ହେଡଲାଇନସ୍:

-ଟ୍ରେନ ଲାଇନ ରେ ମହିଳାଙ୍କ କ୍ଷତ ବିକ୍ଷତ ମୃତ ଦେହ ଠାବ: ଟ୍ରେନ ଧକ୍କାରେ ମହିଳାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ୫୩ ନଂ ଜାତିୟରାଜପଥ ଅବରୋଧ। ପ୍ରଶାସନର ପ୍ରତିଶୃତି ପରେ ରାଜପଥ ଅବରୋଧ ହଟିଲା।

କାମାକ୍ଷାନଗର: କାମାକ୍ଷାନଗର-ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ଥାନା ପଥରଖମ୍ବ ଦେଇ ଯାଇଥିବା ନୂତନ ଟ୍ରେନ ଲାଇନ ରୁ ଜଣେ ମହିଳାଙ୍କ କ୍ଷତ ବିକ୍ଷତ ମୃତ ଦେହ ଠାବ ହୋଇଛି |ମୃତ ମହିଳା ଜଣକ ହେଉଛନ୍ତି ପଥରଖମ୍ବ ଗ୍ରାମର ବନିତା ବିଶ୍ୱାଳ |ସୂଚନା ମୁତାବକ ବନିତା ଆଜି ସକାଳେ ଭୋର ସମୟରେ ମୁକ୍ତାପଶି ମେଡିକାଲ ଯିବା ପାଇଁ ଘରୁ ବାହରିକି ଆସିଥିଲେ |ତେବେ କିଛି ସମୟ ପରେ ଟ୍ରେନ ରେ ଜଣେ ମହିଳା ଙ୍କ କ୍ଷତ ବିକ୍ଷତ ମୃତ ଦେହ ପଡିଥିବାର, ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ |ଖବର ପାଇ ପରିବାର ଲୋକ ଘଟଣା ସ୍ଥଳରେ ପହଂଚି ମୃତ ଦେହ ଚିହ୍ନଟ କରିଥିଲେ। ଖବର ପାଇ ପୋଲସି ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି|ତେବେ ଏହି ନୂତନ ଟ୍ରେନ ଲାଇନଟି ବୁଢା ପଙ୍କ ରୁ ଡ଼ୁବୁରୀ ସଂଯୋଗ ହୋଇଥିବା ବେଳେ, ଗତ ୩ ତାରିଖ ଠାରୁ ବିଧିବଦ୍ଧ ଭାବେ ମାଲବାହି ଟ୍ରେନଯାତାୟତ କରୁଛି |ତେବେ ଟ୍ରେନ ଦୁର୍ଘଟଣା ରେ ବନିତା ଙ୍କ ମୃତ୍ୟୁ ହୋଇଥିବା ସଂନ୍ଦେହେ କରାଯାଉଛି। ନୂତନ ରେଳଲାଇନ ରେ ଏହା ପ୍ରଥମ ଟ୍ରେନ ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ସ୍ଥାନୀୟ ସରପଞ୍ଚ । ଦିର୍ଘ ସମୟଧରି ଶବ ଘଟଣାସ୍ଥଳରେ ପଡିରହିଥିଲେ। ସ୍ଥାନୀୟ ପୋଲିସ କିମ୍ବା ଜଆରପି ପକ୍ଷରୁ କେହି ଶବ ଜବତ କରିବାପାଇଁ ଆସିନଥିଲେ। ଫଳରେ ଗ୍ରାମବାସୀ ବାଧ୍ୟ ହୋଇ ୫୩ ନଂ ଜାତିୟରାଜପଥର ପଥରଖମ୍ବ ଛକଠାରେ ଜାତିୟରାଜପଥ ଅବରୋଧ କରିଥିଲେ। ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାସହ କ୍ଷତିପୂରଣ ବାବଦକୁ ରେଡକ୍ରସ ତରଫରୁ କିଛି ଅର୍ଥ ଦେବାପରେ ରାସ୍ତାରୋକ ହଟିଥିଲା |ସେପଟେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ପୋଲିସ ର ତଦନ୍ତ ଓ ବ୍ୟବଛେଦ ରିପୋର୍ଟ ପରେ ହିଁ ଜଣାପଡିବ।

0
0
0
s2sdefault