ହେଡଲାଇନସ୍:

"ମୋ ସ୍କୁଲ୍ ଅଭିଯାନ'ର ୩୯ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

MoSchool (@MoSchoolOdisha) / Twitter

 

୨୦୨୩-୨୪ ଶିକ୍ଷାବର୍ଷରୁ ସବୁ ଉଚ୍ଚ ବିଦ୍ୟାଳୟରେ "ସ୍କୁଲ୍ କ୍ଲବ୍'

ଭୁବନେଶ୍ୱର,:ରାଜ୍ୟର ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଚଳିତ ହେବ "ସ୍କୁଲ କ୍ଲବ୍' । ସ୍କୁଲ ଛାତ୍ରଛାତ୍ରୀଙ୍କ ପ୍ରତିଭା ଓ ସାମର୍ଥ୍ୟକୁ ବିକଶିତ କରିବା ଉଦ୍ଦେଶ୍ୟରେ ଆସନ୍ତା ୨୦୨୩-୨୪ ଶିକ୍ଷାବର୍ଷଠାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ରୂପାନ୍ତରିତ ବିଦ୍ୟାଳୟମାନଙ୍କରେ "ସ୍କୁଲ କ୍ଲବ୍'ର ପ୍ରଚଳନ କରାଯିବା ଏହି କ୍ଲବ୍ଗୁଡ଼ିକର ନାମ ଯଥାକ୍ରମେ ସାହିତ୍ୟ ସୃଜନୀ, ଜିଜ୍ଞାସା, କୌଶଳୀ ଏବଂ କ୍ରିଡାଙ୍ଗନ ରଖିବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ନୂତନ ଭାବେ ପ୍ରବର୍ତ୍ତିତ ଆକାଂକ୍ଷୀ ପାଠ୍ୟକ୍ରମକୁ ଅଧିକ ପ୍ରୋତ୍ସାହନ ଯୋଗାଇବା ସହ ସେମାନଙ୍କ ବ୍ୟକ୍ତିଗତ ଶିକ୍ଷଣ ଅଭିଜ୍ଞତାକୁ ବିକଶିତ କରିବାରେ ଏହିି କ୍ଲବ୍ ବିଶେଷ ସହାୟକ ହେବ । "ସ୍କୁଲ କ୍ଲବ୍'ର ପ୍ରଚଳନ ମାଧ୍ୟମରେ ପିଲାମାନେ କେବଳ ଶ୍ରେଣୀଗୃହରେ ସୀମିତ ନ ରହି ନିଜ ଆଗ୍ରହ ଅନୁସାରେ ଭବିଷ୍ୟତ ଯୋଜନା କରିବାକୁ ସୁଯୋଗ ପାଇବୋ ପ୍ରତ୍ୟେକ କ୍ଲବ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିଚାଳିତ ହେବା ସହ ସେମାନଙ୍କ କାର୍ଯ୍ୟକଳାପକୁ ସଂଗଠିତ କରିବା ପାଇଁ ମେଣ୍ଟର ଦାୟିତ୍ୱରେ ରହିବେ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, କ୍ରୀଡ଼ା ବିଭାଗ, ଓଡିଶା ଜୈବବିବିଧତା ବୋର୍ଡ, ଓଡିଶା ବିଜ୍ଞାନ ଏକାଡେମୀ, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମ୍ୟାଥମେଟିକ୍ସ, ଇଣ୍ଟେଲ୍ କର୍ପୋରେସନ,ୟୁନିସେଫ୍, ଲର୍ଣ୍ଣଂ ଲିଙ୍କ୍ ଫାଉଣ୍ଡେସନ୍, କେ ୍ୱଷ୍ଟ ଆଲାଏନ୍ସ, ରାସବେରୀ ପାଏ ଫାଉଣ୍ଡେସନ୍ ଏବଂ ବ୍ରିଟିଶ୍ କାଉନସିଲ୍ ଆଦି ସଂଗଠନର ସହେଯାଗରେ "ମୋ ସ୍କୁଲ୍ ଅଭିଯାନ' ସ୍କୁଲ କ୍ଲବ୍ର ପ୍ରଚଳନ କରିବ ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀମତୀ ଅଶ୍ୱଥି ଏସ୍.ଙ୍କ ସଭାପତିତ୍ୱରେ ଅନୁଷ୍ଠିତ "ମୋ ସ୍କୁଲ ଅଭିଯାନ'ର ୩୯ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ କ୍ଲବ ବ୍ୟବସ୍ଥାର ସୁପରିଚାଳନା ସହ ପୁରାତନ ଛାତ୍ରଛାତ୍ରୀଙ୍କ ସହେଯାଗରେ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର କ୍ୟାବିନେଟର ପୁନଃଗଠନ ଉପରେ ଆଲୋଚନା କରାଯାଇଥିଲା । ସ୍କୁଲ କ୍ୟାବିନେଟର ରୂପାନ୍ତରଣ ଦ୍ୱାରା ଶିକ୍ଷାର୍ଥୀମାନଙ୍କ ଶିକ୍ଷଣ ପଦ୍ଧତିକୁ ଅଧିକ ବିକଶିତ କରାଯାଇ ପାରିବା ଏହା ସହ ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯୋଗାଯୋଗ ଦକ୍ଷତା, ଦାୟିତ୍ୱସଂପନ୍ନ ଓ ଅନ୍ୟାନ୍ୟ ସାମାଜିକ ଦକ୍ଷତା ବୃଦ୍ଧି ଦିଗରେ କାର୍ଯ୍ୟ କରାଯାଇ ପାରିବ ବୋଲି ଏଠାରେ ମତପ୍ରକାଶ ପାଇଥିଲା ।

ବୈଠକରେ ଓଡ଼ିଶାର ୨୭ଟି ଜିଲ୍ଲାର ମୋଟ ୯୬ କୋଟି ୫୩ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗତ ୨ ମାସ ମଧ୍ୟରେ ୧୦,୯୩୧ ପୁରାତନ ଛାତ୍ରଛାତ୍ରୀ "ମୋ ସ୍କୁଲ୍ ଅଭିଯାନ' ସହ ଯୋଡ଼ିହୋଇଛନ୍ତି । ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୬ କୋଟି ୮୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ବିଭିନ୍ନ ସିଏସ୍ଆର୍ ପାଣwିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ୍ ଅଭିଯାନକୁ ୨୫ କୋଟି ୫ ଲକ୍ଷ ଟଙ୍କାର ଅନୁଦାନ ଆସିଛି । ପୁରାତନ ଛାତ୍ରଛାତ୍ରୀ ଏବଂ ସିଏସ୍ଆର୍ ପାଣwି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୯୬ କୋଟି ୫୩ ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ ପ୍ରଦାନ କରିଛି, ଯାହାକି ୨୫୧୩ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମି ବିକାଶରେ ବିନିଯୋଗ ହେବ । ବାଲେଶ୍ୱରରେ ସର୍ବାଧିକ ୧ କୋଟି ୭୧ ଲକ୍ଷ, ଯାଜପୁରରେ ୮୨ ଲକ୍ଷ, ଗଞ୍ଜାମରେ ୭୩ ଲକ୍ଷ, କଟକରେ ୫୩ ଲକ୍ଷ ଏବଂ ଜଗତସିଂହପୁରରେ ୪୭ ଲକ୍ଷ ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ ୭ ଲକ୍ଷ ୮୨ ହଜାର ପୁରାତନ ଛାତ୍ରଛାତ୍ରୀ "ମୋ ସ୍କୁଲ୍ ଅଭିଯାନ' ମାଧ୍ୟମରେ ସ୍କୁଲ୍ଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟମରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ, ବିଭାଗୀୟ ଆର୍ଥିକ ଉପଦେଷ୍ଟା, ନିର୍ଦ୍ଦେଶକ, ଉଚ୍ଚ ମାଧ୍ୟମିକ ଶିକ୍ଷା, ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା, ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା, ନିର୍ଦ୍ଦେଶକ, ଟିଇ ଆଣ୍ଡ ଏସ୍ସିଇଆର୍ଟି ଏବଂ ମୋ ସ୍କୁଲ୍ ଅଭିଯାନ ମୁଖ୍ୟ ପରିଚାଳନା ଅଧିକାରୀ, ମୋ ସ୍କୁଲ୍ ଭାରପ୍ରାପ୍ତ ଅଧିକାରୀ ଉପସ୍ଥିତ ଥିଲେ ।

 

0
0
0
s2sdefault