ଭୁବନେଶ୍ଵର : କଂଗ୍ରେସ ଦଳରେ କଣଠେସା ହୋଇପଡିଥିବା କଟକ ବିଧାୟକ ମହମ୍ମଦ ମୋକିମ ଆଜି ଆୟୋଜିତ କରିଥିଲେ ବୈଠକ ସ୍ବର୍ଗତ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକ ଓ ସ୍ୱର୍ଗତ ଉପ ମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ୱାଳ ଯୋଡ଼ିଙ୍କ ସମୟକୁ ନେଇ ଆଲୋଚନା ଚକ୍ର | ସେପଟେ କଂଗ୍ରେସ ନେତୃବୃନ୍ଦ ଝାରସୁଗୁଡା ନିର୍ବାଚନରେ ବ୍ୟସ୍ତ ଥିବା ବେଲେ ଅତ୍ୟନ୍ତ ଚତୁରତାର ସହ ମୋକିମଙ୍କ ଦ୍ୱାରା ଆୟୋଜିତ ଏହି ସମାବେଶରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ କାର୍ଯ୍ୟକାରୀ ସଭାପତି ଚିରଞ୍ଜିବି ବିଶ୍ୱାଳ ଓ ବିଜେଡି ବିଧାୟକ ତଥା ଏକଦା କଂଗ୍ରେସରୁ ବହିସ୍କୃତ ହୋଇଥିବା ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ କଂଗ୍ରେସ ରାଜ୍ୟ ନେତୃତ୍ୱକୁ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ଆଲୋଚନା କରିଥିଲେ | ଏହି ସଭାରେ ବିଜେପି ଓଡ଼ିଶାରେ ହେବାର ନାହିଁ ବୋଲି କହିବା ସହ ଠିକଣା ଢଙ୍ଗରେ କାମ କଲେ କଂଗ୍ରେସ ପୁଣି ମଜଭୁତ ହୋଇପାରେ ବୋଲି ସମ୍ଭାବନା ବ୍ୟକ୍ତ କରିଥିଲେ | ଏ ଅବସରରେ ଅତୀତରେ ତାଙ୍କ ବିରୋଧରେ କଂଗ୍ରେସ କରିଥିବା ଅନ୍ୟାୟକୁ ନେଇ ବିଶୋଦ୍ଗାର କରିଥିଲେ | "ମତେ କଂଗ୍ରେସରୁ କାହିଁକି କାଢ଼ିଲେ ମୁଁ ଜାଣିନି, ସେ ନିଶ୍ୱାସ ପଡୁଥିବା ଯାଏ କଂଗ୍ରେସ ଉଧେଇବନି" ବୋଲି କହିବାକୁ ପଛାଇନଥିଲେ ସୋମ୍ୟରଞ୍ଜନ |
ରାଜ୍ୟ
ବିଷ ଓଗାଳିଲେ ସୌମ୍ୟ :: "ମତେ କଂଗ୍ରେସରୁ କାହିଁକି କାଢ଼ିଲେ ମୁଁ ଜାଣିନି, ସେ ନିଶ୍ୱାସ ପଡୁଥିବା ଯାଏ କଂଗ୍ରେସ ଉଧେଇବନି"
- Hits: 398











