ହେଡଲାଇନସ୍:

ଉତ୍କଳୀୟ ସାରସ୍ୱତ ଭଣ୍ଡାର କୁ ସମୃଦ୍ଧ କରିଥିବା ମାହାଙ୍ଗା ର ୧୨ ବରପୁତ୍ର ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଦ୍ୱାରା ହେଲା ଉନ୍ମୋଚନ

2009 ମସିହା ରୁ ମାହାଙ୍ଗା ର ଦାୟିତ୍ୱ ନେଲାପରେ ସବୁବେଳେ ପୂଜ୍ୟ ପୂଜାର କାର୍ଯ୍ୟକ୍ରମ କୁ ବ୍ୟାପକ କରିବା ପାଇଁ ଚେଷ୍ଟା କରିଛି - ବିଧାୟକ ପ୍ରତାପ ଜେନା l

ମାହାଙ୍ଗା /ଦେବେନ୍ଦ୍ର ଷଡ଼ଙ୍ଗୀ ): ଏପ୍ରିଲ 1 ଉତ୍କଳ ଦିବସ ଅବସରରେ ସାହିତ୍ୟି, ସଂସ୍କୃତି, ଐତିହ୍ୟ, ଭାଷା କୁ ଊର୍ଧ୍ଵ ରେ ରଖି ଉତ୍କଳୀୟ ସାରସ୍ୱତ୍ୱ ଭଣ୍ଡାର କୁ ସମୃଦ୍ଧ କରିଥିବା ମାହାଙ୍ଗା ର ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ପାଇଁ ଏକ ମହତ ପଦକ୍ଷେପ ଗ୍ରହଣ କରିଛନ୍ତି ସାଢେ ଚାରି କୋଟି ଓଡ଼ିଆ ଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ, ନିର୍ମଳ ଶାସନରେ ଅନୁପ୍ରାଣିତ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା l ଆଜି ପବିତ୍ର ଉତ୍କଳ ଦିବସ ଅବସରରେ ମାହାଙ୍ଗା ବ୍ଲକ କୁଆଁପାଳ ସ୍ଥିତ ପ୍ରତିଭା ଭବନ ପରିସରରେ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରତାପ ଜେନା ଯୋଗଦାନ କରି ମାହାଙ୍ଗା ର 12 ଜଣ ବରେଣ୍ୟ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି l ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ଅବସରରେ ଏକ ସଭାରେ ଯୋଗଦାନ କରି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ କି ମାହାଙ୍ଗା ଅଞ୍ଚଳବାସୀଙ୍କ ଆଶୀର୍ବାଦ ପାଇଁ ସବୁକିଛି ବିକାଶ ସମ୍ଭବ ହୋଇପାରିଛି ଆଉ 2009 ମସିହା ପରଠାରୁ ମାହାଙ୍ଗା ର ଦାୟିତ୍ୱ ନେଲାପରେ ସବୁବେଳେ ପୂଜ୍ୟ ପୂଜାର କାର୍ଯ୍ୟକ୍ରମ କୁ ବ୍ୟାପକ କରିବା ପାଇଁ ପ୍ରୟାସ ଜାରି ରଖିଛି ଏବଂ ଆଗାମୀ ଦିନରେ ଏହାକୁ ଆହୁରି ବ୍ୟାପକ କରାଯିବ ଯାହାକି ଆଗାମୀ ଭବିଷ୍ୟତ ପିଢିଙ୍କ ପାଇଁ ଚିରଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ l ମାହାଙ୍ଗା ମାଟି କୁ ସମଗ୍ର ଓଡିଶା ରେ ଗୌରବାନ୍ୱିତ କରିବା ସହ ଉତ୍କଳୀୟ ସାରସ୍ୱତ ଭଣ୍ଡାର କୁ ସମୃଦ୍ଧ କରିଥିବା ମାହାଙ୍ଗାର ବରପୁତ୍ର ଗଣକବି ବୈଷ୍ଣବ ପାଣି, ଆଦି ନାଟ୍ୟକାର ଜଗନ ମୋହନ ଲାଲ, କର୍ମବୀର ଗୌରୀଶଙ୍କର ରାୟ, ପଲ୍ଲୀ କବି ନନ୍ଦକିଶୋର ବଳ, ବାଗ୍ନୀ ବିଶ୍ଵନାଥ କର, ବିଶ୍ୱ ସନ୍ତରଣକାରୀ ମିହିର ସେନ, ଆର୍ଚାଯ୍ୟ ପ୍ୟାରୀମୋହନ, ସଂସ୍କାରକ ବୈରାଗୀ ମିଶ୍ର, ଶିଳ୍ପୀଗୁରୁ ବିମ୍ବାଧର ବର୍ମା, ଦ୍ୱିତୀୟ ଭଞ୍ଜ ଗୋଲକ ଚନ୍ଦ୍ର ପ୍ରଧାନ, କବିପ୍ରାଜ୍ଞ ପ୍ରାଣକୃଷ୍ଣ ସାମଲ, ପଦ୍ମଶ୍ରୀ ରଜତ କୁମାର କର ଙ୍କ ପ୍ରତିମୂର୍ତ୍ତି ବିଧାୟକ ପ୍ରତାପ ଜେନା ଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି l

ଏହି କାର୍ଯ୍ୟକ୍ରମ ରେ ବିଧାୟକ ଶ୍ରୀ ଜେନା ଙ୍କ ସହ ଗୀତିକାର ବିଶ୍ୱେଶ୍ୱର ମହାନ୍ତି, ଡକ୍ଟର ଭୁବନାନନ୍ଦ ସାହୁ, ରାଜ୍ୟପାଳ ପୁରସ୍କୃତ ସାହିତ୍ୟିକ ଶାରଦା ପ୍ରସାଦ ମିଶ୍ର, ଡକ୍ଟର ଏକାଦଶୀ ପ୍ରଧାନ, ଡକ୍ଟର ନିଖିଳେଶ ମହାନ୍ତି,ଶିକ୍ଷାବିତ ଅକ୍ଷୟ କୁମାର ଷଢଙ୍ଗୀ, ବ୍ଲକ ଅଧ୍ୟକ୍ଷା ଦୀପା ମଲ୍ଲିକ, ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶରତ ନାୟକ, ଗିରିଶରଞ୍ଜନ ମହାପାତ୍ର, ବିଜେଡି ସଭାପତି ରାଜକିଶୋର ଜେନା, ରମାକାନ୍ତ ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ସୁସ୍ମିତା ଦାସ, ରିଆଜୁଲ ହୋଦା, ଜଗବନ୍ଧୁ ସେଠୀ,ରୁଦ୍ରନାରାୟଣ ସିଂ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ,ସାହିତ୍ୟିକ ଅଖିଳେଶ ମହାନ୍ତି, ଚୌଧୁରୀ ରମାକାନ୍ତ ପ୍ରହରାଜ, ଜଳସରପୁର ସମିତିସଭ୍ୟା ରେବତୀ ସେଠୀ,ସରପଞ୍ଚଙ୍କ ପ୍ରତିନିଧି ସୁବାସ ଜେନା,ଶ୍ରୀକୃଷ୍ଣପୁର ସରପଞ୍ଚ ରାଜକିଶୋର ବଳ,ସାରସ୍ୱତ ସଂଗଠକ ପନଙ୍ଗ ଭୂଷଣ ଦାସ, ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ l ତେବେ ଏଭଳି ମହତ ପଦକ୍ଷେପ କେବଳ ବିଧାୟକ ପ୍ରତାପ ଜେନା ଙ୍କ ପାଇଁ ସଫଳ ହୋଇ ପାରିଥିବାରୁ ଏହା ପ୍ରତ୍ୟେକ ସାହିତ୍ୟିକ, ଭବିଷ୍ୟତ ପିଢ଼ି ଙ୍କ ପାଇଁ ସ୍ମରଣୀୟ ହୋଇ ରହିବ ଯାହାପାଇଁ ଉପସ୍ଥିତ ପ୍ରତ୍ୟେକ ସାହିତ୍ୟିକ, କବି, କବୟିତ୍ରୀ ଏବଂ ମାହାଙ୍ଗା ଅଞ୍ଚଳର ଜନସାଧାରଣ ବିଧାୟକ ଶ୍ରୀ ଜେନାଙ୍କୁ ଦୃଢ ପ୍ରଶଂସା କରିଥିଲେ l

0
0
0
s2sdefault