ଟିମ ନବୀନର ପ୍ରମୁଖ ସଦସ୍ୟ , ନିର୍ବାଚନୀ ମୈଦାନରେ ସମ୍ମୁଖ ଭାଗ ଖେଳାଳି, ପଶ୍ଚିମ ଓଡ଼ିଶାର ଅନ୍ୟତମ ଟାଣୁଆ ନେତା ସର୍ବୋପରି ଜଣେ ସଫଳ ଷ୍ଟ୍ରାଇକର ସୁଶାନ୍ତ ସିଂଙ୍କର ପ୍ରତି ବିରୋଧୀଙ୍କର ନକାରାତ୍ମକ ମନୋଭାବର କାରଣ ସୁଶାନ୍ତଙ୍କର ଲୋକପ୍ରିୟତା ନା ନିର୍ବାଚନରେ ବାରମ୍ବାର ହାରିବାର ଭୟ !!!!
ବରଗଡ :- ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ସୁଶାନ୍ତ ସିଂ, ଅନ୍ତତଃ ପଶ୍ଚିମ ଓଡ଼ିଶାର ସମସ୍ତ ଗଳିକନ୍ଦିରେ ଲୋକେ ତାଙ୍କୁ ଜାଣିଛନ୍ତି ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ଅତି ସଧାରଣ ଜୀବନଯାପନ ଶୈଳୀ ସହିତ ସାଧାରଣ ପରିଧନରେ ନିଜର ରାଜନୈତିକ କେରିଅର ଆରମ୍ଭରୁ ଜନସେବାରେ ସମର୍ପିତ ଶ୍ରୀ ସିଂ ଆଜି ପଶ୍ଚିମ ଓଡ଼ିଶାର ଘରେ ଘରେ ପରିଚିତ । ବିଧାୟକ ଭାବରେ ଭଟଲି ନିର୍ବାଚନ ମଣ୍ଡଳୀରୁ 2009 ମସିହାରେ ଦୁଇ ଜଣ ପୂର୍ବତନ ମନ୍ତ୍ରୀ ଙ୍କୁ ପରାଜିତ କରି ନୁର୍ବାଚିତ ହୋଇଥିବା ଯୁବକ ସୁଶାନ୍ତ ସିଂ ବିଧାୟକ ଭାବରେ ନିର୍ବାଚିତ ହେବା ପରେ ବଦଳି ଯାଇଛି ଭଟଲି ନିର୍ବାଚନ ମଣ୍ଡଳୀର ପରିସ୍ଥିତି । ଆଜି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ , ହେଉକି ଅନ୍ୟାନ୍ୟ ସେବା ସବୁ କ୍ଷେତ୍ରରେ ଭଟଲି ଆଗୁଆ ରହିଛି । ଲୋକଙ୍କ ସହିତ ନିବିଡ଼ ସମ୍ପର୍କ ରଖି , ଲୋକଙ୍କ ସୁଖଦୁଃଖରେ ବରାବର ସାମିଲ ହୋଇ ଲୋକଙ୍କର ଅତି ପ୍ରିୟପାତ୍ର ହୋଇ ପାରିଛନ୍ତି ଶ୍ରୀ ସିଂ । କେବଳ ଭଟଲି ନୁହେଁ ପଶ୍ଚିମ ଓଡିଶାର ଅନେକ ସ୍ଥାନରୁ କ୍ରମାଗତ ଭାବରେ ଲୋକେ ନିଜର ବିଭିନ୍ନ ସମସ୍ୟା ନେଇ ଆସିଥାନ୍ତି ତାଙ୍କ ପାଖକୁ । ଲୋକଙ୍କ ସମସ୍ୟା ଶୁଣି ତାର ସମାଧାନ ମଧ୍ୟ କରିଥାନ୍ତି ଶ୍ରୀ ସିଂ ।
ଅନ୍ୟପଟେ ରାଜନୈତିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଏହା ସ୍ପଷ୍ଟ ପ୍ରମାଣିତ ଯେ , ବିଜୁ ଜନତା ଦଳ କିମ୍ବା ଦଳର ସଭାପତି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଯେତେବେଳେ ଯେଉଁ ଦାଇତ୍ୱ ପ୍ରଦାନ ଜରିଛନ୍ତି ସେ ସେହି ଦାଇତ୍ୱ କୁ ନିଷ୍ଠା ର ସହିତ ସୁଚାରୁ ରୂପରେ ସମ୍ପାଦନ କରିଛନ୍ତି । ଯାହାର ପ୍ରତିଫଳନ ବିଭିନ୍ନ ସମୟରେ ଦେଖିବାକୁ ମିଳିଛି । ଯେ କୋଣସି ନିର୍ବାଚନ ସମୟରେ ବିରୋଧୀ ନେତା ମାନଙ୍କର ତୀକ୍ଷ୍ଣ ନଜର ଶ୍ରୀ ସିଂ ଙ୍କର ଉପରେ ହିଁ ରହିଥାଏ । ଯଦିଓ ଶ୍ରୀ ସିଂ ଙ୍କର ରଣନୀତି ଓ ଗୋଟି ଚାଳନା ସମ୍ମୁଖରେ ବିରୋଧୀ ଙ୍କୁ ସବୁବେଳ ଶୋଚନୀୟ ଭାବରେ ପରାଜିତ ହେବାକୁ ପଡିଛି ତଥାପି ଅନେକ ସମୟରେ ବିରୋଧୀ ତାଙ୍କୁ ବ୍ୟକ୍ତିଗତ ଭାବରେ ଅନେକ ଆଘାତ ଦେଇଛି । ସାଧାରଣ ନିର୍ବାଚନ ହେଉ କି ଉପନିର୍ବାଚନ, ପଞ୍ଚାୟତ ନିର୍ବାଚନ ହେଉକି ପୌର ନିର୍ବାଚନ , ତାଙ୍କର ବିଚକ୍ଷଣ ରଣନିତି ଓ ସଠିକ ଗୋଟି ଚାଳନା ଆଗରେ ବିରୋଧୀ ସବୁବେଳେ ଧରାଶାୟୀ ହୋଇ ପଡିଛି । ଯାହାର ପ୍ରମାଣ ବରଗଡ଼ ଜିଲ୍ଲାର ତିନି ଗୋଟି ଉପନିର୍ବାଚନ ର ଫଳାଫଳ ।
ମୁଖ୍ୟତଃ କହିବାକୁ ଗଲେ ନିଜର ଜନସେବା ଯେମିତିକି , ବିଭିନ୍ନ ସମୟରେ , ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତି ଙ୍କୁ ଉଦ୍ଧାର କରି ଚିକିତ୍ସା କରାଇବା ହେଉ କି ରୋଗାକ୍ରାନ୍ତ ବ୍ୟକ୍ତି ଙ୍କର ଚିକିତ୍ସା ହେଉ , କୋରୋନା ମହାମାରୀ ସମୟରେ ଲକଡାଉନ ଆରମ୍ଭ ହେବା ପରଠାରୁ କ୍ରମାଗତ ଭାବରେ ଲୋକଙ୍କ ନିକଟକୁ ପହଂଛି ତାଙ୍କୁ ସହାୟତା ଯୋଗେଇବା ହେଉ କି , ପ୍ରବାସୀ ଶ୍ରମିକ ମାନଙ୍କ ଫେରିବା ସମୟରେ ଲୁହୁରାଚଟି ଗେଟ ରେ ଶ୍ରମିକ ମାନଙ୍କୁ ଘରକୁ ଯିବାର ବନ୍ଦୋବସ୍ତ କରିବା ହେଉ , ଓଡିଶା ସୀମା ଦେଇ ଅନ୍ୟ ରାଜ୍ୟ କୁ ଯିବାକୁ ଥିବା ଶ୍ରମିକ ମାନଙ୍କୁ ସୁରକ୍ଷିତ ଭାବରେ ପଠେଇବା ପାଇଁ ପଦକ୍ଷେପ ଗ୍ରହଣ କରିବା ହେଉ , ସାରା ଭାରତ ବନ୍ଦ ଥିବା ସମୟରେ ଲୁହୁରାଚଟି ଗେଟ ରେ ହଜାର ହଜାର ଅନ୍ୟ ରାଜ୍ୟର ଶ୍ରମିକ ମାନଙ୍କ ପାଇଁ ଖାଦ୍ୟ ପାନୀୟ ର ବ୍ୟବସ୍ଥା କରିବା ହେଉ କି ଛତିଶଗଡ଼ ର ରାୟପୁର ନିକଟରେ ଦୁର୍ଘଟଣା ଗ୍ରସ୍ତ ବସ ର ଯାତ୍ରୀ ମାନଙ୍କ ସେବା ହେଉ , ନିଜେ ବ୍ୟକ୍ତିଗତ ଭାବରେ ଉପସ୍ଥିତ ରହି ସବୁ କାର୍ୟ୍ଯ ର ତଦାରଖ କରିବା ସହିତ ଲୋକଙ୍କ ଯତ୍ନ ନେଉଥିଲେ । ଏମିତି ଏକ ସମୟ ଆସିଥିଲା ଯେତେବେଳେ ସୋନପୁର ର କିଛି ଶ୍ରମିକ ଭାଇ ମାନଙ୍କୁ ସୋନପୁର ପହଞ୍ଚାଇବା ପାଇଁ କୋଣସି ଡ୍ରାଇଭର ଅରାଜି ହେବାରୁ ନିଜେ ଗାଡି ଚଳେଇ ଶ୍ରମିକ ମାନଙ୍କୁ ସୋନପୁର ନେଇ ଛାଡିଥିଲେ ଶ୍ରୀ ସିଂ ।
ଏହାପରେ ଏମିତି ଏକ ସମୟ ଆସିଥିଲା ଯେତେବେଳେ ଲୋକେ ନିଜକୁ ସୁରକ୍ଷିତ ରଖିବା ପାଇଁ ନିଜ ଘରେ କବାଟ ବନ୍ଦ କରି ରହୁଥିଲେ ସେହି ସମୟରେ ତତ୍କାଳୀନ କ୍ୟାବିନେଟ ମନ୍ତ୍ରୀ ଭଟଲି ବିଧାୟକ ଶ୍ରୀ ସିଂ ମହାମାରୀ କୁ ଖାତିର ନ କରି କେତେବେଳେ , ଅକ୍ସୀଜେନ ସିଲିଣ୍ଡର ତ କେତେବେଳେ ଆମ୍ବୁଲାନ୍ସ ତ କେତେବେଳେ ଖାଦ୍ୟ ସାମଗ୍ରୀ ତ କେତେବେଳେ ଔଷଧ ଧରି ପହଂଛି ଯାଉଥିଲେ ଲୋକଙ୍କ ପାଖକୁ । ନିଜେ ଉପସ୍ଥିତ ରହି ଅନେକ ମୃତ ରୋଗୀଙ୍କର ଅନ୍ତିମ ସଂସ୍କାର କରେଇଛନ୍ତି । ଏହି ସବୁ କାର୍ୟ୍ଯ କରିବା ମଧ୍ୟରେ ସେ ନିଜେ ମଧ୍ୟ ସଂକ୍ରମିତ ହୋଇଥିଲେ । ସଂକ୍ରମଣ ରୁ ଭଲ ହେବା ପରେ ପୁନର୍ବାର ବାହାରି ପଡ଼ିଥିଲେ ମହାମାରୀ ରେ ପୀଡିତ ଲୋକଙ୍କ ସେବାରେ । ସେ ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ସହାୟତା ପାଇଁ ତାଙ୍କ ନିକଟକୁ ହଜାର ହଜାର ଫୋନ ଆସୁଥିଲା । ଶ୍ରୀ ସିଂ ସମସ୍ତଙ୍କୁ ସହଯୋଗ ମଧ୍ୟ କରୁଥିଲେ । ଭଟଲି ନିର୍ବାଚନ ମଣ୍ଡଳୀରେ ଓ ବରଗଡ଼ ଜିଲ୍ଲାରେ ଏମିତି ଶହ ଶହ ଉଦାହରଣ ରହିଛି । ବିକାଶ ଠାରୁ ଅରମ୍ବ କରି ଲୋକଙ୍କ ପ୍ରତକ୍ଷ ଓ ପରୋକ୍ଷ ସେବାର । ନିଜେ କେଉଁ ଅବସ୍ଥାରେ ଅଛନ୍ତି ତାକୁ କେବେ ଗୁରୁତ୍ଵ ନ ଦେଇ ଲୋକଙ୍କ ସେବାକୁ ସବୁବେଳେ ଅଗ୍ରାଧିକାର ଦେଉଥିବା ଶ୍ରୀ ସିଂ ଆଜି ପଶ୍ଚିମ ଓଡ଼ିଶାର ସର୍ବାଧିକ ଲୋକପ୍ରିୟ ଜନନେତା ଏଥିରେ ସନ୍ଦେହ ନାହିଁ । ଆଉ ଭଟଲି ନିର୍ବାଚନ ମଣ୍ଡଳୀ ର ଲୋକଙ୍କ ପାଇଁ ଶ୍ରୀ ସିଂ ନିଜର ପରିବାର ସଦସ୍ୟ ଭଳି ଅତିପ୍ରିୟ ଅତି ଆପଣାର ।
ଶ୍ରୀ ସିଂ ଙ୍କର ଲୋକପ୍ରିୟତା ବିରୋଧୀ ମାନଙ୍କୁ ସବୁବେଳେ ଅଡ଼ୁଆରେ ପକାଉଛି । ଏହସହିତ ରାଜ୍ୟ ନୁହଁ ଦେଶର ବଡ଼ ବଡ଼ ବିରୋଧୀ ନେତା ମାନଙ୍କୁ ଶ୍ରୀ ସିଂ ଙ୍କର ନିର୍ବାଚନ ପରିଚାଳନା ର ରଣନୀତି ଘାଇଲା କରି ପକାଉଛି । ବିରୋଧୀ ଙ୍କୁ ଭଲ ଭାବରେ ଜଣା ଯେ ସୁଶାନ୍ତ ଙ୍କର ଲୋକପ୍ରିୟତା କୁ ଟପିବା ସେମାନଙ୍କ ପାଇଁ ଅସମ୍ଭବ ସେଥିପାଈଁ ସେମାନେ ସବୁବେଳେ ତାଙ୍କୁ ବଦନାମ କରିବାର ଅସଫଳ ପ୍ରୟାସ ଜାରି ରଖିଛନ୍ତି । ମୁଖ୍ୟତଃ ଅପରାଧିକ ପ୍ରବୃତିର କିଛି ଲୋକ ବିଭିନ୍ନ ସମୟରେ ବିଭିନ୍ନ ମାଧ୍ୟମ ରେ ଏହି ପ୍ରୟାସ କରିଥାନ୍ତୁ । ଯାହାର ଏକ ଉଦାହରଣ ଗତ ପଦ୍ମପୁର ଉପନିର୍ବାଚନ ସମୟରେ ଜଣେ ଅପରାଧୀ ଦ୍ୱାରା ସାମାଜିକ ଗଣମାଧ୍ୟମ ରେ କରାଯାଇଥିବା ଏକ ପୋଷ୍ଟ ରୁ ଦେଖିବାକୁ ମିଳିଥିଲା ।
ରାଜନୀତି ରେ ଆଲୋଚନା ଓ ସମାଲୋଚନା ନିହାତି ଆବଶ୍ୟକ , ଗଠନ ମୂଳକ ସମାଲୋଚନା ସବୁବେଳେ ସ୍ୱାଗତ ଯୋଗ୍ୟ କିନ୍ତୁ ଉଦେଶ୍ୟ ମୂଳକ ଭାବରେ ପ୍ରାୟୋଜିତ ସମାଲୋଚନା କୁ କେବେବି ଗ୍ରହଣୀୟ ହୋଇ ନ ପାରେ । ଭଟଲି ନିର୍ବାଚନ ମଣ୍ଡଳୀର ହୋଇଥିବା ଓ ଚାଲିଥିବା ବିକାଶ ଲୋକଙ୍କ ପ୍ରତି ଶ୍ରୀ ସିଂ ଙ୍କର ଓ ଶ୍ରୀ ସିଂ ଙ୍କର ପ୍ରତି ଲୋକଙ୍କ ଭଲପାଇବା କୁ ପ୍ରମାଣିତ କରୁଛି ଏଥିରେ ସନ୍ଦେହ ନାହିଁ ।











