
ଆଥର୍ ଏନର୍ଜି ହେଉଛି ସ୍ୱଳ୍ପ କିଛି ଓଇଏମ୍ ମଧ୍ୟରୁ ଅନ୍ୟତମ ଯାହା ଚାର୍ଜିଙ୍ଗ୍ ଭିତିଭୂମିରେ ମଧ୍ୟ ନିବେଶ କରୁଛି । କମ୍ପାନୀ ଚାର୍ଜିଙ୍ଗ ସମସ୍ୟାକୁ ପୂରଣ କରିବା ପାଇଁ ଉଭୟ ସହରରେ ୭ଟି ଫାଷ୍ଟ୍ର୍-ଚାର୍ଜିଙ୍ଗ୍ ପଏଂଟ, ଆଥର ଗ୍ରିଡ୍ ଇନ୍ଷ୍ଟଲ କରିଛି ଏବଂ ଏହାର ଚାର୍ଜିଙ୍ଗ୍ ନେଟ୍ୱର୍କକୁ ମଜଭୁତ କରିବା ପାଇଁ ସହରଗୁଡିକରେ ଆଉ ୧୮ଟି ଗ୍ରିଡ୍ ଇନ୍ଷ୍ଟଲ୍ କରିବାକୁ ଯୋଜନା ରଖିଛି । ଆଥର୍ ଏନର୍ଜି ଉପଭୋକ୍ତାମାନଙ୍କୁ ସେମାନଙ୍କ ଫ୍ଲାଟ୍ ଓ ବିଲ୍ଡିଙ୍ଗ୍ରେ ହୋମ୍ ଚାର୍ଜିଙ୍ଗ୍ ସିଷ୍ଟମର ଇନ୍ଷ୍ଟଲେଶନ ସହିତ ସହଯୋଗ କରୁଛି । ବର୍ତମାନ ଆଥର୍ ଏନର୍ଜି ଦେଶବ୍ୟାପୀ ୭୦୦ରୁ ଅଧିକ ଆଥର୍ ଗ୍ରିଡ୍ ଇନ୍ଷ୍ଟଲ୍ କରିଛି । ଫେମ୍ ୨ ରିଭିଜନ ପରେ ଆଥର୍ ୪୫୦ଏକ୍ସ ଜେନ୍ ୩ ପାଇଁ ଏକ୍ସ-ଶୋ’ରୁମ୍ ମୂଲ୍ୟ ୧୫୮,୧୮୯ ଟଙ୍କା ଏବଂ ଆଥର୍ ୪୫୦ ପ୍ଲସ୍ ଜେନ୍ ୩ ପାଇଁ ୧୩୬,୬୭୯ ଟଙ୍କା ରହିଛି ।

ଏହି ଅବସରରେ ସ୍କୁଟର ବିଜନେସ ଆଥର ଏନର୍ଜି ଉପାଧ୍ୟକ୍ଷ ଶ୍ରୀ ନିଳୟ ଚନ୍ଦ୍ରା କହିଛନ୍ତି, ‘ଗତ କିଛି ମାସ ହେବ, ଆମେ ଦ୍ରୁତ ବେଗରେ ବିସ୍ତାର କରୁଛୁ, ପ୍ରାୟ ପ୍ରତି ମାସରେ ଆମେ ୮ରୁ ୧୦ଟି ନୂଆ ଏକ୍ସପେରିଏନ୍ସ ସେଂଟର୍ ଲଂଚ୍ କରୁଛୁ । ଆଥର୍ ପାଇଁ ଓଡିଶା ଭଳି ଏକ ରାଜ୍ୟ ଖୁବ୍ ଆଶାବାଦୀ ଦେଖାଯାଉଛି ଯେଉଁଠାରେ ୮୦% ଯାନ ଦୁଇଚକିଆ ଅଟେ । ଆଥର୍ ୪୫୦ଏକ୍ସ ଜେନ୍ ୩ର ଶୁଭାରମ୍ଭ ସହିତ ଆମେ ଏକାଧିକ ପ୍ରି-ଅର୍ଡର୍ ଓ ଟେଷ୍ଟ ରାଇଡ୍ ଅନୁରୋଧ ସହିତ ଆମର ସ୍କୁଟର୍ ପାଇଁ ଉପଭୋକ୍ତା ଚାହିଦାରେ ଏକ ବୃଦ୍ଧି ଦେଖିବାକୁ ପାଉଛୁ । ଆମେ ଓଡିଶାରେ ନୂଆ ଏକ୍ସପେରିଏନ୍ସ ସେଂଟର୍ଗୁଡିକ ସହିତ ଆମର ସମ୍ପ୍ରସାରଣ ଯୋଜନାକୁ ସମର୍ଥନ କରିବା ପାଇଁ ଜ୍ୟୋତି ମୋଟର୍ସ ସହ ସହଭାଗିତା କରି ଆନନ୍ଦିତ ।’ଜ୍ୟୋତି ମୋଟର୍ସ(ଏନର୍ଜି) ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଦିବ୍ୟଜ୍ୟୋତି ପଟ୍ଟନାୟକ କହିଛନ୍ତି ଯେ, “ଆମେ ଓଡ଼ିଶାକୁ ହୁଇଲରେ ରଖିବାକୁ ପ୍ରୟାସ କରୁଥିବାରୁ ଆମେ ଗର୍ବର ସହିତ ଆମ ଡେଣା ବିସ୍ତାର କରି ଆଥର ଏନର୍ଜି ସହିତ ଯୋଡ଼ି ହୋଇଛୁ । ଏହି ବଜାରରେ ଏକ ଅଧିକ କାର୍ଯ୍ୟଦକ୍ଷ ଇଲେକ୍ଟ୍ରିକ ଦୁଇ ଚକିଆର ଅଭାବ ରହିଥିଲା ଏବଂ ଏଠାରେ ୪୫୦ଏକ୍ସର ଶୁଭାରମ୍ଭ ସହିତ ଏହି ଶୂନ୍ୟସ୍ଥାନ ପୂରଣ ହୋଇଛି । ଏହି ଟେକ୍ନୋଲୋଜିକୁ ଆଥର ଟିମ ଦ୍ୱାରା ସ୍ୱଦେଶୀ ଭାବରେ ବିକଶିତ କରାଯାଇଛି ଏବଂ ଏହା ଭାରତୀୟ ଅବସ୍ଥାକୁ ସୁହାଉଛି, ଯାହା ଏହାକୁ ବଜାରରେ ଉପଲବ୍ଧ ଅନ୍ୟ ଉତ୍ପାଦଗୁଡ଼ିକ ଠାରୁ ଭିନ୍ନ କରୁଛି ।