ମେଲଛାମୁଣ୍ଡା ମହାବିଦ୍ୟାଳୟ ତରଫରୁ ଏନଏସଏସ କ୍ୟାମ୍ପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡାସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ପକ୍ଷରୁ ସ୍ୱତନ୍ତ୍ର ଜାତୀୟ ସେବା ଶିବିର ମାଟିଆ ମହୁଲ ଗ୍ରାମରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୋଦ ବିହାରୀ ମିଶ୍ରଙ୍କ ଦ୍ୱାରା ଉଦ୍ଘାଟିତ ହୋଇ ଆରମ୍ଭ ହୋଇଛି । ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଶ୍ରୀଯୁକ୍ତ ମୀନକେତନ ବିଶ୍ୱାଲ ଶିବିରାର୍ଥୀ ମାନଙ୍କୁ କାର୍ଯ୍ୟପନ୍ଥା ବିଷୟରେ ସୂଚନା ଦେଇଥିଲେ । ଉଦ୍ଘାଟନୀ ସଭାରେ ଅଧ୍ୟାପକ ସୁଶାନ୍ତ କୁମାର ନାୟକ ଓ ଅଧ୍ୟାପକ ମହେଶ କୁମାର ମିଶ୍ର ଉପସ୍ଥିତ ଥିଲେ । ଏହାପରେ ଜାତୀୟ ସେବା ଶିବିର ଆରମ୍ଭ କରିବାକୁ ଯାଇ ମାଟିଆ ମହୁଲ ଗ୍ରାମର ବିଭିନ୍ନ କାର୍ଯ୍ୟକ୍ରମ ୫୦ଜଣ ସ୍ୱେଚ୍ଛା ସେବୀଙ୍କୁ ନେଇ ଆରମ୍ଭ କରିଥିଲେ । ଏହି ସମୟରେ ଗ୍ରାମର ୱାଡ ମେମ୍ବର ଓ ଭଦ୍ରବ୍ୟକ୍ତି ଉପସ୍ଥିତ ରହି ସ୍ୱେଚ୍ଛାସେବିମାନଙ୍କୁ ଉତ୍ସାହିତ କରିଥିଲେ ।

0
0
0
s2sdefault