ପୁର୍ବତନ ପେକ୍ସ ସମ୍ପାଦକଙ୍କ ଅକାଳ ବିୟୋଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମେଲଛାମୁଣ୍ଡା,(ମନୋଜ ଭୋଇ)- ମେଲଛାମୁଣ୍ଡାସ୍ଥିତ ପ୍ୟାକ୍ସର ପୂର୍ବତନ ସମ୍ପାଦକ ତଥା କନସିଂହା ବାସିନ୍ଦା ଘନଶ୍ୟାମ ଶତପଥୀଙ୍କ ଅକାଳ ବିୟୋଗ ଘଟିଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହେଉଥିଲା । ତାଙ୍କ ବିୟୋଗ ଖବର ପ୍ରଚାରିତ ହେଲା ପରେ ଉଭୟ ମେଲଛାମୁଣ୍ଡା ଏବଂ କନସିଂହା ଗ୍ରାମରେ ଶୋକର ଲହରି ଖେଳିଯାଇଥିଲା । ସେ ଜଣେ ସରଳ, ସ୍ୱଷ୍ଟବାଦୀ, ପରୋପକାରୀ ଲୋକ ଥିଲେ । ନିଜର ଶରୀର ପ୍ରତି ଯତ୍ନବାନ ଥିବାରୁ ବୃଦ୍ଧାବସ୍ଥାରେ ମଧ୍ୟ ସୁସ୍ଥ ଥିଲେ । ବାଙ୍ଗାଲୋର ରେ ରହୁଥିବା ତାଙ୍କର ସାନ ପୁଅ ଇଂ ଜୟନ୍ତ ଶତପଥୀ ପାଖକୁ ବୁଲିବାକୁ ଉଭୟ ପତିପତ୍ନୀ ଯାଇଥିଲେ । ସେଠାରେ କିଛି ଦିନ ରହିଲା ପରେ ଅଚାନକ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ପ୍ରାଣବାୟୁ ଚାଲିଯାଇଥିଲା । ସାନ ପୁଅ ସ୍ୱଗର୍ତ ଶତପଥୀଙ୍କ ମରଶରୀରକୁ ଏକ ଅମ୍ବୁଲାନସ ଯୋଗେ ଜନ୍ମମାଟି କନସିଂହାକୁ ଆଣିଥିଲେ । ଅଂଚଳର ବହୁ ଗଣ୍ୟ ମାନ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ । ଏକ ଶୋଭାଯାତ୍ରାରେ ମଶାଣିକୁ ନେଇ ଦାହ କରାଯାଇଥିଲା । ବଡ ପୁଅ ହେମନ୍ତ ଦେବତା ମୁଖାଗ୍ନି ଦେଇଥିଲେ ।

0
0
0
s2sdefault