ହେଡଲାଇନସ୍:

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ଫିକି ଇଣ୍ଡିଆ ସଭାପତି ଶୁଭ୍ରକାନ୍ତ ପଣ୍ଡା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ,: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଗତକାଲି ନୂଆଦିଲ୍ଲୀସ୍ଥିତ ନର୍ଥବ୍ଲକ କାର୍ଯ୍ୟାଳୟରେ ଫିକି ଇଣ୍ଡିଆର ସଭାପତି ତଥା ଇମ୍ଫାର ପରିଚାଳନା ନିର୍ଦେଶକ ଶୁଭ୍ରକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ସାକ୍ଷାତ କରିଛନ୍ତି I ଏହି ସାକ୍ଷାତ ଆଲୋଚନା ସମୟରେ ଶ୍ରୀ ପଣ୍ଡା, ଫିକି ଇଣ୍ଡିଆର ସଭାପତି ଭାବେ ତାଙ୍କର ରହିଥିବା କାର୍ଯ୍ୟସୂଚୀ ବିଷୟରେ ସୂଚନା ଦେଇଥିଲେ I ଏଥିସହିତ ଡ୍ରୋନ୍, ସୀମାସୁରକ୍ଷା ଏବଂ ସ୍ମାର୍ଟପୋଲିସିଂ କ୍ଷେତ୍ରରେ ଫିକି ଦ୍ୱାରା ଚଳିତ ବର୍ଷ ନିଆଯିବାକୁ ଥିବା ବିଭିନ୍ନ କାର୍ଯ୍ୟଧାରା ବିଷୟରେ ବିସ୍ତୃତ ସୂଚନା କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହାଙ୍କୁ ପ୍ରଦାନ କରିଥିଲେ I ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଫିକିର ବରିଷ୍ଠ ଉପସଭାପତି ଅନିଶ ଶାହା,ଉପସଭାପତି ହର୍ଷବର୍ଦ୍ଧନଅଗ୍ରୱାଲ, ପୂର୍ବ ସଭାପତି ହର୍ଷପତି ସିଙ୍ଗାନିଆଙ୍କ ସହିତ ସେକ୍ରେଟାରୀ ଜେନେରାଲ ଶୈଳେଶ ପାଠକ ଉପସ୍ଥିତ ଥିଲେ |

0
0
0
s2sdefault