ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତତା ହେତୁ ଆସି ନପାରିଲେ ମଧ୍ୟ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳର ସମସ୍ତ ମୁସଲମାନ ଭାଇମାନଙ୍କୁ ଇଦ ମୁବାରକ ଜଣାଇଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା
(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- ସମଗ୍ର ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ରହିଥିବା ମସଜିଦ ଗୁଡିକରେ ପବିତ୍ର ଇଦ-ଉଲ-ଫିତର ପର୍ବ ଆନନ୍ଦ ଉଲ୍ଲାସ ର ସହ ପାଳିତ ହୋଇଯାଇଛି l ଏହି ଅବସରରେ ସବୁଠାରୁ ଅଧିକ ମୁସଲମାନ ଭାଇମାନଙ୍କ ସମାଗମ ଦେଖିବାକୁ ମିଳିଥିଲା ପ୍ରସିଦ୍ଧ ଜୟରାମପୁର ପଂଚାୟତ କାଜିହାଟ ସ୍ଥିତ ମର୍କଜୁଲ ଉଲୁମ ସୁଙ୍ଗୁଡା ପରିସରରେ l ଏହି ମସଜିଦ ପରିସରରେ ମୌଲାନା ସୟଦ ନକିବୁଲ ଅମିନ ବର୍କି ନମାଜ ପାଠ କରିଥିଲା ବେଳେ ଉପସ୍ଥିତ ସମସ୍ତ ମୁସଲମାନ ଭାଇମାନେ ମଧ୍ୟ ସମୂହ ନମାଜ ପାଠ କରିଥିଲେ l ପରେ ପରେ ଭାଇଚାରା ର ପର୍ବ କୁ ଉଜ୍ଜୀବିତ କରିବା ପାଇଁ ଉପସ୍ଥିତ ସମସ୍ତ ହିନ୍ଦୁ ଓ ମୁସଲମାନ ଭାଇମାନଙ୍କ ସହ ହାତରେ ହାତ ମିଳାଇ ଇଦ ମୁବାରକ ଜଣାଇଥିଲେ l ଏହି କାର୍ଯ୍ୟକ୍ରମ ରେ ମୌଲାନା ଜଇମୁଲ ଇସଲାମ, ସୟଦ ଅଞ୍ଜର ନତୀ, ମୌଲାନା ଅଲି ଅସରଫ, ଅଜରତ ମୌଲାନା ଅବଦୁଲା, ହାଫିଜ ନଵାଲ, ମୌଲାନା ଅଜଗର, ମୌଲାନା ହିଫଜୁ ରେହେମାନ, ମୌଲାନା ସାକିବ ଙ୍କ ସମେତ ହଜାର ହଜାର ସଂଖ୍ୟାରେ ମୁସଲମାନ ଭାଇମାନେ ଯୋଗଦାନ କରିଥିଲେ l
ଇଦ ଅବସରରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଝାରସୁଗୁଡା ନିର୍ବାଚନ କାର୍ଯ୍ୟ ପାଇଁ ଆସି ପାରିନଥିଲେ ମଧ୍ୟ ସମସ୍ତ ମୁସଲଭାଇ ମାନଙ୍କୁ ଇଦ ମୁବାରକ ଜଣାଇବା ସହିତ ଏହି ପର୍ବ ହେଉଛି ହିନ୍ଦୁ ଓ ମୁସଲମାନ ମାନଙ୍କ ମଧ୍ୟରେ ଭାଇଚାରାର ପର୍ବ, ଏ ଦେଶର ବିକାଶ ପାଇଁ ସମସ୍ତ ଙ୍କ ମଧ୍ୟରେ ଏକତାର ଭାବ ଜାଗ୍ରତ ହେବାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ନିଶ୍ଚିନ୍ତକୋଇଲି ବ୍ଲକ ଅଧକ୍ଷ ରୋଜି ସେଠି, ଉପାଧକ୍ଷ ଅଶୋକ କୁମାର ଓଝା, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ଅଧକ୍ଷ ଗିରିଶରଞ୍ଜନ ମହାପାତ୍ର, ସମାଜସେବୀ ତଥା ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ଟ୍ରଷ୍ଟି ଧିରେନ୍ଦ୍ରନାଥ ବେହେରା, ଜିଗ୍ନୀପୁର ସରପଞ୍ଚ ଙ୍କ ପ୍ରତିନିଧି ଜ୍ଞାନରଞ୍ଜନ ରାଉତ, କଂଗ୍ରେସ ବରିଷ୍ଟ ନେତା ଦେବେନ୍ଦ୍ର କୁମାର ସାହୁ, ପ୍ରଦେଶ କଂଗ୍ରେସ କମିଟି ସଭ୍ୟ ପ୍ରଦୀପ୍ତ କୁମାର ଦାସ ଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଇଦ ଅବସରରେ ସମସ୍ତ ମୁସଲମାନ ଭାଇ ମାନଙ୍କୁ ଇଦ ମୁବାରଖ ଜଣାଇଥିଲେ l