ହେଡଲାଇନସ୍:

ଶ୍ରୀହରି ସ୍ପଞ୍ଜ ର ବେଆଇନ ନାଳ,ପଶୁ ସମ୍ପଦ ପାଇଁ ସାଜିଛି ମରଣଯନ୍ତା ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା (ବସନ୍ତ କୁମାର ଜେନା): ଵଣାଇଁ ବ୍ଲକ ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମପଞ୍ଚାୟତ ନିକଟରେ ଅବସ୍ଥିତ ଶ୍ରୀହରି ସ୍ପଞ୍ଜ ଆଇରନ କାରଖାନା ର ଅର୍ଦ୍ଧ ନିର୍ମିତ ପାଚେରୀ ଓ ବେଆଇନ ଭାବେ ନିର୍ମିତ କୃତ୍ରିମ ନାଳ ଆଖପାଖ ୫ ଟି ଗ୍ରାମର ପଶୁସମ୍ପଦ ସହ ମଣିଷ ପାଇଁ ମରଣଯନ୍ତା ପାଲଟିଥିବା ଦେଖିବାକୁ ମିଳୁଛି ।
ସୂଚନା ଅନୁସାରେ କାରଖାନା ର ପଶ୍ଚିମ ପାର୍ଶ୍ବରେ ଚାଷ ଜମିକୁ ଲାଗି ରହିଥିବା ପ୍ଲଟ ନଂ ୧୬୨୯ / ୧୬୩୭ /୨୫୩୨/ ନିକଟରେ ପାଚେରୀ ଟି ଦୀର୍ଘ ଦିନ ଧରି ଭଗ୍ନ ଓ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ି ରହିଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ସେଥିପ୍ରତି ଧ୍ୟାନ ଦେଉନାହାନ୍ତି ।କାରଖାନା ପରିସରରେ ପାଉଁଶ ଓ କୋଇଲା ଗୁଣ୍ଡ ସବୁ ପାହାଡ଼ ଭଳି ଗଦା ହୋଇ ରହିଥିବା ବେଳେ ଟିକିଏ ପବନ କି ବର୍ଷା ହେଲେ ସମସ୍ତ ବର୍ଜ୍ୟ ବସ୍ତୁ ଏହି ଭଙ୍ଗା ପାଚେରୀ ଦେଇ ଚାଷ ଜମିକୁ ମାଡ଼ି ଯାଉଛି । ତା ସହିତ କାରଖାନା କର୍ତୃପକ୍ଷ ବେଆଇନ ଭାବେ ଏକ କୃତ୍ରିମ ନାଳ ତିଆରି କରି କାରଖାନା ର ବର୍ଜ୍ୟବସ୍ତୁ ଓ ବିଷାକ୍ତ ଜଳକୁ ଚାଷ ଜମିକୁ ଛାଡି ଦେଉଛି । ଯାହା ଫଳରେ ସମସ୍ତ ଚାଷ ଜମି ପ୍ରଦୂଷିତ ହେବା ସହ ଧନଜୀବନ ଉପରେ ମଧ୍ୟ ଏହାର କୁ ପ୍ରଭାବ ପଡୁଛି। କେନ୍ଦ୍ରିକଳା ପଞ୍ଚାୟତ ରେ ବସବାସ କରୁଥିବା ଲୋକମାନେ ବର୍ଷ ବର୍ଷ ଧରି ପ୍ରଦୂଷଣ ର ଶିକାର ହୋଇ ଦୟନୀୟ ଜୀବନ ଯାପନ କରୁଥିଲେ ମଧ୍ୟ ଆଜିଯାଏ କାରଖାନା ଉପରେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ନାଳ ଚତୁଃପାର୍ଶ୍ଵରେ କୌଣସି ପ୍ରକାର ବାଡର ବ୍ୟବସ୍ଥା ନଥିବା ଯୋଗୁଁ ବିଗତ ଏକ ବର୍ଷ ମଧ୍ୟରେ ଗ୍ରାମ ର ୪/୫ ଟି ଗାଈ,ଵଳଦ ସେହି ବର୍ଜ୍ୟ ନାଳରେ ପଡ଼ି ମୃତ୍ୟୁ ବରଣ କରି ସାରିଛନ୍ତି ।ଗତ ଦୁଇ ଦିନ ପୂର୍ବରୁ ଗ୍ରାମ ର ଲୋକନାଥ ସାମଲଙ୍କ ଏକ ଗାଇ ଏହି ନାଳରେ ଦୀର୍ଘ ୫ ଦିନ ଧରି ଫସିରହି ଶେଷରେ ମୃତ୍ୟୁ ବରଣ କଲା । ବାରମ୍ବାର ଏସବୁ ଦୁର୍ଘଟଣା ଘଟି ଚାଲିଥିଲେ ମଧ୍ୟ କାରଖାନା କର୍ତୃପକ୍ଷ ସେଥିପ୍ରତି ଧ୍ୟାନ ଦେଉନଥିବା ଜଣାପଡିଛି । ଚାଷ କାର୍ଯ୍ୟ ସମୟରେ ସେହି ନିକଟ ଦେଇ ଯିବା ଆସିବା କରିବା ସମୟରେ କେତେବେଳେ ମଣିଷ ଯେ ଦୁର୍ଘଟଣା ର ସମ୍ବୁଖିନ ନହେଵ କହିହେବ ନାହିଁ । ଅଳ୍ପ ଦିନ ପୂର୍ବରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ଆସି କାରଖାନା ପରିଦର୍ଶନ କରିଥିଲେ ମଧ୍ୟ ଏ ସବୁ ବେଆଇନ କାମ ସେମାନଙ୍କ ଦୃଷ୍ଟିକୁ ଆସି ପାରୁନାହିଁ। ବେଆଇନ କାମ କରୁଥିବା କାରଖାନାକୁ ମିଳୁଛି ଅନୁକମ୍ପା । କେବଳ ଆଖି ଦୃଶିଆ କାରଣ ଦର୍ଶାଅ ନୋଟିସ ଜାରି କରି ବିଭାଗ କାମ ସାରିଦେଉଛି ଅସଲ କଥା ହେଉଛି ପ୍ରଦୂଷଣ ନିୟନ୍ତ୍ରଣ ଦାୟିତ୍ଵରେ ଥିବା ଅଧିକାରୀ ମାନଙ୍କ ସହିତ କାରଖାନା ମାଲିକଙ୍କ ନିବିଡ଼ ସମ୍ପର୍କ ରହିଛି ‌‌।ତେଣୁ ଆଗାମୀ ଦିନରେ କାରଖାନା କର୍ତୃପକ୍ଷଙ୍କ ଏହିଭଳି ମନମୁଖୀ କାର୍ଯ୍ୟକୁ
ଧ୍ୟାନରେ ରଖି ଜିଲ୍ଲା ପ୍ରଶାସନ ଓ ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ ଏ ସମସ୍ତ ବେଆଇନ କାର୍ଯ୍ୟକୁ ବନ୍ଦ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣ ରେ ଦାବୀ ହେଉଛି ।

0
0
0
s2sdefault