ହେଡଲାଇନସ୍:

କୋଣାର୍କ କ୍ୟାନସର୍ ଫାଉଣ୍ଡେସନକୁ ରୋଗୀସେବାପାଇଁ ଆମ୍ବୁଲାନ୍ସ ପ୍ରଦାନକଲା ଏସ୍.ବି.ଆଇ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,  : କୋଣାର୍କ କ୍ୟାନସର ଫାଉଣ୍ଡେସନ୍ କର୍କଟ ରୋଗୀ ଏବଂ ସେମାନଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଉତ୍ସର୍ଗୀକୃତ | ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲକୁ ଯାଉଥିବା ରୋଗୀ ଏବଂ ସେମାନଙ୍କ ପରିବାରଲୋକଙ୍କୁ ଚିକିତ୍ସା ଏବଂ ରହଣି ବ୍ୟବସ୍ଥାରେ ନିରନ୍ତର ସାହାଯ୍ୟ କରିଆସୁଛି କୋଣାର୍କ କ୍ୟାନସର ଫାଉଣ୍ଡେସନ୍। ଏଥିରେ ପ୍ରଭାବିତ ହୋଇ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସ୍.ବି.ଆଇ) ଆଞ୍ଚଳିକ କାର୍ଯ୍ୟାଳୟ ତରଫରୁ ଗରିବ ଅଭାବୀ ରୋଗୀମାନଙ୍କ ସାହାଯ୍ୟ ଉଦ୍ଦେଶ୍ୟରେ ଏକ ସୁବ୍ୟବସ୍ଥିତ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି ଗତକାଲି ଏସ୍.ବି.ଆଇ ର ଆଞ୍ଚଳିକ କାର୍ଯ୍ୟାଳୟ ପରିସରରେ କୋଣାର୍କ କ୍ୟାନସର ଫାଉଣ୍ଡେସନ୍ ର ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀ ଅରୂପ ପଟନାୟକ, ଏସ୍.ବି.ଆଇ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଚନ୍ଦ୍ରଶେଖର ଶର୍ମା, ଉପ-ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ସଂଜୟ କୁମାର ଝା, କୋଣାର୍କ କ୍ୟାନସର୍ ଫାଉଣ୍ଡେସନ ସଦସ୍ୟ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ, ଡ.ସତ୍ୟଜିତ ଦାଶ ଏବଂ କୋଣାର୍କ କ୍ୟାନସର ଫାଉଣ୍ଡେସନର ଆଞ୍ଚଳିକ ମୁଖ୍ୟ ସୁଶ୍ରୀ ଦେବଶ୍ରୀ ଦାସ ପ୍ରମୁଖଙ୍କ ଉପସ୍ଥିତିରେ ଏହି ଆମ୍ପୁଲାନ୍ସକୁ ଲୋକାର୍ପଣ କରାଯାଇ କୋଣର୍କ କ୍ୟାନସର ଫାଉଣ୍ଡେସନକୁ ପ୍ରଦାନ କରାଯାଇଥିଲା ।
ଏସ୍.ବି.ଆଇ ପ୍ରଦାନ କରିଥିବା ଏହି ଆମ୍ବୁଲାନ୍ସଟି କର୍କଟ ରୋଗୀଙ୍କ ଯାତାୟାତରେ ଅନେକ ସହାୟ ହେବ ବୋଲି ଶ୍ରୀ ପଟନାୟକ ସୂଚନା ଦେବା ସହ ଏସ୍.ବି.ଆଇ କୁ ଧନ୍ୟବାଦ ଜଣାଇଥିଲେ ।

0
0
0
s2sdefault