ନୂଆ ରୂପରେ ଘୁ.ଉଦୟଗିରି ଖୋଲା ବ୍ୟାୟାମ ଶାଳା : ସୁସ୍ଥ ଓ ସୁନ୍ଦର ଶରୀର ଗଠନ ପାଇଁ ଦେଉଛି ସଚେତନତାର ବାର୍ତ୍ତା....

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): ସୁସ୍ଥ ନିରାମୟ ଜୀବନ ପାଇଁ ସରକାର ମୁକ୍ତା ଯୋଜନାରେ ରାସ୍ତା କଡରେ ଓପୋନ ଜିମ ବ୍ଯବସ୍ଥା କରିଛନ୍ତି । ଯାହା କି ଏବେ ନୁଆ ରୂପରେ ସଜେଇ ହେଉଥିବା ବେଳେ ସାଧାରଣ ଜନତାକୁଂ ସୁସ୍ଥ ରହିବାକୁ ଆକର୍ଷିତ କରୁଛି । ସ୍ୱଚ୍ଛ ସୁନ୍ଦର ପରିବେଶ ମଧ୍ଯରେ ବ୍ଯାୟାମ କରିବାପାଇଁ ହୋଇଛି ବ୍ଯବସ୍ଥା । ଓପୋନ ଜିମ ସେଣ୍ଟର ସ୍ଥଳରେ ସୁରକ୍ଷା ଗାଡ ଓ୍ୱାଲ ସହିତ ହୋଇଛି ସୁନ୍ଦର ଓ୍ୱାଲ ପେଣ୍ଟିଙ୍ଗ । ଯେଉଁ ଓ୍ୱାଲ ପେଣ୍ଟିଙ୍ଗ ଦେଉଛି ସୁସ୍ଥ ନିରାମୟ ଜୀବନ ର ବାର୍ତ୍ତା । ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ବ ହେବା ସହିତ ସରକାର ପ୍ରତିଟି ଓ୍ୱାଲରେ ଓପୋନ ଜିମ ବ୍ଯବସ୍ଥା କରିବାକୁ ଲକ୍ଷ ରଖି ଥିବା ବେଳେ ଏବେ ପଦାସାହି, ହବାକ ହାଇସ୍କୁଲ, ଶ୍ରୀରାମପଦା ଆଦି ବିଭନ୍ନ ସ୍ଥାନରେ ନୁଆ ରୂପରେ ପ୍ରସ୍ତୁତି ହୋଇଛି ଜିମ। ଏହାକୁ ଯୁବ ପିଢି ଦୈନନ୍ଦିନ ଜୀବନରେ ସାମିଲ କରିବା ସହିତ ସ୍ୱାସ୍ଥ୍ୟବାନ ହୋଇ ପାରିଲେ ଯୋଜନା ର ପ୍ରକୃତ ଲକ୍ଷ ପୂରଣ ହୋଇ ପାରିବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି । ନିଜକୁ ସୁସ୍ଥ ସୁନ୍ଦର ଫିଟ ରଖିବା ପାଇଁ ପୂର୍ବରୁ ଟଙ୍କା ଖର୍ଚ୍ଚ କରି ଘରୋଇ ଜିମ ଯିବା ସହିତ ବିଭିନ୍ନ ସ୍ୱାସ୍ଥ୍ୟ ବର୍ଧକ ବ୍ଯବହାର କରିଥାନ୍ତି । କିନ୍ତୁ ଏବେ ହାତପାହାନ୍ତାରେ ବିନା ଖର୍ଚ୍ଚରେ ପାଇ ଯୁବ ସମାଜ ଉସ୍ଚାହିତ ରହିଥିବା ଦେଖିବାକୁ ମିଳିଥିବା ବେଳେ ଏହି ଯୋଜନାରେ ଅନେକ ଲାଭବାନ ହୋଇଥିବା କହିଛନ୍ତି । ଆଗକୁ ଏହା ସୁସ୍ଥ ଓଡିଶା ଗଠନର ପ୍ରମୁଖ ମାଧ୍ଯମ ହେବାକୁ ଯାଉଛି ।

0
0
0
s2sdefault