ସମବାୟ ଆନ୍ଦୋଳନ ପ୍ରଗତିର ପ୍ରମୁଖ ସୂତ୍ର ଏବଂ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ସଫଳତାର ଏକ ପ୍ରତୀକ : ରାଜ୍ୟପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପ୍ଲାଟିନମ୍ ଜୁବୁଲି ସମାରୋହ

ଭୁବନେଶ୍ୱର :  ସମବାୟ ଏକ ଚେତନା, ଯାହା ଆମ ସଂସ୍କୃତି ଓ ପରମ୍ପରାର ଆଧାରା ଆମ ଚିନ୍ତନ ଓ ମନନ ସକଳ କଲ୍ୟାଣ ପାଇଁ ଅଭିପ୍ରେତା ସମବାୟ ଭାବନା ପିଣ୍ଡଠୁ ବ୍ରହ୍ମାଣ୍ଡ ପର୍ଯ୍ୟନ୍ତ ପରିବ୍ୟାପ୍ତା ସ୍ଥିତିକୁ ପ୍ରଭାବିତ କରେ ସାମୂହିକ ଭାବନା ଏବଂ ଏଥିରେ ଥାଏ ବ୍ୟକ୍ତି ଓ ଗୋଷ୍ଠୀର ଉତ୍ତରଣା ପାରସ୍ପରିକ ଅନୁକୂଳତା ମାଧ୍ୟମରେ ପ୍ରଗତି ସମ୍ଭବ ଏବଂ ସମବାୟ ଏହାର ବାସ୍ତବାୟନ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତିା
ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପ୍ଲାଟିନମ୍ ଜୁବୁଲି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ଉତ୍କଳଗୌରବ ମଧୁସୂଦନ ସମବାୟ ଦର୍ଶନର ପ୍ରୟୋଗରେ ଅଗ୍ରଣୀା ପରେ ଅନ୍ୟମାନେ ଏହାର ଅନୁକରଣ କରିଛନ୍ତିା ସମବାୟ ଆନ୍ଦୋଳନ ପ୍ରଗତିର ପ୍ରମୁଖ ସୂତ୍ର ଏବଂ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ସଫଳତାର ଏକ ପ୍ରତୀକ ବୋଲି ରାଜ୍ୟପାଳ ପ୍ରଫେସର ଲାଲ ପ୍ରକାଶ କରିଛନ୍ତିା
ସମବାୟ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ୧୯୪୮ ମସିହା ଅପ୍ରେଲ ୨ ତାରିଖରେ ଓଡ଼ିଶା ପ୍ରଭିନ୍ସିଆଲ୍ କୋଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍ ଭାବେ ଜନ୍ମ ନେଇଥିଲାା କାଠଯୋଡ଼ି ନଦୀକୂଳରେ ଦୁଇଟି ପ୍ରକୋଷ୍ଠ ଥିବା ଏକ ଭଙ୍ଗା ଭଡ଼ାଘରେ ଚାଲୁଥିବା ଏହି ବ୍ୟାଙ୍କ ମାତ୍ର ୧୦ ହଜାର ଟଙ୍କା ମୂଳ ଅଂଶଧନ ନେଇ ଆରମ୍ଭ ହୋଇଥିଲାା ୧୯୫୧ ମସିହାରେ ଏହାର ନାମକୁ ପରିବର୍ତ୍ତନ କରାଯାଇ ଓଡ଼ିଶା ରାଜ୍ୟ କୋଅପରେଟିଭ୍ ବ୍ୟାଙ୍କ ରଖାଯାଇଥିଲାା ବିଗତ ୭୫ ବର୍ଷ ମଧ୍ୟରେ ଏହି କ୍ଷୁଦ୍ର କିଶଳୟଟି ବୋଧିଦ୍ରୁମରେ ପରିଣତ ହୋଇଛିା ସମସ୍ତ ଆର୍ଥିକ ମାନଦଣ୍ଡରେ ଏହା କେବଳ ଆମ ରାଜ୍ୟ ନୁହେଁ ଜାତୀୟ ସ୍ତରରେ ମଧ୍ୟ ସର୍ବୋତ୍କୃଷ୍ଟ ରାଜ୍ୟ ସମବାୟ ବ୍ୟାଙ୍କର ମାନ୍ୟତା ପାଇଛିା ରାଜ୍ୟର କୃଷି ଅର୍ଥନୀତିକୁ ରୂପାନ୍ତରିତ କରିବାରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ଭୂମିକା ବେଶ୍ ମହତ୍ୱପୂର୍ଣ୍ଣା ତୃଣମୂଳସ୍ତରରେ ୨୭୧୦ଟି ପ୍ରାଥମିକ କୃଷି ସମବାୟ ସମିତି ଏବଂ ଜିଲ୍ଲାସ୍ତରରେ ୧୬ଟି କେନ୍ଦ୍ର ଜିଲ୍ଲା ସମବାୟ ବ୍ୟାଙ୍କ ଜରିଆରେ ରାଜ୍ୟର ଚାଷୀ ଭାଇଭଉଣୀମାନଙ୍କୁ କୃଷି ଋଣ ଯୋଗାଇବାରେ ଓ କୃଷିକୁ ଏକ ବଳିଷ୍ଠ ଜୀବନଜୀବିକାରେ ପରିଣତ କରିବାର ପ୍ରୟାସରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ଅବଦାନ ଅନସ୍ୱୀକାର୍ଯ୍ୟ ବୋଲି ମନ୍ତ୍ରୀ ଶ୍ରୀ ନାୟକ ମତପ୍ରକାଶ କରିଛନ୍ତିା
ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ କୁମାର ଚଢା  କହିଲେ ଯେ ରାଜ୍ୟ ସମବାୟ ବ୍ୟାଙ୍କ ଚାଷୀ ପରିବାରଗୁଡ଼ିକୁ ମହାନ ସେବା ଯୋଗାଇଦେଇଛିା ଆମ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ସମବାୟ ଆନ୍ଦୋଳନରେ ସାମିଲ ହେବା କ୍ଷେତ୍ରରେ ରାଜ୍ୟ ସମବାୟ ବ୍ୟାଙ୍କର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣା ଚାଷ କ୍ଷେତ୍ରରେ ଋଣ ଯୋଗାଇବା ସବୁଠାରୁ ଜରୁରୀା ରାଜ୍ୟର ଫସଲ ଋଣର ସିଂହଭାଗ ରାଜ୍ୟ ସମବାୟ ବ୍ୟାଙ୍କ ଓ ଏହାର ଜିଲ୍ଲାସ୍ତରୀୟ ଶାଖାଗୁଡ଼ିକ ଯୋଗାଇ ଦେଇଥାନ୍ତିା ଚାଷୀମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଯୋଗାଇ ଦେଉଛନ୍ତିା ରାଜ୍ୟର ଚାଷୀଭାଇମାନେ ରାଜ୍ୟ ସମବାୟ ବ୍ୟାଙ୍କରୁ ଏହି ସୁଧ ବିହୀନ ଋଣର ସୁଯୋଗ ନିଅନ୍ତୁ ଓ କୃଷିର ବିକାଶକୁ ତ୍ୱରାନ୍ୱିତ କରନ୍ତୁ ବୋଲି ଶ୍ରୀ ଚଢା କହିଥିଲୋ
ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି ଶ୍ରୀ ଟି.ପି. ରାଓଦୋରା ତାଙ୍କ ସ୍ୱାଗତ ଭାଷଣରେ କହିଲେ ଯେ ଏହି ୭୫ ବର୍ଷର ଯାତ୍ରା ମଧ୍ୟରେ ରାଜ୍ୟ ସମବାୟ ବ୍ୟାଙ୍କ ବହୁ ଘାତପ୍ରତିଘାତ ଦେଇ ଗତି କରିଛିା ରାଜ୍ୟର କୃଷିଭିତ୍ତିକ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଏହାର ଅବଦାନ ପ୍ରଣୀଧାନଯୋଗ୍ୟା ବିଭିନ୍ନ ବୈଷୟିକ ଜ୍ଞାନକୌଶଳକୁ ଉପଯୋଗ କରି ବ୍ୟାଙ୍କିଂସେବା ଓ ଫସଲ ଋଣ ପ୍ରଦାନ କରିବା କ୍ଷେତ୍ରରେ ଏହି ବ୍ୟାଙ୍କ ଆଜି ରାଜ୍ୟର ଏକ ଅଗ୍ରଣୀ ବ୍ୟାଙ୍କର ଭୂମିକା ନେଇପାରିଛି ବୋଲି ଶ୍ରୀ ଦୋରା କହିଥିଲୋ
ପ୍ରାରମ୍ଭରୁ ସମବାୟର ଜନକ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ସମସ୍ତ ଅତିଥି ପୁଷ୍ପମାଲ୍ୟ ଅର୍ପଣ କରିଥିଲୋ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଏକ କଫିଟେବୁଲ୍ ପୁସ୍ତକ "୭୫ ବର୍ଷର ଯାତ୍ରା' ଲୋକାର୍ପିତ ହୋଇଥିଲାା ବ୍ୟାଙ୍କର ସଭାପତି ଶ୍ରୀ ରାଓଦୋରା ଅତିଥିମାନଙ୍କୁ ଉତ୍ତରୀୟ ଓ ଉପଢୌକନ ପ୍ରଦାନ କରିଥିଲୋ
ପରେ ଏକ ଆଲୋଚନା ଚକ୍ରରେ ଇଣ୍ଡିଆନ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ପବ୍ଲିକ୍ ଆଡ୍ମିନିଷ୍ଟ୍ରେସନ୍ର ମହାନିର୍ଦ୍ଦେଶକ ଶ୍ରୀ ଏସ୍.ଏନ୍. ତି୍ରପାଠୀ "ସ୍ୱାଧୀନତା ପରେ କୋଅପରେଟିଭ୍ ବ୍ୟାଙ୍କ ବା କୋଅପରେଟିଭ୍ ଋଣ ଦେଉଥିବା ଅନୁଷ୍ଠାନର ଯାତ୍ରା' ଶୀର୍ଷକ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲୋ ନ୍ୟାସନାଲ୍ ପ୍ରଡକଫିଭିଟି କାଉନ୍ସିଲ୍ର ମହାନିର୍ଦ୍ଦେଶକ ଶ୍ରୀ ସଂଦୀପ କୁମାର ନାୟକ "ଓଡ଼ିଶାର ସମବାୟ ବ୍ୟାଙ୍କଗୁଡ଼ିକର ପୁନର୍ବିନ୍ୟାସ ଓ ପୁନର୍ଗଠନ' ଉପରେ ନିଜର ମତବ୍ୟକ୍ତ କରିଥିଲୋ ସେହିପରି ଆଇଆର୍ଏମ୍ଏର ନିର୍ଦ୍ଦେଶକ ଡ. ଉମାକାନ୍ତ ଦାଶ "କୋଅପରେଟିଭ୍ ବ୍ୟାଙ୍କର ଅବଦାନ ଓ କାର୍ଯ୍ୟପ୍ରଣାଳୀ' ଏବଂ ମୁମ୍ବାଇସ୍ଥିତ ଏନ୍ଏଏଫଏସ୍ସିଓବିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବି. ସୁବ୍ରମଣ୍ୟମ୍ ସମବାୟ ବ୍ୟାଙ୍କ ପରିଚାଳନା କ୍ଷେତ୍ରରେ ଥିବା ଆଇନଗୁଡ଼ିକର ପୁଙ୍ଖାନୁପୁଙ୍ଖ ତର୍ଜମା କରିଥିଲୋ ଏହି ଆଲୋଚନା ଚକ୍ରକୁ ଉତ୍କଳ ବିଶ୍ୱବିଦ୍ୟାଳୟର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଚେୟାରର ପ୍ରଫେସର ଡ. ବରେନ୍ଦ୍ର କୁମାର ଭୋଇ ସଂଚାଳନ କରିଥିଲୋ

0
0
0
s2sdefault