କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ : ଆଦିତ୍ୟ ବିର୍ଲା ଗ୍ରୁପ୍ ଅନ୍ତର୍ଗତ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଆଦିବାସୀ ଲୋକନୃତ୍ୟ ‘ଧିମ୍ସା’ର ସଂରକ୍ଷଣ ଏବଂ ତାହାକୁ ପ୍ରୋତ୍ସାହିତ କରିବା ନିମନ୍ତେ ପ୍ରତିବଦ୍ଧ । ବିଗତ ନଅବର୍ଷ ଧରି କମ୍ପାନୀ ଏକ ଅନନ୍ୟ ଧିମ୍ସା ଉତ୍ସବ ଆୟୋଜନ କରିଆସୁଛି ଯାହା ପଡୋଶୀ ଗ୍ରାମଗୁଡିକରେ ବେଶ୍ ଆକୃଷ୍ଟ ହୋଇଛି । ବିଗତ ବର୍ଷଗୁଡିକ ଭଳି ଚଳିତ ବର୍ଷ ମଧ୍ୟ କମ୍ପାନୀ ନୂଆପଡା ସହରାଞ୍ଚଳ (ହେଲିପ୍ୟାଡ ଗ୍ରାଉଣ୍ଡ୍)ରେ ୨୦୨୩ ମାର୍ଚ୍ଚ ୨୦ ଓ ୨୧ ତାରିଖ ଦୁଇଦିନ ଧରି ‘ଆମ ନୃତ୍ୟ ଆମ ସଂସ୍କୃତି’ ଆୟୋଜନ କରିଥିଲା ।
ଧିମ୍ସା ଉତ୍ସବର ପ୍ରଥମ ଦିବସରେ ନିକଟବର୍ତ୍ତୀ ଗ୍ରାମଗୁଡିକରୁ ୩୧ଟି ଦଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।
ଦ୍ୱିତୀୟ ଦିବସରେ ଓଡ଼ିଶାୀ, କୁଚିପୁଡି, ଛଉ, ସମ୍ବଲପୁରୀ, ରଣପା ଏବଂ ଘୁବୁକୁଗୁଡୁ ଆଦି ଲୋକନୃତ୍ୟ କଳା ଓଡ଼ିଶାର ସ୍ୱନାମଧନ୍ୟ କଳାକାଳଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା । ଶ୍ରୀ ଧର୍ମେନ୍ଦ୍ର ବେହେରା, ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ- ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ଏବଂ ଏହି ଅବସରରେ ଶ୍ରୀମତୀ ମନିଶା ଦାସ, ବିଡିଓ କାଶୀପୁର, ଶ୍ରୀ ବସନ୍ତ ପ୍ରଧାନ, ଡିଆଇପିଆରଓ ରାୟଗଡା ଏବଂ ଶ୍ରୀ ମଜହର ବେଗ୍, ୟୁନିଟ ହେଡ୍ ଏବଂ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା ପ୍ରମୁଖ ଉପସ୍ଥିତ ଥିଲେ ।
ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିଜର କାର୍ଯ୍ୟ ପରିଚାଳନା କରୁଥିବା ଅଞ୍ଚଳର ସ୍ଥାନୀୟ ଜନସମୁଦାୟଙ୍କର ସାଂସ୍କୃତିକ ଏବଂ ପାରମ୍ପରିକ ମୂଲ୍ୟବୋଧର ସଂରକ୍ଷଣ ଏବଂ ସେଥିରେ ବୃଦ୍ଧି ଘଟାଇବାକୁ ଦୃଢ ଏକାଗ୍ରତା ନେଇ କାର୍ଯ୍ୟ କରୁଛି । ଏହାର ମୌଳିକ ନୀତିସମୂହ ସ୍ଥାନୀୟ ପ୍ରଥା ସହିତ ସଦ୍ଭାବ ଓ ସଂପ୍ରୀତି ବଜାୟ ରଖିବା ଉପରେ କେନ୍ଦ୍ରୀଭୂତ ଏବଂ ସେହି ସମୟରେ ଏହା ସେଗୁଡିକର ପରିପୋଷଣ କରିବା ସହିତ ସମର୍ଥନ ଯୋଗାଇ ଦେଉଛି । ଏହା ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ୍ର ୟୁନିଟ ହେଡ୍ ଏବଂ ପ୍ରେସିଡେଣ୍ଟ ଶ୍ରୀ ମଜହର ବେଗ୍ ତାଙ୍କର ସ୍ୱାଗତ ଭାଷଣରେ ଉଲ୍ଲେଖ କରିଥିଲେ ।
ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଧର୍ମାନନ୍ଦ ବେହେରା ଧିମ୍ସା ଉତ୍ସବକୁ ପ୍ରଶଂସା କରିବା ସହିତ ଏହାର ପ୍ରୋତ୍ସାହନ କ୍ଷେତ୍ରରେ ଉତ୍କଳ ଆଲୁମିନାର ପ୍ରୟାସ ପ୍ରଶଂସନୀୟ ବୋଲି ପ୍ରକାଶ କରିଥିଲେ । ଦ୍ୱିତୀୟ ଦିବସରେ ଶ୍ରୀ ମକରନ୍ଦ ମୁଦୁଲି, ବିଧାୟକ ରାୟଗଡା ର୍କ୍ୟାକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ।
ଏଥିସହିତ ଶ୍ରୀମତୀ ଅନୁସୟା ମାଝୀ (ଚେୟାରପର୍ସନ ସ୍ପେଶାଲ ଡେଭଲପମେଣ୍ଟ କାଉନ୍ସିଲ, ରାୟଗଡା), ଶ୍ରୀମତୀ ସରସ୍ୱତୀ ମାଝୀ, ଚେୟାରପର୍ସନ ଜିଲ୍ଲା ପରିଷଦ ରାୟଗଡା, ଶ୍ରୀ ଅକ୍ଷୟ ସାହୁ, ବ୍ୟୁରୋ ହେଡ୍ ଏସିଆନ ଏଜ୍, ଶ୍ରୀ ଅଜିତ ସାଙ୍ଗୱାନ, ଡିଆଇଜି, ସିଆରପିଏଫ୍ ରାୟଗଡା, ଶ୍ରୀ ବିକାଶ ବାଇନ୍, ଜିଏମ୍ଆରଆଇସି, ଶ୍ରୀ କାନ୍ତ ମାଝୀ, ବ୍ଲକ ଚେୟାରମ୍ୟାନ କାଶୀପୁର ଏବଂ ଶ୍ରୀ ମଜହର ବେଗ୍, ୟୁନିଟ ହେଡ୍ ଏବଂ ପ୍ରେସିଡେଣ୍ଟ ଉତ୍କଳ ଆଲୁମିନା କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବରେ ଉପସ୍ଥିତ ଥିଲେ ।
ଶ୍ରୀ ମକରନ୍ଦ ମୁଦୁଲି, ବିଧାୟକ ରାୟଗଡା ସ୍ଥାନୀୟ କଳା ଓ ସଂସ୍କୃତି ଉପରେ ଦୃଷ୍ଟିନିବଦ୍ଧ କରୁଥିବା ଏହିଭଳି କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଉତ୍କଳ ଆଲୁମିନାକୁ ପ୍ରଶଂସା କରିଥିଲେ । ସ୍ଥାନୀୟ ଗୋଷ୍ଠୀଗୁଡିକର କୁଶଳତାର ବିକାଶ ଦିଗରେ ଉତ୍କଳ ଆଲୁମିନାର ଉଲ୍ଲେଖନୀୟ ସମର୍ଥନକୁ ସେ ପ୍ରଶଂସା କରିଥିଲେ ଏବଂ ଏହା ତାହାର ସିଏସ୍ଆର କାର୍ଯ୍ୟକଳାପଜାରି ରଖିବ ବୋଲି ଆଶା ପ୍ରକାଶ କରିଥିଲେ । ସେ ମଧ୍ୟ ସ୍ୱାସ୍ଥ୍ୟ, ଶିକ୍ଷା, ଓ କୃଷି ଆଦି କ୍ଷେତ୍ରରେ ଉତ୍କଳ ଆଲୁମିନାର ପ୍ରୟାସସମୂହକୁ ଉଚ୍ଚ ପ୍ରଶଂସା କରି ଆଦିବାସୀ ଜନସାଧାରଣଙ୍କ ବିକାଶ ଦିଗରେ ଏହାର କାର୍ଯ୍ୟକ୍ରମଗୁଡିକ ସମାଜ କଲ୍ୟାଣ ନିମନ୍ତେ ଉତ୍ସର୍ଗୀକୃତ ବୋଲି ଉଲ୍ଲେଖ କରିଥିଲେ । ସରକାରଙ୍କ ଲକ୍ଷ୍ୟ ମୁତାବକ ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ଜରିଆରେ ସ୍ଥାନୀୟସ୍ତରରେ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ଏହାର ଅବଦାନ ରହିଥିବା
ସେ ପ୍ରକାଶ କରିଥିଲେ ।
ଶ୍ରୀ ମଜହର ବେଗ୍, ୟୁନିଟ ହେଡ୍ ଏବଂ ପ୍ରେସିଡେଣ୍ଟ ଉତ୍କଳ ଆଲୁମିନା ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ଯେ କମ୍ପାନୀ ନିଜ କାର୍ଯ୍ୟ ପରିଚାଳନା କରୁଥିବା ଅଞ୍ଚଳର ପୂର୍ଣ୍ଣାଙ୍ଗ ବିକାଶରେ ଉତ୍କଳ ଆଲୁମିନା ବିଶ୍ୱାସ ରଖୁଛି । କମ୍ପାନୀ ସ୍ଥାନୀୟ କଳା ଓ ସଂସ୍କୃତି ଦିଗରେ ପ୍ରତିବଦ୍ଧ ରହିଛି ଯାହା ଏହାର ବାର୍ଷିକ କାର୍ଯ୍ୟକ୍ରମ ଆମ ନୃତ୍ୟ ଆମ ସଂସ୍କୃତିରେ ପ୍ରତିଫଳିତ ହୋଇଛି ।
ଆଦିବାସୀ କଳା ଓ ପରମ୍ପରାର ଏକ ଚମତ୍କାର ପ୍ରଦର୍ଶନ ଭାବରେ ଆଦିବାସୀ ଧିମ୍ସା ନୃତ୍ୟ ପ୍ରତିଯୋଗିତାରେ ଶୀର୍ଷ ସ୍ଥାନ ଅଧିକାର ନିମନ୍ତେ ପାରିପାଶ୍ୱର୍ିକ ବିଭିନ୍ନ ଗ୍ରାମରୁ ୩୧ଟି ଆଦିବାସୀ ନୃତ୍ୟ ଗୋଷ୍ଠୀ ଅଂଶଗ୍ରହଣ କରିଥିଲେ । ତୀବ୍ର ପ୍ରତିଯୋଗିତାରେ ଗୋକୁଳମୁଣ୍ଡା ଟିମ୍ ଏବଂ ହରିଦାସପୁର ଟିମ୍ ସେମାନଙ୍କର ଚମତ୍କାର ପ୍ରଦର୍ଶନ କରି ବିଚାରକମାନଙ୍କୁ ବିମୁଗ୍ଧ କରିବା ସହିତ ବିଜେତା ଘୋଷିତ ହୋଇଥିଲେ । ଏଥିରେ ମାଇଲିଗୁଡା ଟିମ୍ ପ୍ରଥମ ରନର୍ ଅପ୍ ଏବଂ ଥୁଟିବର ଟିମ୍ ଦ୍ୱିତୀୟ ରନର୍ ଅପ୍ ହୋଇଥିଲା । ଆଦିବାସୀ ସମୁଦାୟଙ୍କ ପ୍ରତିଭା ଏବଂ ସୃଜନଶୀଳତାକୁ ସମ୍ମାନ ପ୍ରଦର୍ଶନ ନିମନ୍ତେ ଏହି କାର୍ଯ୍ୟକ୍ରମ ଉପଯୁକ୍ତ ମଞ୍ଚ ଯୋଗାଇ ଦେଇଥିଲା ଏବଂ ଏହା ସେମାନଙ୍କର ଅନନ୍ୟ ସାଂସ୍କୃତିକ ପରିଚୟ ସଂରକ୍ଷଣ କରିବାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲା । ସାଂସ୍କୃତିକ ମୂଳାଧାର ଏବଂ ବିବିଧତାକୁ ପାଳନ କରୁଥିବା ଏହି ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ୫୦୦୦ରୁ ଅଧିକ ଦର୍ଶକ ଉପସ୍ଥିତ ଥିଲେ, ଯେଉଁଠାରେ ସ୍ଥାନୀୟ ଜନସାଧାରଣଙ୍କର ସଂଗୀତ, ନୃତ୍ୟ ଏବଂ କଳା ପ୍ରଦର୍ଶନ କରାଯାଇଥିଲା ।
ରାଜ୍ୟ
ଆଦିବାସୀ ଲୋକନୃତ୍ୟର ସଂରକ୍ଷଣ ଏବଂ ପ୍ରୋତ୍ସାହନ ନିମନ୍ତେ ଉତ୍କଳ ଆଲୁମିନା ପକ୍ଷରୁ ‘ଆମ ନୃତ୍ୟ ଆମ ସଂସ୍କୃତି-୨୦୨୩’ ଆୟୋଜିତ
- Hits: 245









