ହେଡଲାଇନସ୍:

ଭୁବନେଶ୍ବରରେ ପହଁଞ୍ଚିଲେ ମଣିପୁରରେ ପଢୁଥିବା ଓଡ଼ିଆ ଛାତ୍ରଛାତ୍ରୀମାନେ .

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ, ଦେଲେ ଧନ୍ୟବାଦ |

ଭୁବନେଶ୍ବର : ମଣିପୁରର କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟରେ ପଢୁଥିବା ଦଶଜଣ ଓଡିଆ ଛାତ୍ରଛାତ୍ରୀମାନେ ଆଜି ସୁରକ୍ଷିତ ଭାବରେ ଭୁବନେଶ୍ବରରେ ପହଞ୍ଚିଛନ୍ତି | ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶକ୍ରମେ ଓଡିଶା ପରିବାର ପକ୍ଷରୁ ଜାତିଗତ ହିଂସାରେ କ୍ଷତିଗ୍ରସ୍ତ ମଣିପୁରରେ ପାଠ ପଢୁଥିବା ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ଓଡିଶା ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା ଗତକାଲି ରାତିରେ ସେମାନଂକୁ କୋଲକାତା ଅଣାଯାଇଥିଲା |
ଆଜି ପୂର୍ବାହ୍ନରେ ସେମାନେ ଆସି ଭୁବନେଶ୍ବରରେ ପହଞ୍ଚିଥିଲେ | ବିମାନବନ୍ଦରରେ ଓଡିଶା ପରିବାର ପକ୍ଷ୍ୟରୁ ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ କରାଯାଇଥିଲା |
ପରେ ସେମାନେ ନବୀନ ନିବାସ ଯାଇ ମୁଖମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କୁ ଭେଟିଥିଲେ | ସୁରକ୍ଷିତ ଭାବରେ ସେମାନଂକୁ ଭୁବନେଶ୍ବର ଫେରାଇ ଆଣିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ |
ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସେମାନଙ୍କ ପାଠ ପଢା ବିଷୟରେ ପଚାରି ବୁଝିବା ସହ ଖୂବ୍ ଶୀଘ୍ର ମଣିପୁରରେ ସ୍ୱାଭାବିକ ଅବସ୍ଥା ଫେରି ଆସିବ ବୋଲି ଆଶା ବ୍ୟକ୍ତ କରିଥିଲେ | ପିଲାମାନଙ୍କୁ ହକି ଜର୍ସି ଦେଇ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସ୍ଵାଗତ କରିଥିଲେ |

0
0
0
s2sdefault