ଡିଜିପି ଙ୍କର ଅଫିସରେ ସମ୍ମାନିତ ହେଲେ ଥାନା ଅଧିକାରୀ
ବରଗଡ :- ଆଜି ପୋଲିସ ଦିବସ ଅବସରରେ ବରଗଡ ଜିଲ୍ଲା ପାଇକମାଲ ଥାନା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ବଢ଼େଇ ଙ୍କୁ ରାଜ୍ୟ ପୋଲିସ ମୁଖିଆ ଶ୍ରୀ ସୁନୀଲ କୁମାର ବଂସଲ ଙ୍କର ଦ୍ୱାରା ସମ୍ମାନ ସୂଚକ ଡିଜିପି ଡିସ୍କରେ ସମ୍ମାନୀତି କରାଯାଇଛି । ଆଜି ଓଡିଶା ପୋଲିସ ର 88 ତମ ପ୍ରତିଷ୍ଠା ଦିବସ ରେ ପୋଲିସ ମହାନିର୍ଦେଶକ ଙ୍କର ଅଫିସରେ ଶ୍ରୀ ବଢ଼େଇ ଙ୍କୁ ଅନେକ ଗୁଡିଏ ସାଇବର କ୍ରାଇମ ର ସଫଳ ସମାଧାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଶ୍ରୀ ବଢ଼େଇ ଗତ ଅକ୍ଟୋବର ମାସରୁ ପାଇକମାଲ ଥାନାରେ ଥାନା ଅଧିକାରୀ ଭାବରେ କାର୍ଯରତ ଅଛନ୍ତି ।











