କାଳୀ ମନ୍ଦିର କମିଟୀ ତରଫରୁ ରକ୍ତଦାନ ଶିବିର :- ଉଦଘାଟନ କଲେ ବିଧାୟିକା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ଶିବାଶିଷ ପଟ୍ଟନାୟକ  :- ସ୍ଥାନୀୟ ସିଦ୍ଧି ବିନାୟକ କଲ୍ଯାଣ ମଣ୍ଡପ ଠାରେ କାଳୀ ମନ୍ଦିର କମିଟୀ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରକୁ ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ l ପରେ କାଳୀ ମନ୍ଦିର ପାଇଁ ଏକ ନଳକୂପ ଖନନ ପାଇଁ ଶୁଭ ଦେଇଥିଲେ l ସଭାପତି ଶିବରାମ ବୈକାର , କୋଷାଧକ୍ଷ ଗଜାନନ୍ଦ ଶର୍ମା, ବିନୋଦ ମିଶ୍ର ଉପସ୍ଥିତ ରହି ସମସ୍ତ ରକ୍ତଦାତା ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ lସର୍ବମୋଟ ୪୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା l ରକ୍ତଭଣ୍ଡାର ପରିଚାଳକ ସଂଗ୍ରାମ କେଶରୀ ମହନ୍ତ, ଦୀପକ ସାହୁ ପରିଚାଳନା କରିଥିବା ବେଲେ ସମ୍ପାଦକ ତାପସ ନାୟକ, ମୌସମ ପାଗଡା, ପପୁ ନାୟକ, ସୌମ୍ୟଜିତ ପାଢୀ, ଶିବାଶିଷ ପଟ୍ଟନାୟକ, ଇଶ୍ୱର ମେହେର, ଦୀପକ ତିୱାରୀ, ବିକାଶ ପଣ୍ଡା, ରମାକାନ୍ତ ବହିଦାର, ରଜନୀକାନ୍ତ ବହିଦାର, ଶାଶ୍ୱତ ଯୋଶୀ, ବାପି ଦୋରା, ପ୍ରଭୁଦତ୍ତ ପଣ୍ଡା, ପ୍ରଦ୍ୟୁମ୍ନ ମେହେର, ପାର୍ଥ ମହାପାତ୍ର ଓ କମିଟୀର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l

0
0
0
s2sdefault