ଆଜି ଠାରୁ ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼(ବିଶ୍ଵଜିତ ନାୟକ) - ଆଜି ଠାରୁ ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା  ୫ ଦିନି ଧରି ଡିସେମ୍ବର ୨୮ ପଯ୍ୟନ୍ତ ବଡ ଆଡମ୍ବର ଭାବରେ ଅନୁଷ୍ଠିତ ହେବାକୁ ଯାଉଅଛି ।  ଦୁଇ ବର୍ଷର କରୋନା ମହାମାରୀ ପରିସ୍ଥିତି ପରେ ଚଳିତ ବର୍ଷ ଜିଲ୍ଲା ସଂସ୍କୃତି ପରିଷଦ ଓ ଓରମାସ ଆନୁକୁଲ୍ୟରେ ନୟାଗଡ଼ ଷ୍ଟାଡିୟମ ପଡ଼ିଆଠାରେ ନୂତନ ଭାବେ ,ନୂଆଁ ରଙ୍ଗରେ ,ନୂତନ ଜାଗାରେ ,ନୂତନ ପରିକଳ୍ପନା ସହ ନୟାଗଡ଼ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ମହୋତ୍ସବ ଅବସରରେ ବିଭିନ୍ନ ପ୍ରଦର୍ଶନୀ, ପଲ୍ଲୀଶ୍ରୀ ମେଳା ଓ ସାଂସ୍କୃତିକ କାଯ୍ୟକ୍ରମ ଅନୁଷ୍ଠିତ ହେବ । ନୟାଗଡ଼ ମହୋତ୍ସବ କାଯ୍ୟକ୍ରମରେ ସମସ୍ତ ଜିଲ୍ଲାବାସୀଙ୍କର ଉପସ୍ଥିତି ପାଇଁ ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଜିଲ୍ଲା ସଂସ୍କୃତି ପରିଷଦ ନିବେଦନ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଏନେଇ ଗତକାଲି  ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ମହୋତ୍ସବ ଅବସରରେ ବିଭିନ୍ନ ପ୍ରଦର୍ଶନୀ, ପଲ୍ଲୀଶ୍ରୀ ମେଳା ଓ ସାଂସ୍କୃତିକ କାଯ୍ୟକ୍ରମ ଅନୁଷ୍ଠିତ ହେବ । ନୟାଗଡ଼ ମହୋତ୍ସବ କାଯ୍ୟକ୍ରମରେ ସମସ୍ତ ଜିଲ୍ଲାବାସୀଙ୍କର ଉପସ୍ଥିତି ପାଇଁ ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଜିଲ୍ଲା ସଂସ୍କୃତି ପରିଷଦ ନିବେଦନ କରିଛନ୍ତି । ଚଳିତ ବର୍ଷ ମହୋତ୍ସବରେ ୧୭୦ରୁ ୧୮୦ ଷ୍ଟଲ ବ୍ୟବସ୍ଥା କରାଯାଇଛି । ଏହା ସହିତ ପିଲାମାନଙ୍କୁ ମହୋତ୍ସବ ପ୍ରତି ଆକୃଷ୍ଟ କରିବା ପାଇଁ ଦୋଳୀକୁ ସାମିଲ କରାଯାଇଛି । ସ୍ଥାନୀୟ କଳାକାର ଏବଂ ବ୍ୟବସାୟୀଙ୍କୁ ସୁଯୋଗ ଦେବା ମହୋତ୍ସବ ମୁଖ୍ୟ ଲକ୍ଷ ବୋଲି ଜିଲ୍ଲାପାଳ କହିଛନ୍ତି । ଷ୍ଟଲ ଗୁଡ଼ିକରେ ବିଭିନ୍ନ ବିଭାଗର ପଦର୍ଶନୀ ସହ ହସ୍ତଶିଳ୍ପ, ହସ୍ତତନ୍ତ ଓ ଶୁଖିଲା ଖାଦ୍ୟ-ମସଲା ସାମଗ୍ରୀର କିଣାବିକା ବ୍ୟବସ୍ଥା ହୋଇଛି। ଟେରାକୋଟା ଓ କାର୍ପେଟ୍ ସହ ବାହର ରାଜ୍ୟ ହସ୍ତାଶିଳ୍ପ ସାମଗ୍ରୀର ଅପୂର୍ବ ସମ୍ଭାର ଅନୁଷ୍ଠିତ ହେବ ବୋଲି ଜଣାଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ନିର୍ମାଣ ହେଉଥିବା ସାମଗ୍ର ଷ୍ଟଲ ଗୁଡ଼ିକରେ ଉପଲବ୍ଧ ହେବ ବୋଲି ଜଣାଯାଇଛି । ଜିଲ୍ଲା ମହୋତ୍ସବକୁ ଚଳିତ ବର୍ଷ ଆକର୍ଷଣୀୟ କରିବା ପାଇଁ ସବୁ ପ୍ରକାର ଚେଷ୍ଟା ହୋଇଥିବା ଜିଲ୍ଲାପାଳ କହିଥିଲେ  । ଶାନ୍ତି, ଶୃଙ୍ଖଳାର ସହ ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କ ସହଭାଗିତା କାମନା କରିଛନ୍ତି । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର ନାଥ ସାହୁ, ସଂସ୍କୃତି ଅଧିକାରୀ ଟଙ୍କଧର ଭୋଇ, ସହକାରୀ ଜିଲ୍ଲାପାଳ ଶୁଭସ୍ମିଗ୍ଧା ସେଠୀ ପ୍ରମୂଖ ଉପସ୍ଥିତ ରହିଥିଲେ ।

 

0
0
0
s2sdefault