ନୂଆ କି ପୁରୁଣା ଜଣାପଡ଼ୁନି, କାମ ବି ନିମ୍ନମାନର ବୋଲି ଅଭିଯୋଗ କଲେଣି ଲୋକେ
ରାଇଘର/ ନରସିଂ ବାଘ :ହାଟ ପିଣ୍ଡା ନିର୍ମାଣ କାର୍ଯ୍ୟରେ ମହା ଦୁର୍ନୀତି ନିମ୍ନମାନ କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି। ସୂଚନା ଅନୁଯାୟୀ ,ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ମହଣ୍ଡ ପଞ୍ଚାୟତ ର ହାଟ ରେ ଚାଲିଛି ହାଟ ପିଣ୍ଡା ନିର୍ମାଣ । ଉକ୍ତ ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ବିନା ସୂଚନା ଫଳକରେ ଚାଲିଛି ଉନ୍ନତି ମୂଳକ କାର୍ଯ୍ୟ। ସରକାର ଙ୍କ ଯୋଜନାକୁ ସଫଳ କରିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ତଦାରଖ ଅଭାବରୁ ଏପରି ନିମ୍ନମାନର କାର୍ଯ୍ୟ ହେଉଛି। ଏହି ହାଟ ପିଣ୍ଡା ନିର୍ମାଣ କାର୍ଯ୍ୟ ରେ ଯେତେ ପରିମାଣ ରେ ସିମେଣ୍ଟ ର ଆବଶ୍ୟକତା ରହିଛି ତାଠୁ ମାତ୍ରାଧିକ କମ ବ୍ୟବହାର ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।ତେବେ ଏହି କାମ ନୂତନ ନା ପୁରୁଣା ବୋଲି ଯନ୍ତ୍ରୀଙ୍କୁ ପଚାରିବାରୁ ସେ ନୂଆ କାମ ବୋଲି ଉତ୍ତର ଦେଇଥିଲେ! ପିଣ୍ଡା ନିର୍ମାଣ କାର୍ଯ୍ୟ ରେ ପୁରୁଣା ପିଣ୍ଡା କୁ ମରାମତି କରାଯାଉଥିବା ମଧ୍ୟ ଦେଖିବାକୁ ମିଳିଛି। ପୁରୁଣା କାମ କୁ ମରାମତି ନେଇ ପ୍ରଶ୍ନ କରିବା ରୁ ଯନ୍ତ୍ରୀ ଜାଗା ଅଭାବ ରୁ ଏପରି କରାଯାଉଥିବା ପ୍ରତିକ୍ରିୟା ରଖିଥିଲେ।ଏଠାରେ ସ୍ପଷ୍ଟ ହୋଇଯାଇଛି ଯେ ଠିକାଦାର ଓ ସରକାରୀ ବାବୁ ଙ୍କ ମିଳିତ ମଧୁଚନ୍ଦ୍ରିକା ରେ ପୁରୁଣା କାମକୁ ନୂତନ କାମରେ ପରିଣତ କରି ନୂତନ କାର୍ଯ୍ୟ ର ବିଲ ପାସ କରି ନିଜ ପକେଟ ଗରମ କରିବାର ଯୋଜନା ରହିଛି ବୋଲି ଲୋକ ଅଭିଯୋଗ କରିଛନ୍ତି | ସେପଟେ ଫଳକ ନ ଥିବାରୁ ଏହା ମନରେଗା କାମ ନା ଅନ୍ୟ ଯୋଜନା ର କାମ କିଛି ଜଣାପଡ଼ୁନାହିଁ |ସୂଚନାଯୋଗ୍ୟ ଯେ ଏଭଳି ସରକାରୀ କର୍ମଚାରୀ ନିରୀହ ଲୋକଙ୍କୁ ଭୁଆଁ ବୁଲେଇ ନିମ୍ନମାନର କାମ କରି ବିଲ ପାସ କରୁଥିବାର ଅନେକ ନଜିର ରହିଥିବା ବେଳେ ଏହି କାମ ଉପରେ ନିରପେକ୍ଷ ତଦନ୍ତ କରିବା ପାଇଁ ସଧାରଣରେ ଦାବି ହେଉଛି |