ହେଡଲାଇନସ୍:

 ସଭିଏଁ ପଢିବା ସଭିଏଁ ବଢିବା ଏଠି ପ୍ରହସନ :  ବାବୁଘର ପିଲା ଆସି ଏଥି ଗୋଟେ ଦିନ ପଡି ଯାଆନ୍ତୁ ନା !!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବରଗଡ଼(ଗୌରାଙ୍ଗ ଚରଣ ଦାଶ):-  କାହାକୁ ଉଦେଶମୂଳକ ଭାବେ ସମାଲୋଚନା କରିବା ଆମର ଉଦ୍ଦେଶ୍ୟ ନୁହେ | ସରକାରଙ୍କୁ ନିନ୍ଦା କରିବା ବି ଆମେ ଚାହୁଁନୁ | ହେଲେ ଗ୍ରାଉଣ୍ଡ ଜିରୋ ରିପୋର୍ଟ ଉପରେ ସରକାର ଓ ପ୍ରଶାସନର ଆଖି ଖୋଲି ଦେବା ପାଇଁ ଆମର ଉଦ୍ଦେଶ୍ୟ | ଏମିତି ହେଲେ ପିଲାଏ କେମିତି ବଢିବେ ଆଉ କେମିତି ପଢିବେ ? ଭାଷଣ ମାରୁଥିବା ନେତା ଆଉ ଶୀତ ତାପ ନିୟନ୍ତ୍ରିତ ଘରେ ବସି ଯୋଜନା କରୁଥିବା ଆଉ କାର୍ଯ୍ୟକାରୀ କରୁଥିବା ବାବୁ ମାନଙ୍କ ପିଲାମାନେ ଯଦି ଗୋଟିଏ ଦିନ ଆସି ଏମିତି ସ୍କୁଲ ଆଉ ଅଙ୍ଗନବାଡି କେନ୍ଦ୍ରରେ ପାଠ ପଢିକି ଯାଆନ୍ତେ ତେବେ ଆମେ ମାନିଯାନ୍ତୁ | ଯଦି ପ୍ରଶାସନ ଟିକେ ହେଜି ଯାଆନ୍ତା ତେବେ ପିଲାମାନଙ୍କ ଭାଗ୍ୟ ସୁଧୁରି ଯାଆନ୍ତା | 

   ଗତ କିଛି ଦିନ ତଳେ " ଶାସକ ପ୍ରଶାସକ" ରେ ଆମେ ଗ୍ରାଉଣ୍ଡ ଜିରୋ ରିପୋର୍ଟ ପ୍ରକାଶ କରିଥିଲୁ  କସ୍ତୁରବା ଗାନ୍ଧୀ ମାତୃନିକେତନ ସ୍କୁଲ ବାବଦରେ |  ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା ହେଲେ ସେହି ସ୍କୁଲ ର ଆଜିଭି ସମାନ ଅବସ୍ଥା ରେ ଆଛି। ଦୋଷ କାହାର ସରକାର ନା ପ୍ରଶାସନିକ ଅଧିକାରୀ ମାନଙ୍କର ? ଦୋଷ ଯାହାର ଭି ହେଇଥାଉ କିନ୍ତୁ ଦଣ୍ଡ ପାଉଛନ୍ତି ଅଂଚଳର ଗରିବ , ଅନାଥ ,କୋମଳ ମତି ଛୁଆ ମାନେ। ବିରାଟ ପ୍ରଶ୍ନ ଯେ କାହା ପାଇଁ ଓ କାହା ସ୍ୱାର୍ଥରେ ଏତେ ଯୋଜନା ? ଅବଶ୍ୟ କଥାରେ ଅଛି କୁକୁର ଲାଙ୍ଗୁଡ଼ ବଙ୍କା, ତାକୁ ଯେତେ ବର୍ଷ ଫୁଙ୍କନାଳିରେ ପୁରାଇ ରଖିଲେ ବି ସୁଧୁରିବା କଷ୍ଟ | ଆପାତତଃ ସେହି ରୀତିରେ ଚାଲିଛି ପ୍ରଶାସନ ! ତଥାପି ଏଇ ଉଦ୍ୟମ ପ୍ରଶାସନ କୁ ଚେତେଇଦେବା ପାଇଁ | 

 ବରଗଡ଼ ଜିଲ୍ଲାର ପଇକମାଲ ବ୍ଲକ ମୁଖ୍ୟାଳୟ ରୁ ପ୍ରାୟ 15 କିଲୋମିଟର ଦୂରରେ ଅବସ୍ଥିତ ବରତୁଣ୍ଡା ପଞ୍ଚାୟତର ବାଦୀଵାହଲ ଗ୍ରାମ । ଉକ୍ତ ଗ୍ରାମଟି ନୂଆପଡ଼ା ପଇକମାଲ ମୁଖ୍ୟ ରାସ୍ତା ରୁ ପ୍ରାୟ 3 କିଲୋମିଟର ଦୂରରେ ଅବସ୍ଥିତ। ଏହି ଗ୍ରାମରେ ରହିଛି ଗୋଟେ ପ୍ରାଥମିକ ବିଦ୍ୟାଳୟ ଓ ଏକ ଅଙ୍ଗନବାଡି କେନ୍ଦ୍ର । ପ୍ରାଥମିକ ବିଦ୍ୟାଳୟ ରେ ସର୍ବମୋଟ 5 ଟି ଶ୍ରେଣୀ ଗୃହରେ ମୋଟ 51 ଜଣ ପିଲା ପାଠ ପଢ଼ନ୍ତି ଅତି ଦୟନୀୟ ଅବସ୍ଥାରେ । 2 ଟି ମାତ୍ର କୋଠରୀ ରହିଥିବା ବେଳେ ସେଥି ମଧ୍ୟରୁ ଗୋଟେ  ଖପ୍ପର  ଘର । ଖପ୍ପର ଘର କଥା ନକହିବା ଭଲ କିନ୍ତୁ ଛାତ ଘର ର ଅବସ୍ଥା ଅତି ଶୋଚନୀୟ। ଛାତ ଘର ପାଣି ଗଳିବା ସହିତ  ଛାତ ଭିତର ପଟୁ ସିମେଣ୍ଟ ଛାଡି ଯାଉଛି ଯାହାଫଳରେ ଛାତ ବର୍ତମାନ ବିପଦ ସଂକୁଳ ଅବସ୍ଥାରେ ଅଛି । 

       ଏପଟେ ସେହି ସ୍କୁଲ ପରିସର ରେ ରହିଛି ଅଙ୍ଗନବାଡି କେନ୍ଦ୍ର । ଅଙ୍ଗନବାଡି କେନ୍ଦ୍ର ର ଅବସ୍ଥା ତ ଭଲ  ଅଛି ହେଲେ ଗତ ବର୍ଷ ନିର୍ମିତ ରୋଷେଇଘର ଓ ଶୌଚାଳୟର ଅବସ୍ଥା ଅତି ଖରାପ ଅଛି । ନବ ନିର୍ମିତ ଏହି ଶୌଚାଳୟ ଓ ରୋଷେଇଘର ପ୍ରଚୁର ପରିମାଣରେ ପାଣି ଗଲୁଚି। ଏହି ସବୁ ଅବ୍ୟବସ୍ଥାର ମୁଖ୍ୟ କାରଣ ହେଲା ଯେ ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶ ଅବସ୍ଥିତ ଏହି ଗାଁ କୁ କୋଣସି ଭି ପ୍ରଶାସନିକ ଅଧିକାରୀମାନେ ଆସନ୍ତି ନାହିଁ । ବାଦୀଵାହଲ ଗ୍ରାମ ବାସୀ ମାନେ ବାରମ୍ବାର ସ୍କୁଲର ଏହି ଅବସ୍ଥା ବାବଦରେ ବିଭିନ୍ନ ମହଲରେ ସ୍ୱର ଉତ୍ତୋଳନ  କରିଥିଲେ ଭି କେହି ଶୁଣିବାକୁ ନାରାଜ । ଆଜି ପର୍ଯନ୍ତ ସୁଧୁରୀ ପାରି ନାହିଁ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ର ଅବସ୍ଥା।  ସୁସ୍ଥ ଶିକ୍ଷା ବ୍ୟବସ୍ଥାର ନାରେ ଛୁଆମାନେ ବାଧ୍ୟ ହେଉଛନ୍ତି ଅସ୍ୱାସ୍ଥ୍ୟକର ସନ୍ତସନ୍ତିଆ ପରିବେଶରେ ଶିକ୍ଷା ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି କୋମଳମତି ଶିଶୁମାନେ । ସରକାରୀ କଳର  ଅପାରଗତା ଓ  ଅଣଦେଖାର ଶିକାର ହେଉଛନ୍ତି ଗରିବ ଛୁଆ ମାନେ। ଏହା ସ୍ପଷ୍ଟ ଯେ କାହାରିକୁ ଭି କିଛି ପ୍ରଭାବ ପଡୁନାହିଁ କାରଣ ଏହି ସ୍କୁଲ ମାନଙ୍କରେ କୋଣସି ନେତା କିମ୍ବା ଅଧିକାରୀ ମାନଙ୍କର ଛୁଆ ମାନେ ପାଠ ପଢ଼ନ୍ତି ନାହିଁ। 

0
0
0
s2sdefault