ୟଙ୍ଗ ଇଣ୍ଡିଆନ୍ସ ପାଳିଲେ ‘ମୋ ଉତ୍କଳ ଦିବସ’

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର:- ରାଜ୍ୟର ୮୭ତମ ପ୍ରତିଷ୍ଠା ଦିବସ ଅବସରରେ ସ୍ଥାନୀୟ ହୋଟେଲ ସ୍ୱସ୍ତିରେ କନଫେଡେରେସନ୍ ଅଫ୍ ଇଣ୍ଡିଆ ଇଣ୍ଡଷ୍ଟ୍ରି(ସିଆଇଆଇ)ର ଏକ ଅବିଚ୍ଛେଦ୍ୟ ଅଙ୍ଗ ୟଙ୍ଗ ଇଣ୍ଡିଆନସ୍ ପକ୍ଷରୁ ‘ମୋ ଉତ୍କଳ ଦିବସ ୧.୦’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୱାଇଆଇ ଏବଂ ଭାରତ ସରକାରଙ୍କ ସ୍ପୋର୍ଟସ୍ ଓ ୟୁଥ୍ ଆଫେୟାର୍ସ ମିନିଷ୍ଟି୍ରର ସହଯୋଗିତାରେ ଏହି ଯୁବ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଜୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଏବଂ ଇଲେକଟ୍ରୋନିକସ୍ ଆଣ୍ଡ ଆଇଟି, ସ୍ପୋର୍ଟସ୍ ଓ ୟୁଥ୍ ଆଫେୟାର୍ସ ମନ୍ତ୍ରୀ ତୁଷାରକାନ୍ତି ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି ଅବସରରେ ମହାମହିମ ରାଜ୍ୟପାଳ ଶ୍ରୀ ଲାଲ ଓଡିଶାର ଉଚ୍ଚମାନର ଓ ସଂସ୍କୃତି, ପରମ୍ପରା, ଐତିହ୍ୟ ଏବଂ ପର୍ଯ୍ୟଟନ ଆଦି ଉପରେ ଗୁରୁତ୍ୱ ଦେଇଥିଲେ । ସେ କହିଲେ ଯୌବନ ହେଉଛି ଭଗବାନଙ୍କର ଉପହାର । ୟୁଥ ମାନଙ୍କୁ ପ୍ରୋତ୍ସାହନ ଦେଇ ଅରୁଣ ସାହୁଙ୍କ ପୁସ୍ତକରୁ ଏକ କବିତା ପାଠ କରିଥିଲେ ।
ଏଏମ୍/ଏନ୍ଏସ୍ ଇଣ୍ଡିଆ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ପ୍ରୋଜେକ୍ଟସ) ରାଜୀବ ଭଟ୍ଟନାଗର ଯୁବ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ କରିବା ଉଦେ୍ଧଶ୍ୟରେ କହିଥିଲେ ଯେ ଆମେ ଏହି ପରି ଯୁବ ସମ୍ମିଳନୀରେ ଅଂଶୀଦାର ହୋଇ ବହୁତ ଖୁସି ଅନୁଭବ କରୁଛୁ । ଓଡିଶା ଯୁବ ପ୍ରତିଭାରେ ଭରପୁର ହୋଇରହିଛି । ଓଡିଶାର ପ୍ରଗତିରେ ଏଏମ୍/ଏନ୍ଏସ୍ ଇଣ୍ଡିଆ ସବୁ ସମୟରେ ଭାଗୀଦାରୀ ହୋଇ ରହିବ ବୋଲି ପ୍ରତିଶୃତିବଦ୍ଧ ।
ୱାଇଆଇ ଭୁବନେଶ୍ୱର ଚାପ୍ଟରର ଅଧ୍ୟକ୍ଷ ବିଶାଲ ଡାଲମିଆ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା ଦେଇ କହିଥିଲେ, ଏପ୍ରିଲ ପହିଲାରେ ଓଡିଶା ରାଜ୍ୟ ଗଠନର ସ୍ମୃତିରେ ଉତ୍କଳ ଦିବସ ପାଳନ କରାଯାଏ । ୱାଇଆଇ ଉତ୍କଳ ଦିବସ ପାଳନକୁ ଅଧିକ ଆକର୍ଷଣୀୟ କରିବାକୁ ଯାଇ ଓଡିଶାର ଉଚ୍ଚମାନର ସଂସ୍କୃତି ଏବଂ ପରମ୍ପରା, ଐତିହ୍ୟ, ଯୁବଶକ୍ତି, ଉଦ୍ୟୋଗପତି ଏବଂ ସରକାରଙ୍କୁ ‘ମୋ ଉକ୍ରଳ ଦିବସ’ ଗୋଟିଏ ମଂଚକୁ ଆଣିଛନ୍ତି ।
କାର୍ଯ୍ୟସୂଚୀ ଉପରେ ଅଧିକ ବିସ୍ତୃତ ଭାବରେ ୱାଇଆଇ ଭୁବନେଶ୍ୱର ଚାପ୍ଟର ସହ ଅଧ୍ୟକ୍ଷ ସୋନାଲ ମୋର କହିଥିଲେ, ୟୁଥ୍ କନକ୍ଳେଭରେ ଏହି ଭଳି କାର୍ଯ୍ୟକ୍ରମ ସଫଳ ଭାବେ ଆମେ କରିଥିବାରୁ ବହୁତ ଖୁସି ଅନୁଭୂତି ହେଉଛି । ଉକ୍ରଳ ଦିବସକୁ ସ୍ମରଣୀୟ କରିବା ଦିଗରେ ମାସ ସାରା ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମର ଆୟୋଜନ କରିଥିଲା ୱାଇଆଇ । ଇନ୍ଟରକଲେଜ ଆଇଡିଆଥନ-ଆଇଡିଆଜ୍ ଆଣ୍ଡ ଜଷ୍ଟ ପିଚ୍ ଭଳି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ଆଇଆଇଟି, ଓୟୁଏଟି, କିଟ୍, ସୋଆ ଭଳି ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ଏହି ପ୍ରତିଯୋଗିତା ହୋଇଥିଲା, ଯେଉଁଥିରେ ଛାତ୍ରଛାତ୍ରୀମାନେ ନୂତନ ଉଦ୍ଭାବନ ଏବଂ ୧୭ଟି ନିରନ୍ତର ବିକାଶ ଲକ୍ଷ୍ୟ(ଏସଡିଜି) କ୍ଷେତ୍ରରେ ବିଜନେସ ଆଇଡିଆମାନ ପରିବେଷଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ମୁଖ୍ୟ ଅତିଥିଙ୍କ ଦ୍ୱାରା ଆଇଡିଆଥନ-ଆଇଡିଆଜ୍ ଆଣ୍ଡ ଜଷ୍ଟ ପିଚ୍ର ବିଜେତାମାନେ ସମ୍ମାନିତ ହୋଇଥିଲେ । ଏହି ଅବସରରେ ଓଡିଶା ସ୍କୁଲ ଅଫ୍ ଡ୍ୟାନ୍ସର ଛାତ୍ରଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ରାଇଜିଂ ଓଡିଶାର ଇତିହାସ ଏବଂ ଓଡିଶାଅ୨୦୪୭ ସମ୍ବନ୍ଧରେ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା ।
ନିଜ ନିଜ କ୍ଷେତ୍ରରେ ସମାଜକୁ ଅତୁଳନୀୟ ଅବଦାନ ନିମନ୍ତେ ନିମ୍ମଲିଖିତ ୧୨ଜଣ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ‘ଉତ୍କଳ ସମ୍ମାନ’ ପ୍ରଦାନ କରାଯାଇଛି:
Awardees Details
1. Education: Dr Silpi Sahoo-In memory of Shri Bijaya KumarSahoo for developing & inspiring the youth
2. Innovation : Anant Das-Automated Sweet Making Machine
3. Rural Initiatives: Kalinga Kusum Foundation- Impactful work on socio economic & legal empowerment & help to edges of society specially women children & tribals .
4. Health : Dr Omkar Hota- Exemplary commitment to walking the extra mile to bring health facilities to people in remote villages of Malkangiri. Also, inspiration behindmovie Daman
5. Sports : Ms. Jayanti Behera- World Youth Champion,Track & Field Paralympic Athlete
6. Climate Change : Ms Neelima Mishra- 1stsole participant for Climate Force Arctic Expedition 2019 & impactful contribution to Climate change awareness
7. Road Safety : Ms Sagarika Nath, IPS- For her ground breaking impact &contribution to traffic management system & Road Safety measures
8. Accessibility : Shri Sannyashai Behera, OAS- Exemplary work as Disability Right Activist, 1stvisually impaired OAS of Odisha state.
9. Art & Culture : Mr Pratik Pattnaik-Documentation of Odisha Culture and start, Impactful Youth.
10. Culinary Art Master : Chef Abinas Nayak- Making Odisha go global with his culinary cuisine, Winner of Master Chef Season 20
11. Entrepreneurship: Mr Amarendra Sahu-Odia Entrepreneur Nationally-Cofounder of India’s Largest Home rental.
12. Agriculture : Swabhiman Farmer Producer Company Limited- Malkangiri National Award winner Ground breaking impactful work for irrigation & integrated farming

0
0
0
s2sdefault