିଲ୍ଲା ରେଡ଼କ୍ରସ ଶ୍ରୀ ଆନନ୍ଦ ପଣ୍ଡା ପ୍ରମୁଖ ଶାଢ଼ୀ ଓ ଧୋତି ପ୍ରଦାନ କରିଥିଲେ l ଅଦ୍ୟ ଦିବସର ସମସ୍ତ କାର୍ଯ୍ୟକ୍ରମରେ କାର୍ଯ୍ୟାଳୟ ର ବିଶ୍ୱନାଥ ନାୟକ, ଆଲୋକ କୁମାର ଦାଶ, ରିତେଶ କୁମାର ହୋତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇବାରେ ସହଯୋଗ କରିଥିଲେ











