ହେଡଲାଇନସ୍:

ଉଇସ୍ ଅନୁଷ୍ଠାନ ପକ୍ଷରୁ ସ୍ୱଚ୍ଛତା ଅଭିଯାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଭୁବନେଶ୍ୱର ଜୟ ଦୁର୍ଗାନଗର,ବମିଖାଲସ୍ଥିତ‘ଉଇସ୍’ ସାମାଜିକ ଅନୁଷ୍ଠାନ ତରଫରୁ ଏକ ସ୍ୱଚ୍ଛତା ଅଭିଯାନ ଗତକାଲି ବୁଧବାର ଅନୁଷ୍ଠିତ ହୋଇଯାଇଛି । ନିଜ ଘରପରିବେଶ ସଫା ସୁତୁରା ରଖିବା ସହିତସମସ୍ତଙ୍କୁପରିବେଶ ସୁସ୍ଥ ରଖିବାର ବାର୍ତ୍ତା ଦେବା ଉଦ୍ଦେଶ୍ୟ ନେଇ ଏହି ଅନୁଷ୍ଠାନର କର୍ମକର୍ତ୍ତାମାନେ ସ୍ଥାନୀୟ ଭୁଆସୁଣୀ ମନ୍ଦିର ଓ ଶିବ ମନ୍ଦିର ଅଗଣା ପରିସ୍କାର କରିଥିଲେI ଏହି କାର୍ଯ୍ୟକ୍ରମରେ ଉଇସ୍ ଅନୁଷ୍ଠାନର ସମସ୍ତ ସଦସ୍ୟାମାନେ ଯୋଗଦାନ କରିଥିଲେ l

ଆମ ଅଂଚଳରେ ଥିବା ଦେବାଦେବୀଙ୍କ ମନ୍ଦିର ପରିସର ସଫାସୁତୁରା ରଖିବା ଆମ ସମସ୍ତଙ୍କର ପରମ କର୍ତ୍ତବ୍ୟ l ଏହି ବାର୍ତ୍ତା ଦେବା ସହିତ ସଭ୍ୟସଭ୍ୟାମାନେ ସମସ୍ତଙ୍କର ମଙ୍ଗଳ କାମନା କରିବା ପୁର୍ବକ ଆଗାମୀ ଓଡିଆ ନବବର୍ଷଏପ୍ରିଲ ୧୪ତାରିଖ ଉପଲକ୍ଷେ ସମସ୍ତେ ପରସ୍ପରକୁ ଶୁଭେଚ୍ଛା ଜଣାଇ ଦେଶବାସୀଙ୍କର ସୁଖ ଶାନ୍ତି କାମନା କରିଥିଲେ । ଏହି ସାମାଜିକ ମହତ୍ କାର୍ଯ୍ୟରେ ଉଇସ୍ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅନୁସୃତl ସିଂ ଦେଓ,ପଙ୍କଜୀନି ପଟ୍ଟନାୟକ ,ସୁଚିସ୍ମିତା ମହାନ୍ତି,ଦୀପିକା ମହାନ୍ତି,ପୁଷ୍ପଲତା ଜେନା ,ପ୍ରମିଳା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ I

0
0
0
s2sdefault