ମହାଡ଼ମ୍ବରରେ କନବାଗେରୀ ମଣ୍ଡଳୀରେ ବିଜୟ ଯାତ୍ରା ଓ ପୁନରୁଥାନ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ବିଜୟ ଯାତ୍ରା ଓ ପୁନରୁଥାନ ପର୍ବକୁ ନେଇ ଉତ୍ସାବ ମୁଖର ସମଗ୍ର କନ୍ଧମାଳ ଜିଲ୍ଲା ଓ ସଂଖ୍ୟା ଲଘୁ ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀ I ଏହାକୁ ନେଇ କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ସ୍ଥିତ କନବାଗେରି ଉତ୍ତର ଭାରତ ମଣ୍ଡଳୀ ଠାରେ ଆଜି ଖ୍ରୀଷ୍ଟ ଧର୍ମାବଲମ୍ଭିଙ୍କ ଦ୍ୱାରା ବିଜୟ ଯାତ୍ରା ପର୍ବ ଅତି ଆନନ୍ଦ ଓ ଓଲ୍ହାସର ପାଳିତ ହୋଇଛି I ଆଜି ପ୍ରାତଃରେ ସଣ୍ଡେ ସ୍କୁଲର ଛାତ୍ରଛାତ୍ରୀ, ଉଦଯୋଗୀ ସମିତିର ଯୁବାଯୁବତୀ ଓ ମଣ୍ଡଳୀର ସଦଦ୍ୟ ଖଜୁରୀ ବାହୁଙ୍ଗା ଧରି ଖ୍ରୀଷ୍ଟୀୟ ଭକ୍ତି ମୂଳକ ସଙ୍ଗୀତ ଗାନ କରି ନାଚି ନାଚି ଗ୍ରାମ୍ୟ ପରିଭ୍ରମଣ କରିବା ସହ ବିଜୟ ଯାତ୍ରାର ଶୁଭେଚ୍ଛା ବାର୍ତ୍ତା ଜଣାଇ ଥିଲେ I ଏହି ମହାନ ପର୍ବ ବିଜୟ ଯାତ୍ରା ଅବସରରେ ସକାଳ ୧୧ ଘଣ୍ଟା ସମୟରେ ସ୍ବତନ୍ତ୍ର ଉପାସନା ହୋଇ ଥିଲା I ଉକ୍ତ ସ୍ୱତନ୍ତ୍ର ଉପାସନାରେ ଆଚାର୍ଯ୍ୟ ସି ଡି ମସେସ ବାଇବଲ ଧର୍ମ ଶାସ୍ତ୍ରରୁ ଯୀଶୁଙ୍କ ବାଣୀ ପ୍ରଚାର କରିଥିବା ବେଳେ ମଣ୍ଡଳୀର ଉପସଭାପତି ସୂର୍ଯ୍ୟକାନ୍ତ ନାୟକ ପରିଚାଳନା କରିଥିଲେ ଓ ପ୍ରଭୁ ଭୋଜର ଆୟୋଜନ କରାଯାଇଥିଲା I ଉକ୍ତ କାର୍ଯ୍ୟକ୍ରମରେ ମଣ୍ଡଳୀର ପାଳକ ଆଚାର୍ଯ୍ୟ ବିନୋଦ ନାୟକ, ମଣ୍ଡଳୀର ସମ୍ପାଦକ ଜନସନ ନାୟକ, ପୂର୍ବତନ ସମ୍ପାଦକ ଆମୋଦ ଚନ୍ଦ୍ର ନାୟକ, କୋଷଦକ୍ଷ ବସନ୍ତ ନାୟକ, ଯୁବ ଆବାହକ ଗଗନ କୁମାର ପ୍ରଧାନ, ପୂର୍ବତନ ଉପସଭାପତି ଫ୍ରାଙ୍କଲୀନ ନାୟକ, ମଣ୍ଡଳୀର ସଦସ୍ୟ ପ୍ରଫେସର ତପନ ଚନ୍ଦ୍ର ନାୟକ, ପ୍ରଭାତ ଚନ୍ଦ୍ର ନାୟକ, ମିସ ସୁରଭି ନାୟକଙ୍କ ସହ ବହୁ ମଣ୍ଡଳୀ ସଦସ୍ୟ ଓ କର୍ମକର୍ତ୍ତା ଉପସ୍ଥିତ ରହି ବିଜୟ ଯାତ୍ରା ପାଳନ କରି ଥିଲେ I ଏହି ମହାନ ପର୍ବ ଆଜିଠାରୁ ଆରମ୍ଭ ହୋଇ ପୁନରୁଥାନ ପର୍ବ ପର୍ଯ୍ୟନ୍ତ ଚାଲୁ ରହିବା ନେଇ ମଣ୍ଡଳୀର ସମ୍ପାଦକ ଘୋଷଣା କରିଥିଲେ I ଏହି ପର୍ବ ପାଳନ ଅବସରରେ ଏକ ସପ୍ତାହ ପର୍ଯ୍ୟନ୍ତ ପ୍ରତ୍ୟକ ଦିନ ସନ୍ଧ୍ୟାରେ ପ୍ରାର୍ଥନା ସଭା ଅନୁଷ୍ଠିତ ହେବା ସହ ଖ୍ରୀଷ୍ଟିୟାନ ଧର୍ମର ଧର୍ମ ଗୁରୁମାନେ ବାଇବଲ ଧର୍ମ ଶାସ୍ତ୍ରରୁ ଧର୍ମବାଣୀ ପ୍ରଚାର କରିବା ନେଇ ଚର୍ଚ୍ଚ ପକ୍ଷରୁ ସୂଚନା ଦିଆଯାଇଛି I

0
0
0
s2sdefault