ହେଡଲାଇନସ୍:

ଭାବମୂର୍ତ୍ତି ତିଆରିରେ ଲୋକସମ୍ପର୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କିଟରେ ୪ର୍ଥ ଲୋକସମ୍ପର୍କ ସମ୍ମିଳନୀ

ଭୁବନେଶ୍ୱର,୫ ।୫: ବ୍ୟକ୍ତିଗତ ହେଉ ବା ଆନୁଷ୍ଠାନିକ , ରାଜ୍ୟ ଓ ଦେଶର ଦୈନନ୍ଦୀନ କାର୍ଯ୍ୟ ଓ ଭାବମୂର୍ତ୍ତି ତିଆରିରେ ଲୋକ ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି । ଆଜି କିଟ୍‍ ସ୍କୁଲ ଅଫ୍‍ ମାସ୍‍ କମୁ୍ୟନିକେସନ୍‍ ପକ୍ଷରୁ ଆୟୋଜିତ ୪ର୍ଥ ଲୋକସମ୍ପର୍କ ସମ୍ମିଳନୀକୁ ଉଦ୍‍ଘାଟନ କରି ଶ୍ରୀ ସାମନ୍ତ କହିଲେ, କିଟ୍‍ ବିଶ୍ୱବିଦ୍ୟାଳୟରେ ବର୍ଷତମାମ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । କିଟ୍‍ ମାସ୍‍ କମୁ୍ୟନିକେସନ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ଏହାର ସୁଯୋଗ ନେବା ଉଚିତ । ଫଳରେ ସେମାନେ ସାମ୍ବାଦିକତା ଓ ଗଣ ଯୋଗାଯୋଗ କ୍ଷେତ୍ରରେ ସେମାନଙ୍କ ଦକ୍ଷତା ପ୍ରତିପାଦିତ କରିପାରିବେ । ସମ୍ମିଳନୀରେ ଅନ୍ୟତମ ଅତିଥି ଭାବେ ଢେଙ୍କାନାଳସ୍ଥିତ ଆଇଆଇଏମ୍‍ସିର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଲେ, ଲୋକସମ୍ପର୍କ ବୁଝି ହେଉ ନ ଥିବା ଭଳି ଏକ ବୃତ୍ତି ମଧ୍ୟରୁ ଅନ୍ୟତମ । କିନ୍ତୁ ଏହା ଏକ ଅନୁଷ୍ଠାନର ଆଖି ଓ କାନ ଭାବେ କାର୍ଯ୍ୟ କରିଥାଏ । ଏବେ ବି ଲୋକସମ୍ପର୍କ ବିଷୟରେ ଛାତ୍ରଛାତ୍ରୀଙ୍କୁ କିଭଳି ଶିକ୍ଷାଦାନ କରାଯିବ ସେ ନେଇ ଆମେ ଅସ୍ପଷ୍ଟ ବୋଲି ସେ କହିଥିଲେ । ସେହିପରି କୋଲକାତାସ୍ଥିତ ଏସ୍‍ଆର୍‍ଏଫ୍‍ଟିଆଇର ନିଦେ୍ର୍ଧଶକ ପ୍ରଫେସର ହିମାଂଶୁ ଖଟୁଆ କହିଲେ, କିଟ୍‍ ହେଉଛି ଶୃଙ୍ଖଳା, ଭିତ୍ତିଭୂମି ଓ ବିଭିନ୍ନ ସୁବିଧା ଯୋଗାଇ ଦେବା କ୍ଷେତ୍ରରେ ଏକ ଅଗ୍ରଣୀ ଅନୁଷ୍ଠାନ । ଛାତ୍ରଛାତ୍ରୀମାନେ ପାରସ୍ପରିକ ସମ୍ପର୍କକୁ ଦୃଢ଼ କରିବା ଉପରେ ସେ ଜୋର ଦେଇଥିଲେ । କିଟ୍‍ର ଗଣମାଧ୍ୟମ ଛାତ୍ରଛାତ୍ରୀମାନେ ଦକ୍ଷତା ବିକାଶ ନିମନ୍ତେ ବିଭିନ୍ନ ଟିଭି ଚ୍ୟାନେଲ୍‍ ଓ ରେଡ଼ିଓ ଷ୍ଟେସନ୍‍, ଡିଜିଟାଲ୍‍ ମିଡ଼ିଆ ଓ କିଟ୍‍ର ଲୋକସମ୍ପର୍କ ବିଭାଗ ଆଦିରେ ଥିବା ସୁଯୋଗର ସଦୁପଯୋଗ କରିବା ଉଚିତ୍‍ ବୋଲି ସେ କହିଥିଲେ । କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ କହିଲେ, ମାନବ ସଭ୍ୟତା ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଯୋଗଯୋଗ ଉପରେ ଗୁରୁତ୍ୱ ଦେଇ ଆସିଛି । ପରବର୍ତ୍ତୀ ଅବସ୍ଥାରେ ଏହା ସମ୍ପର୍କରେ ରୂପାନ୍ତରିତ ହୋଇଛି । ଆମେ କେବଳ ସମ୍ପର୍କ ପାଇଁ କାମ କରୁଛୁ, ଶିକ୍ଷା ଲାଭ କରୁଛୁ ଏବଂ ଜୀବନଧାରଣ କରୁଛୁ । ଲୋକସମ୍ପର୍କ ହେଉଛି ଏହାର ଏକ ଅଂଶବିଶେଷ ବୋଲି ସେ କହିଥିଲେ ।

ପବ୍ଲିକ୍‍ ରିଲେସନ୍‍ସ ସୋସାଇଟି ଅଫ୍‍ ଇଣ୍ଡିଆ ଭୁବନେଶ୍ୱର ଶାଖାର ଉପାଧ୍ୟକ୍ଷ ସୁଧୀର ରଞ୍ଜନ ମିଶ୍ର ଦୈନନ୍ଦୀନ ଜୀବନରେ ଲୋକସମ୍ପର୍କ ବୃତ୍ତିରେ କାର୍ଯ୍ୟ କରୁଥିବା ଲୋକମାନେ ଯେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି ତା ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, ରେଭେନ୍‍ସା ବିଶ୍ୱବିଦ୍ୟାଳୟ ସହକାରୀ ପ୍ରଫେସର ସାର୍ଥକ ଅଭୁ୍ୟଦୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସହକାରୀ ପ୍ରଫେସର ନରସିଂହ ମାଝୀ, ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ସହକାରୀ ପ୍ରଫେସର ଜ୍ଞାନ ରଞ୍ଜନ ମିଶ୍ର ଓ ବରିଷ୍ଠ ଲୋକସମ୍ପର୍କ ବିଶେଷଜ୍ଞ ଧରିତ୍ରୀ ଶତପଥୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । କିଟ୍‍ ମାସ୍‍ କମୁ୍ୟନିକେସନ୍‍ ସ୍କୁଲ୍‍ର ପାଠ୍ୟକ୍ରମ ସଂଯୋଜକ ଡ. ରାଜୀବ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡ. ବିଧୁଭୂଷଣ ଦାଶ ସମ୍ମିଳନୀର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ ଓ ଡ. ଅନିରୁଦ୍ଧ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault