ବରଗଡ :-ବରଗଡ଼ ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ଇତି ମଧ୍ୟରେ ସମସ୍ତ ପ୍ରକାର ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ଆଉ ମାତ୍ର କିଛିଦିନ ପରେ ଶୁଭିବ ବିଶ୍ୱ ବିଜୟୀ ପ୍ରବଳ ପ୍ରତାପୀ ମହାରାଜ କଂସ ଙ୍କର ଅଟ୍ଟହାସ୍ୟ । ମଥୁରା ନଗରୀରେ ପରିଣତ ହୋଇଯିବ ବରଗଡ଼ ସହର । ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ପ୍ରଚାର ପ୍ରସାର ପାଇଁ ଆଜି ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପ୍ରାଙ୍ଗଣରେ ,ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ଙ୍କର ଦ୍ୱାରା ଧନୁଯାତ୍ରା ର ପୋଷ୍ଟର ଓ ଲିଫଲେଟ ଉନ୍ମୋଚନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ବରଗଡ଼ ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଚଳିତ ବର୍ଷ 75 ତମ ବର୍ଷ ରେ ପଦାର୍ପଣ କରି ଚଳିତ ଥର ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଛି । ଏହି ଅବସରରେ ପ୍ରବଳ ଭିଡ ହେବାର ସମ୍ଭାବନା ରହିଛି ।
ରାଜ୍ୟ
ଶ୍ରୀଶ୍ରୀ ନୃସିଂହନାଥ ମନ୍ଦିରରେ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ପୋଷ୍ଟର ଓ ଲିଫଲେଟ ଉନ୍ମୋଚିତ
- Hits: 1191