ଗାଇସିଲେଟ: ସବୁବେଳେ ଅସହାୟଙ୍କ ଦୁଃଖ ସୁଖ ରେ ସାମିଲ ହେଉଥିବା ପଶ୍ଚିମ ଓଡ଼ିଶା ର ଦରଦୀ ବନ୍ଧୁ ଟାଣୁଆ ବିଜେଡି ନେତା ସୁଶାନ୍ତ ସିଂ ସବୁବେଳେ ଲୋକଙ୍କ ସେବା ନିଜକୁ ସମର୍ପିତ କରୁଥିବା ଆମେ ସବୁବେଳେ ଦେଖି ଆସିଛୁ । ଆଜି ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ଶୁଶାନ୍ତ ଙ୍କ ପାଖରୁ । ବାପା ମାଁ ଛେଉଣ୍ଡ ଅସହାୟ ଯୁବତୀ ଙ୍କ ବିବାହ ର ଯୌତୁକ ସାମଗ୍ରୀ ନିଜେ ବହନ କରି ସହାୟତା ପ୍ରଦାନ କରିଥିଲେ ।ଦୁଇ ବର୍ଷ ତଳେ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଜଗଲ ପାଟ ଗ୍ରାମର ସ୍ବର୍ଗତ ରଙ୍କମଣୀ ସାଣ୍ଡ କିଡ଼ିନି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ । ତାଙ୍କ ମୃତ୍ୟୁ ପରେ ପୂର୍ବରୁ ମାଁ ଙ୍କୁ ହରାଇ ଥିବା ଦୁଇ ଝିଅ ଅନାଥ ହୋଇଯାଇଥିଲେ ।ଏହି ଖବର ଜାଣିବା ପରେ ଅସହାୟ ଙ୍କ ସାଥୀ ଶୁଶାନ୍ତ ଦୁହି ଝିଅଙ୍କ ସୁଖ ଦୁଃଖରେ ସାମିଲ ହେବାକୁ କଥା ଦେଇଥିଲେ । ସ୍ବର୍ଗତ ରଙ୍କମଣି ଙ୍କ ବଡ଼ ଝିଅ ଦୀପାଞ୍ଜଳୀ ଷlଣ୍ଢ ଙ୍କ ବିବାହ ଠିକ୍ ହୋଇଯିବା ପରେ ବିବାହ ର ଆବଶ୍ୟକୀୟ ସମସ୍ତ ଜିନିଷ ପତ୍ର ଶୁଶାନ୍ତ ସିଂ ନିଜେ ବହନ କରି ଜଣେ ମହାନ ନେତାର କର୍ତ୍ତବ୍ୟ ପାଳନ କରିଥିଲେ ।ତାଙ୍କର ଏହି ମହାନ କାର୍ଯ୍ୟ କୁ ସମସ୍ତ ଜନସାଧାରଣ ପ୍ରଶଂସା କରିଛନ୍ତି ।












