ରାଉରକେଲା ନାଗରିକ ସୁରକ୍ଷା କମିଟି ପକ୍ଷରୁ ଉତ୍କଳ ଦିବସ ଅବସରରେ ଗଣଧାରଣା ଓ ସ୍ଵାଭିମାନ ଦିବସ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା,(ବସନ୍ତ କୁମାର ଜେନା):-ରାଉରକେଲାର ନ୍ୟାର୍ଯ୍ୟ ଦାବି କୁ ନେଇ ରାଉରକେଲା ନାଗରିକ ସୁରକ୍ଷା କମିଟି ପକ୍ଷରୁ ମହାନ୍ ଉତ୍କଳ ଦିବସ ପାଳନ ସହ ଏହି ଦିବସକୁ ରାଉରକେଲା ର ସ୍ଵାଭିମାନୀ ଜନସାଧାରଣ ସ୍ଵାଭିମାନ ଦିବସ ଭାବେ ପାଳନ କରିବା ସହ ଆମ୍ବାଗାନ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ଗଣଧାରଣା କାର୍ଯ୍ୟକ୍ରମ ସଂଗଠିତ କରାଯାଇଥିଲା। ରାଉରକେଲା ନାଗରିକ ସୁରକ୍ଷା କମିଟି ର ସଦସ୍ୟମାନଙ୍କ ସହ ସହର ର ବିଭିନ୍ନ ସଂଗଠନର କର୍ମକର୍ତ୍ତା, ବୁଦ୍ଧିଜୀବୀ ଓ ଜନସାଧାରଣ ପ୍ରଥମେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କଲାପରେ ପ୍ରତିମୂର୍ତ୍ତି ସମ୍ମୁଖରେ ୩ ଘଣ୍ଟିଆ ଗଣଧାରଣା ରେ ବସିଥିଲେ। ରାଉରକେଲା ନାଗରିକ ସୁରକ୍ଷା କମିଟି ର ପ୍ରମୁଖ ସଦସ୍ୟ ତଥା ବରିଷ୍ଠ ସ୍ତମ୍ଭକାର ଭୂପେନ ମହାପାତ୍ର ଅଧ୍ୟକ୍ଷତା ରେ ଅନୁଷ୍ଠିତ ଗଣଧାରଣା ରେ କମିଟିର ପ୍ରମୁଖ ସଦସ୍ୟ ବିଷ୍ଣୁ ମହାନ୍ତି, ରାଉରକେଲା କୁ ବିଭିନ୍ନ କ୍ଷେତ୍ରରେ ଦୀର୍ଘ ଦିନ ଧରି ଅବହେଳା କରାଯାଉଛି ବୋଲି କହିବା ସହ ରାଉରକେଲା ପ୍ରତି ଏହି ବୈମାତୃକ ମନୋଭାବ ବିରୋଧରେ ଜନ ସାଧାରଣ ଏକ ହେବାକୁ ଆହ୍ୱାନ କରିଥିଲେ ଏବଂ ଆଜିର ମହାନ୍ ଉତ୍କଳ ଦିବସ ପରିପ୍ରେକ୍ଷୀରେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର କର୍ଣ୍ଣଧାର ମାନେ ସର୍ବଦା ଚିର ନମସ୍ୟ ହୋଇ ରହିବେ ବୋଲି କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପ୍ରମୁଖ ସଦସ୍ୟ ହରିହର ରାଉତରାୟ , ଶ୍ରୀମନ୍ତ ବେହେରା, ସତ୍ୟପ୍ରିୟ ମହାନ୍ତି, ଗିରିଶ ମହାପାତ୍ର, ସୁରେଶ ଚନ୍ଦ୍ର ମାଝୀ, ପଶୁପତିନାଥ ଚାଟାର୍ଜୀ,ବିଜୟ କୁମାର ବରାଳ, ପ୍ରଶାନ୍ତ ସେଠୀ, ସୁକାନ୍ତ ଖୁଣ୍ଟିଆ, କେଦାର ପ୍ରଧାନ, ଆର୍ତ୍ତତ୍ରାଣ ମହାପାତ୍ର, ଡଃ ଅକ୍ଷୟ ସାମଲ, ପିତାମ୍ବର ନାୟକ, ପିତାମ୍ବର ଲେଙ୍କା, ହରିହର ଶତପଥୀ, ନବଘନ ସାହୁ, ଗଣେଶ ପ୍ରଧାନ, ଅକ୍ଷୟ ସାମଲ,ବ୍ରଜେନ୍ଦ୍ର ଦାସ, ସୁଶାନ୍ତ ସୂତାର,ବିଭୁଦତ୍ତ ବେହେରା, ଅକ୍ଷୟ ଆଚାର୍ଯ୍ୟ, ଏମ୍ ମାଲେଶ୍ଵରମ, ଲକ୍ଷ୍ମୀଧର ନାୟକ, ଅଜିତ ନାୟକ, ବିଦ୍ୟୁତ ଲତା ମହାନ୍ତ, ହୃଦୟାନନ୍ଦ ଯାଦବ, ଶକୁନ୍ତଳା ମହାକୁଡ଼,ଅରୁ ଦାସ,ଅଜୟ ଶର୍ମା, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ, ବସନ୍ତ ପାଢ଼ୀ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିବା ସହିତ ରାଉରକେଲା ଦୀର୍ଘଦିନ ଧରି ବିଭିନ୍ନ କ୍ଷେତ୍ରରେ ବୈମାତୃକ ମନୋଭାବର ଶିକାର ହେଉଥିବା ବେଳେ ବିଭିନ୍ନ ନ୍ୟାର୍ଯ୍ୟ ପ୍ରାପ୍ୟ ପାଇବାରୁ ବଂଚିତ ହୋଇ ଆସୁଛି। ଏହା ବିରୋଧରେ ରାଉରକେଲା ର ଜନ ସାଧାରଣ ଏକଜୁଟ ହେବାକୁ ଆହ୍ୱାନ କରିବା ସହିତ ରାଉରକେଲା ଜନସାଧାରଣଙ୍କୁ ଏକଜୁଟ କରି ଏକ ବୃହତ୍ତର ଜନ ଆନ୍ଦୋଳନ ପ୍ରସ୍ତୁତ କରିବାକୁ ଆହ୍ୱାନ କରାଯାଇଛି। ରାଉରକେଲା ସୁପର ସ୍ପେସାଲିଟି ହସ୍ପିଟାଲ କୁ ଏମ୍ସ ଦ୍ବାରା ପରିଚାଳନା କରିବା ଓ କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତି ମୁତାବକ ମେଡିକାଲ କଲେଜ ପ୍ରତିଷ୍ଠା କରିବା, ତାଳଚେର ବିମଳାଗଡ ରେଳପଥ ତୁରନ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବା, ରାଉରକେଲା କୁ ଏକ ସ୍ଵତନ୍ତ୍ର ରେଳ ଡିଭିଜନ ଘୋଷଣା କରିବା, ରାଉରକେଲା ରେ ଏକ ସାଧାରଣ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରିବା ସହିତ ରାଉରକେଲା ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ କୁ ବିଶ୍ଵବିଦ୍ୟାଳୟ ର ମାନ୍ୟତା ପ୍ରଦାନ କରିବା, ରାଉରକେଲା ବିମାନ ବନ୍ଦର କୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା, ରାଉରକେଲା ସଫ୍ଟଓୟାର ପାର୍କର ଉନ୍ନତିକରଣ, ବାସଚ୍ୟୁତ ମାନଙ୍କୁ ପୁନଃ ଥଇଥାନ ଓ ସଠିକ କ୍ଷତିପୂରଣ ପ୍ରଦାନ, ସୁନ୍ଦରଗଡ଼ ଜିଲ୍ଲାର ଏମ୍ ଏସ ଏମ୍ ଇ ର ବିକାଶ କରିବା, ରାଉରକେଲା ଇସ୍ପାତ କାରଖାନା ର ଆଧୁନିକକରଣ ଓ ସଂପ୍ରସାରଣ କରିବ ପ୍ରଭୃତି ରାଉରକେଲା ଜନସାଧାରଣଙ୍କ ନ୍ୟାର୍ଯ୍ୟ ଦାବି କୁ ନେଇ ବିଭିନ୍ନ ସ୍ଥାନରେ ସଭା, ସଚେତନତା କାର୍ଯ୍ୟକ୍ରମ ସଂଗଠିତ କରିବା ସହ ଆନ୍ଦୋଳନ କୁ ବ୍ୟାପକ କରିବାକୁ ଆଜି ମହାନ୍ ଉତ୍କଳ ଦିବସ ରେ ସମସ୍ତେ ବଜ୍ର ଶପଥ ନେଇଛନ୍ତି। ଶେଷରେ ରାଉରକେଲା ନାଗରିକ ସୁରକ୍ଷା କମିଟି ର ପ୍ରମୁଖ ସଦସ୍ୟ ସୁରେନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault