ହେଡଲାଇନସ୍:

-ଭାରସାମ୍ୟ ହରାଇ ଓଲଟିଲା ଟାଟା ଆସି ମିନି ଟ୍ରକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋଡିଏ ରୁ ତିରିଶ କୀର୍ତ୍ତନ ମଣ୍ଡଳୀ ଆହତ

କାମାକ୍ଷାନଗର -ଭାରସାମ୍ୟ ହରାଇ ଓଲଟିଲା ଟାଟା ଏସି ମିନି ଟ୍ରକ l କୋଡିଏ ରୁ ତିରିଶ କୀର୍ତ୍ତନ ମଣ୍ଡଳୀ ସଦସ୍ୟ ଗୁରୁତର l କାମାକ୍ଷାନଗର ମେଡିକାଲ ରେ ଭର୍ତି l ସୂଚନା ଅନୁସାରେ କାମାକ୍ଷାନଗର ଥାନା ଆଳତୁମା ଗ୍ରାମର ଏକ କୀର୍ତ୍ତନମଣ୍ଡଳୀ ଦଳ ଅଷ୍ଟପ୍ରହରୀ ନାମଯଂଜ୍ଞ ରେ ଭାଗନେବା ପାଇଁ କୋଟଗରା ଯାଇଥିଲେ l ସେଠାରୁ ଅଷ୍ଟପ୍ରହରୀ ସରିଲା ପରେ ଆଜି ଭୋରୁ କାମାକ୍ଷାନଗର ଫେରୁଥିବା ବେଳେ କାମାକ୍ଷାନଗର ଥାନା ରେକୁଳା ବ୍ରିଜ ନିକଟରେ ଟାଟା ଏସି ମିନି ଟ୍ରକ ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା l ଯାହା ଫଳରେ ସେଥିରେ ଥିବା ପ୍ରାୟ କୋଡିଏ ରୁ ତିରିଶ କୀର୍ତ୍ତନ ମଣ୍ଡଳୀ ର ସଦସ୍ୟ ଗୁରୁତର ହୋଇଛନ୍ତି l ଆମ୍ବୁଲାନ୍ସ ଓ ସ୍ଥାନୀୟ ଲୋକଙ୍କ ସହାୟତା ରେ ସମସ୍ତ ଗୁରୁତର ଙ୍କୁ କାମାକ୍ଷାନଗର ମେଡିକାଲ ରେ ଭର୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଉଛି l ଅଧିକ ଆଘାତ ହୋଇଥିବା ରୋଗୀ ମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି l ସମସ୍ତ ଗୁରୁତର ଆହତ ଙ୍କ ଘର କାମାକ୍ଷାନଗର ଥାନା ଆଲତୁମା ଗ୍ରାମ ରେ ହୋଇଥିବା ଜଣା ପଡିଛି l

0
0
0
s2sdefault