ଜନ ଆନ୍ଦୋଳ ଯୋଗୁଁ ପୂର୍ବତଟ ରେଳପଥରୁ ଛାଡୁଥିବା ଓ ଆସୁଥିବା କିଛି ଟ୍ରେନ ପ୍ରଭାବିତ ହେବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ରେଳପଥ ଅନ୍ତର୍ଗତ ଖଡ଼ଗ୍ପୁର ରେଳମଣ୍ଡଳର ଖଡ଼ଗ୍ପୁର-ଟାଟା ରେଳ ସେକ୍ସନ ମଧ୍ୟରେ ଖେମାସୁଲି ଷ୍ଟେସନରେ ଏବଂ ଆଦ୍ରl ରେଳମଣ୍ଡଳର ଅଧୀନରେ ଆଦ୍ରl-ଚାଣ୍ଡିଲ ରେଳ ସେକ୍ସନର କୁସ୍ତାୱର ଷ୍ଟେସନରେ ଆଦିବାସୀ କୁର୍ମି ସମାଜ ଦ୍ୱାରା ଜନ ଆନ୍ଦୋଳନକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥରୁ ଛାଡୁଥିବା ଏବଂ ଏହା ମଧ୍ୟକୁ ଆସୁଥିବା କେତେକ ଟ୍ରେନକୁ ନିମ୍ନଲିଖିତ ଅନୁଯାୟୀ ମାର୍ଗ ପରିବର୍ତନ ଏବଂ ବାତିଲ ଓ ଆଂଶିକ ବାତିଲ କରାଯାଇଅଛି...


ଟ୍ରେନର ମାର୍ଗ ପରିବର୍ତନ :

A. 18477/18478 ପୁରୀ-ଋଷିକେଶ-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ପୁରୀରୁ 7 ଏପ୍ରିଲରେ ଏବଂ ଋଷିକେଶରୁ 6 ଓ 7 ଏପ୍ରିଲ 2023ରେ ଏହାର ନିର୍ଧାରିତ ମାର୍ଗ ଝାରସୁଗୁଡା-ରାଉରକେଲା-ଟାଟା-ହିଜୀଲୀ-ଭଦ୍ରକ ମାର୍ଗ ପରିବେର୍ତ୍ତେ ଉଭୟ ପାର୍ଶ୍ୱରୁ ଇବ-ଝାରସୁଗୁଡା ରୋଡ-ସମ୍ବଲପୁର ସିଟି ମାର୍ଗ ଦେଇ ଚଳାଚଳ କରିବ |

ଟ୍ରେନ୍ ବାତିଲ୍:

A. 22824 ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ଏବଂ 12802 ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ 6 ଏପ୍ରିଲ, 2023 ରେ ନୂଆଦିଲ୍ଲୀ ଠାରୁ ବାତିଲ ରହିବ |

B. 12820 ଆନନ୍ଦ ବିହାର (ନୂଆଦିଲ୍ଲୀ)-ଭୁବନେଶ୍ୱର ଓଡ଼ିଶା ସାମ୍ପାର୍କ କ୍ରାନ୍ତି ଏକ୍ସପ୍ରେସ 7 ଏପ୍ରିଲ, 2023 ରେ ଆନନ୍ଦ ବିହାରରୁ ବାତିଲ ରହିବ |

C. 18478 ଋଷିକେଶ-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ 09.04.2023 ରେ ଋଷିକେଶରୁ ବାତିଲ ରହିବ |

D. 22861 / 22862 ହାଓଡ଼ା-କଣ୍ଟାବାଞ୍ଜି-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ଉଭୟ ପାର୍ଶ୍ୱରୁ 07.04.2023 ରେ ଉଭୟ ଦିଗରୁ ବାତିଲ ରହିବ |

E. 22823 ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ 7 ଏପ୍ରିଲ, 2023 ରେ ଭୁବନେଶ୍ୱରରୁ ବାତିଲ ରହିବ |

F. 12875/12876 ପୁରୀ-ଆନନ୍ଦ ବିହାର (ନୂଆଦିଲ୍ଲୀ) -ପୁରୀ ନୀଳାଚଳ ଏକ୍ସପ୍ରେସ 07.04.2023 ରେ ଉଭୟ ଦିଗରୁ ବାତିଲ ରହିବ |

G.18005 / 08006 ହାଓଡ଼ା-ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ 07.04.2023 ରେ ଉଭୟ ଦିଗରୁ ବାତିଲ ରହିବ |

H. 12801/12802 ପୁରୀ-ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ 07.04.2023 ରେ ଉଭୟ ଦିଗରୁ ବାତିଲ ରହିବ |

I. 15630 ସିଲଘାଟ ଟାଉନ୍ (ଆସାମ) - ତାମ୍ବରମ ଏକ୍ସପ୍ରେସ 7 ଏପ୍ରିଲ, 2023 ରେ ସିଲଘାଟ ଟାଉନ୍ରୁ ବାତିଲ ରହିବ |

0
0
0
s2sdefault