ହେଡଲାଇନସ୍:

ଆଇଏମ୍ଏମ୍ଟିଠାରେ ଜନ ଭାଗୀଦାରୀ ୱାକାଥନ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଇନଷ୍ଟିଚ୍ୟୁଟ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନଲୋଜୀ (ଆଇଏମ୍ଏମ୍ଟି) ଠାରେ ଜି-୨୦ ଜନଭାଗୀଦାରୀ ହାକାଥନ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ରାଜ୍ୟର ସବୁ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା ଏକ ମାସଧରି ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରତିଯୋଗୀତା ଆୟୋଜନ ସହ ଏପ୍ରିଲ ୨୭ରୁ ୨୯ତାରିଖ ମେ ଫେୟାରଠାରେ ‘ଶିକ୍ଷା ୱାର୍କି ଗୁରୁତ୍ୱ’ର ତୃତୀୟ ବୈଠକ ଆୟୋଜନ କରାଯିବ । ଏଥିରେ ଜି-୨୦ ସମୂହ ଦେଶର ପ୍ରତିନିଧିମଣ୍ଡଳ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଜି-୨୦ ଦେଶ ସମୂହ, ଶିଳ୍ପ, ସରକାରୀ ସଂସ୍ଥା, ଆଇଟି କମ୍ପାନୀ ଏବଂ ଦକ୍ଷତା ବିକାଶ ଅନୁଷ୍ଠାନ ଭଳି ୭୫ଟି ଅନୁଷ୍ଠାନ ଏବଂ ଓଡିଶାର ୩୫ଟି ଶିକ୍ଷାନୁଷ୍ଠାନ ଏହି କାର୍ଯ୍ୟକ୍ରମରେ ଭାଗ ନେବେ । ପ୍ରଫେସର ଡ଼ ଏ.କେ ସାହୁ ଆଇଏମ୍ଏମ୍ଟିଠାରେ ହୋଇଥିବା ଏହି ୱାକାଥନ୍କୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଆଇଏମ୍ଏମ୍ଟିର ୧୦୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ, କର୍ମକର୍ତା ଏବଂ ସଦସ୍ୟ ଅଂଶଗ୍ରହଣ କରିଥିଲେ ।

0
0
0
s2sdefault