ପାଇକମାଳ,: ପାଇକମାଳ ବ୍ଲକ ନୃସିଂହନାଥ ହାଇ ସ୍କୁଲ ଖେଳ ପଡିଆରେ ଇ ଏସ ସି ସି ସ୍ପଟିଙ୍ଗ ଜର୍ଜଗଡ଼ ୨୭ତମ କ୍ରିକେଟ କପ ଫାଇନାଲ ଖେଳ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ଖେଳ ପାଇକମାଳ ଦମକଳ ବିଭାଗ ଟିମ ଓ ଅନ୍ତରଲା ମଧ୍ୟରେ ହୋଇଥିଲା । ଦମକଳ ଦଳ ଟସ ଜିଣି ବ୍ୟାଟିଂ କରି ନିର୍ଧାରିତ ୮ଓଭର ରେ ୬୬ରନ କରିଥିଲା ବେଳେ ଅନ୍ତରଲା ଦଳ ୫ ଓଭର ୧ବଲରେ ୭୭ ରନ କରି ବିଜୟୀ ହୋଇଥିଲେ । ଏ ନେଇ ଅନୁଷ୍ଠିତ ଉଦଯାପନୀ ସମାରୋହ ରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ମୁଜାଫର ହୁସେନ, ସମ୍ମାନିତ ଅତିଥିଭାବେ ଆକାଶ ପାଣିଗ୍ରାହୀ, ବିକାଶ ବହିଦାର, ବଡ ଶତପଥି, ପ୍ରମୁଖ ସମାଜ ସେବୀ ମାନେ ଯୋଗ ଦେଇ ବିଜେତା ଓ ଉପ ବିଜେତା ଦଳ ଙ୍କୁ ତଥା ଅନ୍ୟ ଖେଳାଳି ମାନଙ୍କୁ ପୁରସ୍କାର ପ୍ରଦାନ କରି ଥିଲେ । ଏଥିରେ ସୁରଜ ପଣ୍ଡା ସଭାପତି, ଅତିଥି ପରିଚୟ ପ୍ରଦାନ ଗୋକୁଳା ପ୍ରଧାନ, ସଭାର ଉଦ୍ୟେଶ ଜ୍ଞାପନ କାର୍ତିକ ବରିହା କରି ଥିଲେ । ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ସିରିଜ ରାଜୀବ ବରିହା, ବେଷ୍ଟ ବୋଲର ଥବିର ପୁଟ|, ବେଷ୍ଟ ବ୍ୟାଟ୍ସମ୍ୟାନ ପପ୍ପୁ ସାହୁ ଙ୍କୁ ଅତିଥି ମାନେ ପୁରସ୍କାର ଦେଇ ଥିଲେ । ସେହିପରି ଖେଳ ପରିଚାଳନା ସହଳ ସେଠ ଓ ଅରୁନସିଂହ କରିଥିଲା ବେଳେ ଧାରା ବିବରଣୀ ମିତ୍ରଭାନୁ ପ୍ରଧାନ ଦାଇତ୍ୱ ତୁଲାଇ ଥିଲେ । ବିରଞ୍ଚି ସୁନା, ଅଜୁ ସେଠ, ସଞ୍ଜୟ ସାମଲ, ମାନ ବେମାଲ, ରମେଶ ଗୋଛି, ଜିତେନ୍ ମଟାରି ପ୍ରମୁଖ ବିଭିନ୍ନ କାମରେ ସାହାଯ୍ୟ କରି ଥିଲେ ଶେଷରେ ଡୋଲାମଣି ସେଠ ଧନ୍ୟବାଦ ଅର୍ପଣ କରି ଥିଲେ ।
ରାଜ୍ୟ
ଇ ଏସ ସି ସି ସ୍ପଟିଙ୍ଗ ଜର୍ଜଗଡ଼ ୨୭ତମ କ୍ରିକେଟ କପ : ଅତରଲ୍ଲା ଚମ୍ପିୟାନ
- Hits: 533