ହେଡଲାଇନସ୍:

କଥା ରଖିଲେ ବିଧାୟିକା : ଖୋଲିଲା ୬ ଗୋଟି ପ୍ରାଥମିକ ବିଦ୍ୟାଳୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରବନ୍ଧ ପାଇକମାଳ ଏବଂ ରାଜବୋଡ଼ାସମ୍ବର ବ୍ଲକ୍ ରେ ବନ୍ଦ ରହିଥିବା ୬ ଗୋଟି ପ୍ରାଥମିକ ବିଦ୍ୟାଳୟ କୁ ପୁନଃ ଖୋଲା ଯାଇଛି l ପ୍ରକାଶ ଥାଉକି, ଉପନିର୍ବାଚନ ସମୟରେ ଅନେକ ଗ୍ରାମରେ ଲୋକଙ୍କ ଅଭିଯୋଗ ରହିଥିଲା ଯେ ସେହି ଗ୍ରାମରେ ରହିଥିବା ପ୍ରାଥମିକ ବିଦ୍ୟାଳୟ ଗୁଡିକ ବନ୍ଦ ରହିଛି । ସେ ସମୟରେ ବିଧାୟିକା ବର୍ଷା ସିଂ ବରିହା ଓ ବିଜୁ ଜନତା ଦଳ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ ଯେ ନିର୍ବାଚନ ପରେ ଯେ କୋଣସି ପ୍ରକାରେ ସ୍କୁଲ ଗୁଡିକ ପୁନଃ ଖୋଲାଯିବ । ନିର୍ବାଚନ ପରେ ଏନେଇ ବିଭାଗୀୟ ମାନ୍ୟବର ମନ୍ତ୍ରୀ ଓ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିବା ପରେ ଗତ ତା. ୨୫/୦୪/୨୦୨୩ ପଦ୍ମପୁର ବ୍ଲକର ଗମ୍ଭାରୀଡ଼ିହି , ବରଦାପାଳି ଓ ଗଞ୍ଜାଗୁଡା , ପାଇକମାଲ ବ୍ଲକର ତେନ୍ତୁଳିଖୁଣ୍ଟି , ଓ ଝାରବନ୍ଧ ବ୍ଲକର ଘୁଚାପାଳି ଓ ଚିତାଖୋଲ ସ୍କୁଲକୁ ଖୋଲାଯିବା ପାଇଁ ବିଭାଗ ତରଫରୁ ଚିଠି କରାଯାଇଥିଲା । ଚିଠି ଆସିବା ପରେ ଓ ସମସ୍ତ ପ୍ରସ୍ତୁତି ସରିବା ପରେ ଆଜି ବିଧିବଦ୍ଧ ଭାବରେ ସ୍କୁଲ ଗୁଡିକ ଖୋଲାଯିବା ସମୟରେ , ବିଧାୟିକା ଶ୍ରୀମତୀ ବରିହା ଗ୍ରାମବାସୀଙ୍କ ସହ ନିଜେ ଉପସ୍ଥିତ ରହିଥିଲେ । ଉକ୍ତ ଗ୍ରାମ ଗୁଡିକରେ ସ୍କୁଲ ଖୋଲା ଯିବା ପରେ ଲୋକେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟିକା ବର୍ଷା ସିଂ ବରିହା ଙ୍କୁ ଧନ୍ୟବାଦ ଜଣାଇଛନ୍ତି l

ଏହି ଅବସରରେ ବିଧାୟିକା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଉପନିର୍ବାଚନ ସମୟରେ ରେ କଥା ଦେଇଥିଲୁ , ପୂରଣ ବି କଲୁ | ଖୁସି ଲାଗୁଛି, କାରଣ ଛୁଆ ମାନଙ୍କର ପ୍ରାଥମିକ ଶିକ୍ଷା ହିଁ ତାଙ୍କର ଜୀବନ ର ମୁଳଦୁଆ । ମୋର ଅନୁରୋଧ ରକ୍ଷା କରି ସ୍କୁଲ ଗୁଡିକ ପୁନଃ ଆରମ୍ଭ କରିଥିବାରୁ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ବିଶ୍ୱାସ ରଖିଥିବାରୁ ଧନ୍ୟବାଦ ଜଣାଇଛନ୍ତି l

0
0
0
s2sdefault