ଦେଲା ଗୁରୁ ଦାୟିତ୍ୱ , ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ଏଆଇସିସି ଦେଲେ ନିଯୁକ୍ତି
ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟର ପୁବର୍ତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ଉପରେ ଖୁବ କମ ଦିନ ଭିତରେ ଅଖିଳ ଭାରତ କଂଗ୍ରେସ କମିଟି ପ୍ରକଟ କରିଚି ଆସ୍ଥା | ଦେଇଛି ଗୁରୁ ଦାୟିତ୍ୱ | ଦଳର ବହୁ ପୁରୁଣା ନେତାଙ୍କୁ ପଛରେ ପକାଇ ଏଇ ନିକଟରେ ଯୋଗ ଦେଉଥିବା ବିଜୟଙ୍କୁ ଦେଇଛି ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ୱ | ଆଜି ଏଆଇସିସି ପକ୍ଷରୁ ବିଧିବଦ୍ଧ ଜାରି ହୋଇଛି ବିଜ୍ଞପ୍ତି | ବିଜୟଙ୍କ ଏହି ନିଯୁକ୍ତି ଜଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱରେ ଆଭିମୁଖ୍ୟକୁ ସ୍ପଷ୍ଟ କରିଛି. ଶୋଇଥିବା କଂଗ୍ରେସ ସଂଗଠନ ଓ ରାଜ୍ୟ ଶାଖା ଆଗକୁ ଆନ୍ତରିକତାର ସହ ଲଢ଼ିବା ପାଇଁ ପ୍ରସ୍ତୁତ ହେଉଛି ବୋଲି ଆପାତତଃ କେନ୍ଦ୍ରୀୟ ନେତୃତ୍ୱ ସୂଚନାଦେଇଛି | ସୂଚନା ଯୋଗ୍ୟ ଯେ, ବିଜୟ କଂଗ୍ରେସରେ ଯୋଗ ଦେବା ପରେ ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସର ଆକ୍ରମଣ ଶାଣିତ ହୋଇପାରିଛି |
କଂଗ୍ରେସକୁ ସୁ ସଂଗଠିତ କରିବା ସହ ଆସନ୍ତା ନିର୍ବାଚନରେ ସମସ୍ତେ ଏକାଠି ହୋଇ ଲଢ଼ିବା ସକାଶେ ବିଜୟ କଂଗ୍ରେସରେ ଯୋଗ ଦେବା ଦିନଠାରୁ ସବୁ ବରିଷ୍ଠ ନେତାଙ୍କୁ ସାଖ୍ୟାତ କରି ଅନୁରୋଧ ପର୍ବ ଜାରି ରଖିଛନ୍ତି | ସଭାପତି ସରତ ପଟ୍ଟନାୟକ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଏ ଜାବତ ଯେଉ ଭାଇବ ଦଳ ଭିତରେ ସୃଷ୍ଟି ହୋଇପାରିନଥିଲା, ବିଜୟ ଯୋଗ ଦେବା ପରେ ସକାରାତ୍ମକ ମାନସିକତା ଦଳର କର୍ମୀ ଓ ଦଳୀୟ ନେତାଙ୍କ ଭିତରେ ନୃଦ୍ଧି ପାଇବାରେ ଲାଗିଛି | ବିଧିବଦ୍ଧ ଭାବେ ଏ ଦାୟିତ୍ବ ପାଇବା ପରେ ବିଜୟଙ୍କ ଓ ଦଳର ଆଭିମୁଖ୍ୟ ଆହୁରି ଶାଣିତ ହେବ ବୋଲି ଆଶବ୍ୟକ୍ତ କରିଛନ୍ତି କିଛି ବରିଷ୍ଠ ଓ ଯୁବନେତା |