ଟିକାବାଲି ପୁଲିସ ଦ୍ୱାରା ଯାନବାହନ ଯାଞ୍ଚ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜ଼ିଲ୍ଲା ଟିକାବାଲି ସ୍ଥିତ ଛାତିଝର, ଟିପାରିଗାଁ ଛକ ଏବଂ ବାହାଡା ସାହି ଛକ ଅଞ୍ଚଳରେ ଆଜି ଟିକାବାଲି ପୁଲିସ ଦ୍ୱାରା ରାସ୍ତା ରେ ଯାତାୟାତ କରୁଥିବା ପ୍ରତ୍ୟେକ ଗାଡ଼ିକୁ ତନ ତନକରି ଯାଞ୍ଚ କରା ଯାଉଥିବା ଦେଖିବାକୁ ମିଳିଛି I ସୂଚନା ଥାଉକି ଆଜି ଦିନ ୧୧ ଘଣ୍ଟିକା ସମୟରେ ଏସଆଇ ସନ୍ତୋଷ କୁମାର ଦୋରାଙ୍କ ସମେତ ସିରପିଏଫ ଯବାନଙ୍କ ମିଳିତ ଉଦ୍ୟମରେ ଦୁଇ ଚକିଆ ଯାନ ଏବଂ ଚାରି ଚକିଆ ଯାନ ଗୁଡିକ କଡା କଢ଼ି ଭାବ ଯାଞ୍ଚ କରା ଯାଇଛି I ବିନା ହେଲମେଟରେ ଗାଡ଼ି ଡ୍ରାଇଭିଂ, ବିନା ଲାଇସେନ୍ସରେ ଗାଡ଼ି ଚଲାଉ ଥିବା ବ୍ୟକ୍ତିଙ୍କୁ ଜୋରିମାନା ଆଦାୟ କରିବା ସହିତ ପ୍ରତ୍ୟେକ ଙ୍କୁ ସୁରକ୍ଷା ପ୍ରଦାନ ନିମନ୍ତେ ମଦ୍ୟ ପାନ କରି ଗାଡି ନ ଚଳାଇବା ଏବଂ ସରକାରଙ୍କ ସମସ୍ତ ନିୟମକୁ ମାନି, ଗାଡ଼ିଚଳାଇବା ନିମନ୍ତେ ଚାଳକ ମାନଂକୁ ପରାମର୍ଶ ଦିଆଯାଇ ଥିଲା I ପୁଲିସର ଏହି କଡା କଡା ପଦକ୍ଷେପ ସାଧାରଣ ମହଲରେ ବେସ ପ୍ରଶଂସା କରାଯାଇଛି I

0
0
0
s2sdefault