-
ୱାର୍ଡ ରୁ ୱାର୍ଡ କୁ ବୁଲି କଲେ ନିରୀକ୍ଷଣ
-
ନବଜାତ ଶିଶୁ ମାନଙ୍କୁ କୋଳେଇ ଆଶୀର୍ବାଦ କଲେ ବର୍ଷା
ବରଗଡ :- ପଦ୍ମପୁର ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟିକା ବର୍ଷାରାଣୀ ସିଂ ବରିହା ଆଜି ସକାଳୁ ନିଜର ସାନ ଭାଇ ଭୋଜରାଜ ସିଂ ବରିହା ଙ୍କର ସହିତ ଅଚାନକ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା କୁ ପହଞ୍ଚିଥିଲେ । ଡାକ୍ତରଖାନାର ବିଭିନ୍ନ ୱାର୍ଡ ବୁଲି ରୋଗୀ ମାନଙ୍କ ସହିତ ତାଙ୍କର ଅସୁବିଧା ବିଷୟରେ ପଚାରି ବୁଝିବା ସହିତ ସରକାରୀ ଡାକ୍ତରଖାନାରେ ଚାଲିଥିବା ଚିକିତ୍ସା ବାବଦରେ ରୋଗୀ ଓ ତାଙ୍କର ସମ୍ପର୍କୀୟ ମାନଙ୍କୁ ପଚାରି ବୁଝିଥିଲେ । ଏହି ପରିଦର୍ଶନ ସମୟରେ ବିଧାୟିକା ମହିଳା ଓ ଶିଶୁ ୱାର୍ଡ କୁ ମଧ୍ୟ ଯାଇଥିଲେ । ବିଧାୟିକା ଆସିଥିବା ଦେଖିବା କୁ ପାଇ ମହିଳା ରୋଗୀ ମାନଙ୍କ ମଧ୍ୟରେ ଖୁସି ଦେଖିବାଜୁ ମିଳିଥିଲା । ରୋଗୀଙ୍କର ସମ୍ପର୍କୀୟ ମାନେ ବିଧାୟିକା ଙ୍କୁ ନିଜ ପାଖକୁ ଡାକି ନେଇ ସୁବିଧା ଅସୁବିଧା କହୁଥିଲେ । ଅନେକ ମାଁ ମାନଙ୍କ ପାଖରେ ନବଜାତ ଶିଶୁ ମାନଙ୍କୁ ଦେଖି ବିଧାୟିକା ଛୁଆ ମାନଙ୍କୁ କୋଳେଇ ନେଇ ଆଦର କରି ଆଶୀର୍ବାଦ ଦେଉଥିବା ଦେଖିବାକୁ ମିଳିଛି । ନିଜର ପରିବାର ର ଜଣେ ସଦସ୍ୟ ଭାବରେ ରୋଗୀ ଓ ତାଙ୍କର ସମ୍ପର୍କୀୟ ମାନେ ବିଧାୟିକା ଙ୍କ ସହିତ ମନଖୋଲି ଆଲୋଚନା କରୁଥିଲେ । ଏହାପରେ ବିଧାୟିକା ଡାକ୍ତରଖାନାର ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ସହିତ ସ୍ୱାସ୍ତ୍ଥ ଓ ଚିକିତ୍ସା ର ବିଭିନ୍ନ ବିଷୟ ଉପରେ ଆଲୋଚନା କରିବା ସହିତ ଉପଲବ୍ଧ ସଂସାଧନ ଭିତରେ ଲୋକଙ୍କୁ ସଠିକ ସେବା ପ୍ରଦାନ କରିବା ପାଇଁ କହିଥିଲେ ।