ଓଡ଼ିଶା-ମୋ ପରିବାର ଏବଂ ଏଲ୍.ଭି.ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଓଡ଼ିଶା-ମୋ ପରିବାର ଏବଂ ଏଲ୍.ଭି.ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍, ପଟିଆ, ଭୁବନେଶ୍ୱରର ମିଳିତ ଆନୁକୁଲ୍ୟରେ ଭୁବନେଶ୍ୱର ଅନ୍ତର୍ଗତ ନାଗେଶ୍ଵର ଟାଙ୍ଗୀ, କମ୍ୟୁନିଟି ହଲ୍ ରେ ଏକ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଛି । ସକାଳ ୮ଟା ରୁ ଆରମ୍ଭ ହୋଇ ଏହି ଶିବିରରେ ଚକ୍ଷୁ ବିଭାଗର ଡାକ୍ତରମାନେ ପ୍ରାୟ ୭୦ଜଣଙ୍କର ଚକ୍ଷୁ ପରୀକ୍ଷା କରିଥିଲେ । ଏହି ଶିବିରରେ ମୋତିଆବିନ୍ଦୁ, କଳା ମୋତିଆବିନ୍ଦୁ, ଗ୍ଲୁକୋମା, ଦୃଷ୍ଟି ଦୋଷ ଯଥା- ସମିପ, ଦୂର ଏବଂ ବକ୍ର ଦୃଷ୍ଟି ଦୋଷ ନିରୂପଣ କରାଯାଇ ସେମାନଙ୍କ ଚଷମାର ନମ୍ବର ଆଦି ପରୀକ୍ଷା କରାଯାଇଥିଲା । ପରୀକ୍ଷା ପରେ ବିଶେଷକରି ମୋତିଆବିନ୍ଦୁ, କଳା ମୋତିଆବିନ୍ଦୁ ଚିହ୍ନଟ ରୋଗୀମାନଙ୍କୁ ଏଲ୍.ଭି.ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ ରେ ସଂପୂର୍ଣ୍ଣ ମାଗଣାରେ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦିଆଯାଇଛି । ଏହାଛଡ଼ା ଯେଉଁମାନଙ୍କ ଚଷମା ଏବଂ ଆଇ ଡ୍ରପ୍ ଆବଶ୍ୟକତା ଅଛି ସେମାନଙ୍କୁ ଚଷମା ଏବଂ ଆଇ ଡ୍ରପ୍ ବଣ୍ଟନ କରାଯିବ ବୋଲି ଓଡ଼ିଶା-ମୋ ପରିବାର ଆବାହକ ସୂଚନା ପ୍ରଦାନ କରିଛନ୍ତି ।

0
0
0
s2sdefault