ହେଡଲାଇନସ୍:

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାଠାରେ ରାଷ୍ଟ୍ରୀୟ ସୁରକ୍ଷା ସପ୍ତାହ ୨୦୨୩ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା: ଭାରତର ଅଗ୍ରଣୀ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏହାର କର୍ମଚାରୀ, ବ୍ୟବସାୟିକ ଭାଗିଦାରୀ ଓ ଗୋଷ୍ଠୀ ସଦସ୍ୟଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ଏକ ସପ୍ତାହ ଧରି ଚାଲିଥିବା ଅଭିଯାନ ମାଧ୍ୟମରେ ଓଡ଼ିଶାର ଝାରସୁଗୁଡ଼ାସ୍ଥିତ ଏହାର ପ୍ଲାଂଟ ଓ ଆଖ ପାଖ ଅଂଚଳରେ ରାଷ୍ଟ୍ରୀୟ ସୁରକ୍ଷା ସପ୍ତାହ ୨୦୨୩ ପାଳନ କରିଥିଲା । ଆମର ଲକ୍ଷ୍ୟ ଜିରୋ ହାର୍ମ ସହିତ କଂପାନି ସୁରକ୍ଷା ସାବଧାନତା ଓ ପ୍ରୋଟୋକଲ ପାଳନ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲା । ଏହି କାର୍ଯ୍ୟକ୍ରମ ୨୪୦୦ରୁ ଅଧିକ ଲୋକଙ୍କ ନିକଟରେ ପହଁଚିଥିଲା ।

ଏହି ଅଭିଯାନର ଅଂଶ ସ୍ୱରୂପ କଂପାନି ନିରାପତା ବିଷୟ ଉପରେ ଗୁରୁତ୍ୱ ଦେଇ ଏକ କମ୍ୟୁନିଟି ବାଇକ ରାଲି, କୁଇଜ, ସ୍କିଟ ପ୍ରତିଯୋଗିତା, ଭାରି ମୋଟରଯାନ ଚାଳକଙ୍କ ପାଇଁ ଯାଂଚ ଓ ବ୍ୟବସାୟିକ ସହଭାଗୀଙ୍କ ଲାଗି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥିଲା । ବ୍ୟବସାୟିକ ସହଯୋଗିଙ୍କ ଲାଗି ଘର ସେ ଘର ତକ ଓ ସୁରକ୍ଷା କୁଟୁମ୍ବ ବାର୍ତାକୁ ପ୍ରସାରିତ କରିଥିଲା । କର୍ମଚାରୀ ଓ ବ୍ୟବସାୟୀ ଗୋଷ୍ଠୀଙ୍କ ସହଯୋଗରେ ଏକ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ୧୦୦ ୟୁନିଟ ରକ୍ତ ଝାରସୁଗୁଡ଼ା ବ୍ଲଡ ବ୍ୟାଙ୍କକୁ ପ୍ରଦାନ କରାଯାଇଥିଲା ।

ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ଶ୍ରୀ ମନୋଜ ମିଶ୍ର ସହକାରୀ ନିର୍ଦ୍ଦେଶକ କାରଖାନା ଓ ବାଷ୍ପିତ୍ର, ଝାରସୁଗୁଡ଼ା ଅଂଶ ଗ୍ରହଣ କରି ସେଫଟି ଚାମ୍ପିୟନ ଓ ବିଭିନ୍ନ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।

କଂପାନିର ନିରାପତା ସଂସ୍କୃତି ଉପରେ ପୁନରାବୃତିକରି ଶ୍ରୀ ସୁନୀଲ ଗୁପ୍ତା, ସିଇଓ- ବେଦାନ୍ତ ଲିଃ, ଝାରସୁଗୁଡ଼ା କହିଥିଲେଯେ- ଯେହେତୁ ଆମେ ରାଷ୍ଟ୍ରୀୟ ସୁରକ୍ଷା ସପ୍ତାହ ପାଳନ କରୁଛୁ ତେଣୁ ଏହି ଅବସରରେ ଆମେ ନିଜର କର୍ମଚାରୀ ଓ ଆମ ସହ କାମ କରୁଥିବା ଲେକମାନଙ୍କର ସୁରକ୍ଷାକୁ ପ୍ରଧାନ୍ୟ ଦେଉଛୁ । ଏକ ସୁରକ୍ଷା ସଂସ୍କୃତିକୁ ଅନୁପାଳନ କରିବାରେ ଆମ ସଂସ୍ଥା ସର୍ବଦା ଆଗରେ ରହିଛି । ନିରାପଦର ସହ କାର୍ଯ୍ୟ ହାସଲ କରିବା ଆମର ଲକ୍ଷ୍ୟ ରହିଛି ।

ଏହି ଅବସରରେ ଶ୍ରୀ ମନୋଜ ମିଶ୍ର ସହକାରୀ ନିର୍ଦ୍ଦେଶକ କାରଖାନା ଓ ବାଷ୍ପିତ୍ର, ଝାରସୁଗୁଡ଼ା କହିଥିଲେଯେ- ଆଚରଣ ଓ ନିରାପତା ମାନସିକତା ବୃଦ୍ଧି ଲାଗି ବେଦାନ୍ତର ଉଦ୍ୟମ ପ୍ରଶଂସନୀୟ । ସୁରକ୍ଷା ସଂପର୍କରେ ସଚେତନତା ବୃଦ୍ଧି ପାଇଁ ମୁଁ ବେଦାନ୍ତକୁ ଧନ୍ୟବାଦ ଜଣାଉଛି ।

ଉନ୍ନତ ଜ୍ଞାନ କୌଶଳ ଓ ଦୃଢ ପ୍ରକ୍ରିୟା ସହିତ ଏହାର ନିରାପତା ପରିଚାଳନା ସିଷ୍ଟମକୁ କ୍ରମାଗତ ଭାବରେ ବଢାଇ ଏକ ନିରାପଦ କାର୍ଯ୍ୟକ୍ଷେତ୍ର ଓ ଗୋଷ୍ଠୀ ଗଠନ ଲାଗି ବେଦାନ୍ତ ଆଲୁମିନିୟମ ପ୍ରତିଶ୍ରୁତିବଦ୍ଧ । କଂପାନି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ, ଅଗ୍ନିବାହିନୀ-ମହିଳା ଅଗ୍ନିଶମ ଦଳ, ପ୍ଲାଂଟରେ ନିୟମିତ ସୁରକ୍ଷା ଓ ତାଲିମ ଅଧିବେଶନ ଆୟୋଜନ କରି ଆସୁଛି ଓ ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ବଳ ଓ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପରି ବିଶେଷଜ୍ଞଙ୍କ ପରାମର୍ଶ ଗ୍ରହଣ କରୁଛି ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର୍ୟା ଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୨ୟ ର୍ୟା ଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

0
0
0
s2sdefault