ହେଡଲାଇନସ୍:

ରାଜ୍ୟ ସ୍କାଉଟ୍ସ୍ ଓ ଗାଇଡ଼୍ସ୍ ଶିବିର “ରେନବୋ” ଆରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡ଼୍ ସଂସ୍ଥା ଆନୁକୂଲ୍ୟରେ ତା୨୨.୩.୨୦୨୩ରିଖ ଦିନ ଶିବିର “ରେନବୋ” ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଉଦ୍ଘାଟିତ ହୋଇଯାଇଛି । ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ କାଳି ପ୍ରସାଦ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସରକାରଙ୍କର ମାନ୍ୟବର ଖାଦ୍ୟଯୋଗାଣ ଓ ସମବାୟ ମନ୍ତ୍ରୀ ତଥା ରାଜ୍ୟସଂସ୍ଥାର ସଭାପତି ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ସ୍କାଉଟ୍ସ୍ ଓ ଗାଇଡ଼ସ୍ ମାନଙ୍କର ଉତ୍ସାହ ପୂର୍ବକ ଯୋଗଦାନକୁ ଉଚ୍ଚ ପ୍ରଶଂସା କରିବା ସହିତ ଛାତ୍ର ଅବସ୍ଥାରେ ଶୃଙ୍ଖଳାର ଭୂମିକା ଉପରେ ଆଲୋକପାତ କରିଥିଲେ । ସ୍କାଉଟସ୍ ଓ ଗାଇଡ଼ସ୍ ଆନେ୍ଦାଳନ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ବ୍ୟକ୍ତିତ୍ୱ ଗଠନ ସହିତ ସୁନାଗରିକ ହେବା ନିମନ୍ତେ ବ୍ୟାପକ ଶିକ୍ଷାପ୍ରାପ୍ତ ହୋଇପାରିବ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଭାବରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସଂସ୍ଥାର ଉପସଭାପତି ମାନ୍ୟବର ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଯୋଗଦେଇ ପିଲାମାନଙ୍କୁ ସ୍କାଉଟସ୍ ଓ ଗାଇଡ଼ସ୍ ସଂସ୍ଥାର ବିଭିନ୍ନ କ୍ରୀଡ଼ା, କାରିଗରୀ କୌଶଳ ମାଧ୍ୟମରେ ଦିଆଯାଉଥିବା ଶିକ୍ଷା ବିଷୟରେ ଉଦାହରଣ ଦେଇ ଭବିଷ୍ୟତରେ ଏହା କିପରି ଦୈନନ୍ଦିନ ଜୀବନକୁ ସୁଲଭ ସ୍ୱଭାବ କରିବ ତା’ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ବକ୍ତା ଭାବରେ ମାଧ୍ୟମିକ ଶିକ୍ଷା ବିଭାଗର ନିଦେ୍ର୍ଧଶକ ଶ୍ରୀ ସୁଶାନ୍ତ କୁମାର ଦାଶ ଯୋଗଦେଇ ବିଦ୍ୟାଳୟ ସ୍ତରରେ ସ୍କାଉଟସ୍ ଓ ଗାଇଡ଼ସ୍ ଆନେ୍ଦାଳନରେ କିପରି ଅଧିକାରୁ ଅଧିକା ଛାତ୍ରଛାତ୍ରୀ ଯୋଗଦେବେ, ସେ ବାବଦରେ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ପିଲାମାନଙ୍କୁ ଅବଗତ କରାଇଥିଲେ । ଭୁବନେଶ୍ୱର ମୁନିସିପାଲ୍ କର୍ପୋରେସନ୍ ଶ୍ରୀମତୀ ରଞ୍ଜୁ ଲତା ରାୟ ଯୋଗଦାନ କରି ସ୍କାଉଟ୍ ଗାଇଡ଼୍ ମାନେ କିପରି ମାର୍ଗଦର୍ଶକ ଭାବରେ କାମ କରିପାରିବେ ତା’ର ରୂପରେଖ ପ୍ରସ୍ତୁତି ବିଷୟରେ ବ୍ୟାଖ୍ୟା କରିଥିଲେ ।
ଶ୍ରୀଯୁକ୍ତ ମିଶ୍ର ସ୍ୱାଗତ ଅଭିଭାଷଣ ସହ ଶିବିରର ଉଦେ୍ଧଶ୍ୟ ଏବଂ ଉପଯୋଗିତା ବିଷୟରେ ମନ୍ତବ୍ୟ ପ୍ରଦାନ କରିବା ସହିତ ଏହି ଶିବିରରେ ୨୮ ଜିଲ୍ଲାରୁ ପ୍ରାୟ ୮୦୦ଜଣ ସ୍କାଉଟସ୍ ଓ ଗାଇଡ଼ସ୍, ୭୦ଜଣ ସ୍କାଉଟ୍ ମାଷ୍ଟର ଓ ଗାଇଡ଼୍ କ୍ୟାପଟେନ୍ଙ୍କ ନେତୃତ୍ୱରେ ଯୋଗ ଦେଇଥିବାର ଅତିଥିମାନଙ୍କୁ ଅବଗତ କରାଇବା ସହିତ ଶିବିର ହେବାକୁ ଥିବା ବିଭିନ୍ନ ପ୍ରକାର ପ୍ରତିଯୋଗିତା, କ୍ରୀଡ଼ା ଉତ୍ସବ, ଦକ୍ଷତା ବିକାଶ କୌଶଳ ଶିକ୍ଷା, ପ୍ରାଥମିକ ଚିକିତ୍ସା ଶିକ୍ଷା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ ।
ଉତ୍ସବ ପ୍ରାରମ୍ଭରେ ଶିବିରର ଲୋଗୋ ଏବଂ ଟି-ସାର୍ଟକୁ ମୁଖ୍ୟ ଅତିଥି, ତଥା ସମ୍ମାନନୀୟ ଅତିଥିମାନେ ଉନ୍ମୋଚନ କରିଥିଲେ । ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ଭବାନୀ ପ୍ରସାଦ ମିଶ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ରାଜ୍ୟ ସଂପାଦକ ଶ୍ରୀ ଶରତ ଚନ୍ଦ୍ର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟ ଗାଇଡ଼୍ ସଂଗଠିକା ତଥା ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଅନାମିକା ଦାସଙ୍କ ନେତୃତ୍ୱରେ ସ୍କାଉଟ୍ ସଂଗଠକ ଶ୍ରୀ ମିହିର ରଞ୍ଜନ ପଟ୍ଟନାୟକ. ଗାଇଡ଼୍ ତାଲିମ ଆୟୁକ୍ତ ପ୍ରିୟଦର୍ଶିନୀ ମହାପାତ୍ର, ସ୍କାଉଟ୍ ତାଲିମ ଆୟୁକ୍ତ ଶ୍ରୀ ସୁରଜିତ ସେନ୍ ତଥା ରାଜ୍ୟ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀମାନେ ଶିବିର ପରିଚାଳନା କରୁଛନ୍ତି । ଏହି ଶିବିର ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଶେଷରେ ଶିବିରାର୍ଥୀ ସ୍କାଉଟ୍ସ୍ ଓ ଗାଇଡ୍ସ୍ମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା ।

 

0
0
0
s2sdefault