ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସଵ ଓ ପ୍ରସିଦ୍ଧ ବୈଶାଖ ମେଳା ପାଇଁ ପ୍ରସ୍ତୁତି ବୈଠକ
ମେ ୧ ରୁ ୫ ଯାଏଁ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖମେଳା
ବରଗଡ :-ବରଗଡ଼ ଜିଲ୍ଲା ବିଶ୍ୱପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ରହିଛି ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଭବ୍ୟ ମନ୍ଦିର । ରାଜା ବୈଜଳ ଦେବ ଙ୍କର ଦ୍ୱାରା ମନ୍ଦିର ନିର୍ମାଣ ହେବା ପରଠାରୁ ପ୍ରତ୍ୟେକ ବର୍ଷ ଏହି ପୀଠରେ ମହାପ୍ରଭୁ ମାର୍ଜର କେଶରୀ ( ନୃସିଂହନାଥ ମହାପ୍ରଭୁଙ୍କ ) ଜନ୍ମୋତ୍ସଵ ଆଡମ୍ବର ସହିତ ପାଳନ ହୋଇ ଆସୁଅଛି । ପର୍ଯାୟ କ୍ରମେ ମହାପ୍ରଭୁଙ୍କ ଜନ୍ମୋତ୍ସଵ ଅବସରରେ ମେଳା ର ଆୟୋଜନ ଅରମ୍ବ ହୋଇଥିଲା । ପୌରଣିକ ମହତ୍ଵ ରହିଥିବା ଅଂଚଳର ଏହି ସର୍ବପୁରାତନ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସଵ ଓ ବୈଶାଖ ମେଳା ର ପ୍ରସ୍ତୁତି ବୈଠକ ଭାରପ୍ରାପ୍ତ ଉପଜିଲ୍ଲାପାଳ ଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମହାପ୍ରଭୁଙ୍କ ଜନ୍ମୋତ୍ସଵ ଓ ବୈଶାଖ ମେଳକୁ ପୂର୍ବ ବର୍ଷ ତୁଳନାରେ ଅଧିକ ଆକର୍ଷଣୀୟ ଓ ସୁଚାରୁ ରୂପରେ ପରିଚାଳନା କରିବା ପାଇଁ ଆଜିକାର ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବୈଠକ ର ଆରମ୍ବ ରେ ଜିଲ୍ଲାପାଳ ଓ ଜିଲ୍ଲା ର ଅନ୍ୟ ଉଚ୍ଚ ଅଧିକାରୀ ମାନଙ୍କ ଅନୁପସ୍ଥିତ କୁ ନେଇ ତୀବ୍ର ସମାଲୋଚନା କରାଯାଇଥିଲା । ଜିଲ୍ଲାର ସର୍ବ ପୁରାତନ ଏହି ମେଲା ପ୍ରତି ପ୍ରଶାସନିକ ଅବହେଳା ଜିଲ୍ଲାପାଳଙ୍କ ଅନୁପସ୍ଥିତି ରୁ ସ୍ପଷ୍ଟ ଭାବରେ ଜଣା ପଡୁଥିଲା । ଏହାପରେ ମନ୍ଦିର କାର୍ୟ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ଙ୍କର ଦ୍ୱାରା ଗତ ବର୍ଷ ମେଲା ର ଅୟବ୍ୟୟ ବିବରଣୀ ପାଠ କରାଯାଇଥିଲା । ଏହାପରେ ବିଦ୍ୟୁତ, ପାନୀୟ ଜଳ , ପୋଲିସ , ସ୍ୱାସ୍ଥ୍ୟ, ଅଗ୍ନିଶମ, ଅବକାରୀ ବିଭାଗର କାର୍ୟ୍ଯ ବାବଦରେ ବିସ୍ତ୍ରୁତ ଭାବରେ ଆଲୋଚନା ହେବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଇପରେ ଆଲୋକପାତ କରାଯାଇଥିଲା । ମେଳାର ପ୍ରଚାର ପ୍ରସାର ପାଇଁ ସମ୍ବାଦିକ ବନ୍ଧୁ ମାନଙ୍କୁ ମୁଖ୍ୟ ଦାଇତ୍ୱ ପ୍ରଦାନ କରାଯିବା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି କୁ ଅଧିକ ସୃଦୃଢ଼ କରିବା ପାଇଁ ପୋଲିସ ବିଭାଗ ତରଫରୁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଭୁତି ଭୂଷଣ ଭୋଇ କହିଥିଲେ । ଚଳିତ ବର୍ଷ ମେଳା କୁ ସୁଚାରୁ ରୂପରେ ପରିଚାଳନା କରିବା ପାଇଁ ଏକ 35 ଜଣିଆ ମେଳା କମିଟିର ଗଠନ କରାଯାଇଥିଲା । ଏହି କମିଟି ର ସଭ୍ୟ ମାନଙ୍କୁ ଗତବର୍ଷ ଭଳି ବିଭିନ୍ନ ବିଭାଗ ର ଦାଇତ୍ୱ ଅର୍ପଣ କରାଯିବ । ଏହି ବୈଠକରେ ପାଇକମାଲ ବିଡ଼ିଓ ତଥା ମନ୍ଦିର ପରିଚାଳନା କମିଟିର ଟ୍ରଷ୍ଟି ଶ୍ରୀ ସୁରେନ୍ଦ୍ର କୁମାର ସାହୁ , ପାଇକମାଲ ଥାନା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ବଢ଼େଇ , ଏସ ଡ଼ି ଏମ ଓ ପଦ୍ମପୁର , ବିଦ୍ୟୁତ ବିଭାଗର ଏସ ଡ଼ି ଓ ଶ୍ରୀ ପୁରନ୍ଦର ସାହୁ , ଆର ଡବ୍ଲୁ ଏସ ଏସ ର ଶ୍ରୀ ସତ୍ୟବ୍ରତ ମାଝୀ , ପାଇକମାଲ ରେଞ୍ଜର , ଅବକାରୀ ସବଇନ୍ସପେକ୍ଟର , ଅଗ୍ନିଶମ ବିଭାଗର ଅଧିକାରୀ , ଙ୍କର ସମେତ ପାଇକମାଲ ପଦ୍ମପୁର ଓ ଝାରବନ୍ଧ ଅଂଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।








