-
· ବିଆଇଏସ୍ ୧୫୧୦୩ ଗ୍ରେଡ ଷ୍ଟ୍ରକଚରାଲ୍ ଷ୍ଟିଲ ୩ ଘଣ୍ଟା ପାଇଁ ୬୦୦ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ତାପମାତ୍ରାକୁ ସହ୍ୟ କରିବାରେ ସକ୍ଷମ ।
-
· ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଯଥା ରିଫାଇନାରୀ, ବ୍ରିଜ୍, ମେଟ୍ରୋ ପ୍ରୋଜେକ୍ଟ, ଇଣ୍ଡଷ୍ଟ୍ରିଆଲ୍ ଷ୍ଟ୍ରକଚର ଏବଂ ଷ୍ଟିଲ୍ ଆଣ୍ଡ ପାୱାର ପ୍ଲାଣ୍ଟ ତଥା ଡାକ୍ତରଖାନା, ବାଣିଜ୍ୟିକ ଏବଂ ଆବାସିକ ଅଟ୍ଟାଳିକା ପାଇଁ ଏହି ବିଆଇଏସ୍ ୧୫୧୦୩ ଗ୍ରେଡ ଷ୍ଟ୍ରକଚରାଲ୍ ଷ୍ଟିଲ ବ୍ୟବହାର କରାଯିବ ।
-
· ନୂତନ ବିଆଇଏସ୍ ୧୫୧୦୩ ଗ୍ରେଡ ଷ୍ଟ୍ରକଚରାଲ୍ ଷ୍ଟିଲ ଦେଶକୁ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବାରେ ସାହାଯ୍ୟ କରିବା ସହିତ ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ସାକାର କରିବରେ ସାହାଯ୍ୟ କରିବ ।
ଭୁବନେଶ୍ବର / ନୂଆଦିଲ୍ଲୀ - ଛତିଶଗଡର ରାଇଗଡସ୍ଥିତ ରେଳ ମିଲ୍ ଏବଂ ସ୍ପେଶାଲ ପ୍ରୋଫାଇଲ୍ ମିଲରେ ଭାରତର ପ୍ରଥମ ଅଗ୍ନି ପ୍ରତିରୋଧକ ଷ୍ଟିଲ୍ ନିର୍ମାଣ ପାଇଁ ଦେଶର ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)କୁ ବିଆଏସ୍ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ବିଆଇଏସ୍ ୧୫୧୦୩ ଗ୍ରେଡ ଅନୁଯାୟୀ ନିର୍ମିତ ହଟ୍ ରୋଲ୍ ଷ୍ଟ୍ରକଚରାଲ୍ ଷ୍ଟିଲ୍ ଉଚ୍ଚ ତାପମାତ୍ରା କିମ୍ବା ଅଗ୍ନି ପ୍ରବଣ ଅଞ୍ଚଳ ପାଇଁ ବ୍ୟବହୃତ ହୋଇପାରିବ ଏବଂ ଏହା ସର୍ବାଧିକ ୩ ଘଣ୍ଟା ପର୍ଯ୍ୟନ୍ତ ୬୦୦ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ତାପମାତ୍ରାକୁ ସହ୍ୟ କରିପାରିବ ।
ଇସ୍ପାତ ଷ୍ଟ୍ରକଚର ଡିଜାଇନରେ ଅଗ୍ନି ସୁରକ୍ଷା ଏକ ଚ୍ୟାଲେଞ୍ଜ । ଅଗ୍ନି ପ୍ରତିରୋଧକ ଇସ୍ପାତର ଉପଲବ୍ଧତା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଯଥା ରିଫାଇନାରୀ, ବ୍ରିଜ୍, ମେଟ୍ରୋ ପ୍ରୋଜେକ୍ଟ, ଇଣ୍ଡଷ୍ଟ୍ରିଆଲ୍ ଷ୍ଟ୍ରକଚର ଏବଂ ଷ୍ଟିଲ୍ ଆଣ୍ଡ ପାୱାର ପ୍ଲାଣ୍ଟ ତଥା ଡାକ୍ତରଖାନା, ବାଣିଜ୍ୟିକ ଏବଂ ଆବାସିକ ଅଟ୍ଟାଳିକାର ଡିଜାଇନ ତଥା ନିର୍ମାଣରେ ସହାୟକ ହେବ ।
ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିମଲେନ୍ଦ୍ର ଝା ଏକ ବିବୃତ୍ତିରେ କହିଛନ୍ତି ଯେ ଅଗ୍ନି ପ୍ରତିରୋଧକ ଷ୍ଟିଲ ଉତ୍ପାଦନ ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରକୁ ଦିଆଯାଇଥିବା ଲାଇସେନ୍ସ ଭାରତର ଭିତ୍ତିଭୂମି ତଥା ଏହାର ସୁରକ୍ଷା ମାନକୁ ଦୃଢ କରିବାରେ ସହାୟକ ହେବ। ଅଗ୍ନି ନିରାପତ୍ତା ପାଇଁ ଅଗ୍ନି ପ୍ରତିରୋଧକାରୀ ଇସ୍ପାତ ଉପଭୋକ୍ତାମାନଙ୍କୁ ବହୁ ଆବଶ୍ୟକୀୟ ସୁନିଶ୍ଚିତତା ପ୍ରଦାନ କରିବା ସହ ଏକ ନିରାପଦ ଆତ୍ମନିର୍ଭର ଭାରତ ନିର୍ମାଣ କରିବ ”|
ନୂଆଦିଲ୍ଲୀର ବାଣିଜ୍ୟ ଭବନରେ ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ପାଳନ ଅବସରରେ ବିଏସ୍ ସାର୍ଟିଫିକେଟ୍ ପାଇଁ ଏକ ସମାରୋହ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରକୁ ଏହି ଲାଇସେନ୍ସ ଆନୁଷ୍ଠାନିକ ଭାବେ ପ୍ରଦାନ କରାଯାଇଥିଲା। ବିଶ୍ୱ ଉପଭୋକ୍ତା ଅଧିକାର ଦିବସରେ ବାଣିଜ୍ୟ ଭବନ-ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମର ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରଙ୍କୁ ଏହି ଲାଇସେନ୍ସ ପ୍ରଦାନ କରାଯାଇଥିଲା ।








