ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷପାଳନ-୨୦୨୩

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ଜଳ ସମ୍ପଦ ବିଭାଗ ପକ୍ଷରୁ ସ୍ଥାନୀୟ ଜଳ ସମ୍ପଦ କାର୍ଯ୍ୟାଳୟ ପରିସରରେ ବୁଧବାର ଦିନ ପାଣି ପଞ୍ଚାୟତ ପକ୍ଷ ପାଳନ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାରେ ଫେବୃଆରୀ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବ୍ଲକର ସ୍ତରୀୟରେ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଥିଲା।
ଆଜି ଗଜପତି ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଦାଶରଥୀ ଗମାଙ୍ଗ , ମାନ୍ୟବର ବିଧାୟକ ମୋହନା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଜି. ତିରୁପତି ରାଓ , ସଭାପତି, ଜିଲ୍ଲାପରିଷଦ ଗଜପତି, ଶ୍ରୀଯୁକ୍ତ ବିଶ୍ୱଜିତ ବିଶ୍ଵାଳ ସ୍ବତନ୍ତ୍ର ସଚିବ , ଜଳ ସମ୍ପଦ ବିଭାଗ , ଓଡ଼ିଶା ସରକାର ତଥା ଜଳ ପ୍ରଭାରୀ , ଗଜପତି , ଶ୍ରୀଯୁକ୍ତ ରୋମଞ୍ଚଳ ଖମାରୀ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ , ଗଜପତି , ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ବେହେରା , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଗଜପତି , ଶ୍ରୀଯୁକ୍ତ ଗିରିଶ କୁମାର ମହାନ୍ତି , ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ , ଗଜପତି , ଶ୍ରୀଯୁକ୍ତ ସୁରେଶ କୁମାର ପଟ୍ଟନାୟକ , ପ୍ରକଳ୍ପ ନିର୍ଦ୍ଦେଶକ , ଜଳଛାୟା ଏବଂ ମୂର୍ତ୍ତିକା ସଂରକ୍ଷଣ , ଗଜପତି ଓ ଶ୍ରୀଯୁକ୍ତ ସୁଶାନ୍ତ ରଞ୍ଜନ ଦାସ ଉପ ଉଦ୍ୟାନ ନିର୍ଦ୍ଦେଶକ ଗଜପତି ପ୍ରମୁଖ ମଞ୍ଚାସୀନ ଥିଲେ।
ଜିଲ୍ଲାର ବିଭିନ୍ନ ପାଣି ପଞ୍ଚାୟତର ଚାଷୀ ଓ କର୍ମକର୍ତ୍ତା ମାନଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ ଉତ୍ସବ ପାଳିତ ହୋଇଯାଇଛି । ଜିଲ୍ଲାରେ ଜଳ ପରିଚାଳନା କ୍ଷେତ୍ରରେ ପାଣି ପଞ୍ଚାୟତ ଗୁଡିକର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସହଭାଗୀ ଜଳସେଚନ ମାଧ୍ୟମରେ ତୃଣମୂଳସ୍ତରରେ ଜଳର ଉପଲବ୍ଧତାରେ ଗୁଣାତ୍ମକ ମାନ ବୃଦ୍ଧି ଆଦି ପରିପ୍ରେକ୍ଷୀରେ ଏହି ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଛି ।
ଜିଲ୍ଲାର ସମସ୍ତ ବ୍ଲକରେ ରଥ ବୁଲି ଜନସାଧାରଣଙ୍କୁ ପାଣି ପଞ୍ଚାୟତର ଭୂମିକା ସମ୍ପର୍କରେ ବାର୍ତ୍ତା ନେଇ ସଚେତନତା ରଥ ପରିକ୍ରମା କରିଥିଲା। ଗଜପତି ଜିଲ୍ଲାରେ କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ୧୪୪ ଟି ଏବଂ ଉଠା ଜଳସେଚନ ପ୍ରଭାଗ ଅଧୀନରେ ଥିବା ୪୧୪ ଗୋଟି ପାଣିପଞ୍ଚାୟତର କାର୍ଯ୍ୟକରୀ ହେଉଅଛି । ଏହି ଅବସରରେ ସମସ୍ତ ଅତିଥି ବୃନ୍ଦ ପାଣି ପଞ୍ଚାୟତର ଭୂମିକା ଓ ଏହାର ସୁପରି ଚାଳନା ନିମନ୍ତେ ଉପସ୍ଥିତ ଥିବା ବିଭିନ୍ନ ପାଣି ପଞ୍ଚାୟତର କୃଷକ ମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ଜିଲ୍ଲାର ବିଭିନ୍ନ ବିଭାଗ ଯଥା ପ୍ରାଣୀ ଚିକିତ୍ସା , କୃଷି , ଉଦ୍ୟାନ , ଜଳଛାୟା , ମତ୍ସ୍ୟ ସମ୍ପଦ ମିଶନଶକ୍ତି ତଥା ଜଳସମ୍ପଦ ବିଭାଗ ଦ୍ଵାରା ପ୍ରଦର୍ଶିତ କରାଯାଇଥିବା ବିଭିନ୍ନ କାର୍ଯ୍ୟ ନ୍ଵୟନର ମାର୍ଜିତ ରୂପରେଖ ଜନସାଧାରଣଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା।
ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡିଆ ପ୍ରବନ୍ଧ ଲିଖନ , ଚିତ୍ରାଙ୍କନ , ସାଧାରଣ ଜ୍ଞାନ ଏବଂ ଓଡିଆ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ଵାରା ପୁରଷ୍କୃତ କରଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସମସ୍ତ ବ୍ଲକର ପଞ୍ଚାୟତ ସମିତି ଅଧ୍ୟକ୍ଷ / ଅଧ୍ୟକ୍ଷା , ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀଗଣ , ସମସ୍ତ ବ୍ଲକରୁ ଆସିଥିବା କୃଷକ ପ୍ରମୁଖ ଉପସ୍ଥିତ ଥିଲେ।
ଉକ୍ତ କାର୍ଯ୍ୟକ୍ରମଟି ଜଳସମ୍ପଦ ବିଭାଗର ଜିଲ୍ଲା ପାଣି ପଞ୍ଚାୟତ ନୋଡାଲ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଶ୍ରୀଯୁକ୍ତ ନଗେନ୍ଦ୍ରନାଥ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ପରିଚାଳିତ ହୋଇଥିଲା।
ସଭା ପରିଚାଳନା କରିଥିଲେ ଇଞ୍ଜିନିୟର ମୋହିତ ଆଚାର୍ଯ୍ୟ , ସହକାରୀ ନିର୍ବାହୀ ଯନ୍ତ୍ରୀ , ଗଜପତି ଜଳସେଚନ ଉପ-ପ୍ରଭାଗ , ବିଭାଗର ସମସ୍ତ ଅଧିକାରୀ , କର୍ମଚାରୀ ମାନଙ୍କର ସମ୍ମିଳିତ ଉଦ୍ୟମରେ ସୂଚାରୁ ରୂପେ ସମ୍ପାଦନ କରିଥିଲେ।
ପରିଶେଷରେ ଗଜପତି ଜଳସେଚନ ବିଭାଗ , ପାରଳାଖେମୁଣ୍ଡିର ଅଧିକ୍ଷଣ ଯନ୍ତ୍ରୀ ଇଞ୍ଜିନିୟର ଶ୍ରୀ ସଞ୍ଜୟ କୁମାର ରଥ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault