ନୂଆଦିଲ୍ଲୀ : ବିଶିଷ୍ଟ ଶିଳ୍ପପତି ଶ୍ରୀ କୁମାର ମଙ୍ଗଳମ୍ ବିର୍ଲା ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ମାନନୀୟା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କଠାରୁ ମର୍ଯ୍ୟାଦାଜନକ ପଦ୍ମ ଭୂଷଣ ପୁରସ୍କାର ହାସଲ କରିଛନ୍ତି । ବ୍ୟବସାୟ ଓ ଉଦ୍ୟୋଗ ପ୍ରତି ଯୋଗଦାନ ଲାଗି ଶ୍ରୀ ବିର୍ଲାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଛି ।
ପୁରସ୍କାର ହାସଲ କରି ଶ୍ରୀ ବିର୍ଲା କହିଛନ୍ତି ଯେ “ରାଷ୍ଟ୍ର ନିର୍ମାଣ ଓ ଟ୍ରଷ୍ଟିସିପର ଭାବ ପିଢ଼ି ପରେପିଢ଼ି ଆମ ପରିବାରର ମାର୍ଗଦର୍ଶନ କରିଆସିଛି । ତେଣୁ, ଏହି ଜାତୀୟ ସମ୍ମାନ ଗ୍ରହଣ କରିବା ବାସ୍ତବରେ ଏକ ଅତ୍ୟନ୍ତ ସୁଖଦ ଅନୁଭବ । ଏହି ସମ୍ମାନଜନକ ସମ୍ମାନ ପାଇଁ ମୁଁ ଭାରତର ମାନବ୍ୟର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇ ୩୬ଟି ରାଷ୍ଟ୍ରରେ ଥିବା ଆମ ୧,୪୦,୦୦୦ ସହଯୋଗୀଙ୍କ ତରଫରୁ ଏହାକୁ ଗ୍ରହଣ କରୁଛି । ଏହି ପୁରସ୍କାର ଆଦିତ୍ୟ ବିର୍ଲାର ବ୍ୟାପକ ପ୍ରଭାବର ପରିଚୟ । ଏହା ଏଭଳି ଏକ ପ୍ରଭାବ ଯାହା ଜୀବନକୁ ସମୃଦ୍ଧ କରୁଛି ଏବଂ କାର୍ଯ୍ୟ ମାଧ୍ୟମରେ ଏହା ପ୍ରଦର୍ଶିତ କରୁଛି ଯେ କାରବାର ମଧ୍ୟ ଉନ୍ନତି ଦିଗରେ ଏକ ପଦକ୍ଷେପ ହୋଇପାରିବ ।’’
ରାଜ୍ୟ
ପଦ୍ମଭୂଷଣ ପୁରସ୍କାର ଗ୍ରହଣ କଲେ ଆଦିତ୍ୟ ବିର୍ଲା ଗୃପ ମୁଖ୍ୟ କୁମାର ମଙ୍ଗଳମ୍ ବିର୍ଲା
- Hits: 314








