ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୁରଭଞ୍ଜ ଗସ୍ତର ଦ୍ୱିତୀୟ ଦିନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୟୂରଭଞ୍ଜ /ଦିପୁ ମହାପାତ୍ର: : ଭାରତର ରାଷ୍ଟ୍ରପତି ତଥା ମୟୁରଭଞ୍ଜ ରାଇରଙ୍ଗପୁର ମାଟିର ଝିଅ ଦ୍ରୌପଦୀ ମୁର୍ମୁ ତିନିଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଥିବା ବେଳେ ଆଜି ଏହି ଗସ୍ତର ଦୁଇଦିନ ରହିଛି ସେଥିପାଇଁ ଯଶିପୁର ଛେଳିଗୋଧଡି ଅଞ୍ଚଳରେ ଚଳଚଞ୍ଚଳ ହୋଇଉଠିଥିଲା । ତେବେ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ନିଜ ଜନ୍ମ ମାଟିକୁ ଆସିଛନ୍ତି ରାଷ୍ଟ୍ରପତି । 4 ତାରିଖ ନିଜ ଗାଁ ରେ ସମୟ ଦେବା ସହିତ ଆଜି ଦାଣ୍ଡବପୋଷି ଯାଇ ସେଠାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁ ସମାଧିପୀଠରେ ଶ୍ରଦ୍ଧାଶୁମନ ଅର୍ପଣ କଲାପରେ ଶିମିଳିପାଳ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଥିଲା । ସେଥିପାଇଁ ଯଶିପୁର ଛେଳିଗୋଧଳି ଠାରେ ବାୟୁସେନାର ହେଲିକ୍ୟାପ୍ଟରରେ ଆସି ହେଲିପ୍ୟାଡରେ ଅବତରଣ କରିଥିଲେ | ସେଠାରୁ ସଡକ ପଥରେ ଶିମିଳିପାଳ ଅଭିମୁଖେ ଯାତ୍ରା କରିଥିଲେ। ତାଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ଉପଖଣ୍ଡ ପ୍ରଶାସନ ତତ୍ପର ହୋଇଉଠିଥିଲେ | ତା ସହିତ ରାଷ୍ଟ୍ରପତିଙ୍କୁ ଅତି ନିକଟରେ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ବେସ ଖୁସିର ମାହଲ ଦେଖିବାକୁ ମିଳିଛି। ନିଜ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଦେଖି ଭାବବିହ୍ୱଳ ହୋଇ ପଡ଼ିଥିଲେ ରାଷ୍ଟ୍ରପତି | ମୟୁରଭଞ୍ଜ ର ଆଵାଳ ବୃଦ୍ଧ ବନିତା ଙ୍କ ମନରେ ଖୁସିର ଲହରୀ ଦେଖି ବାକୁ ମିଳିଥିଲା |

0
0
0
s2sdefault